ମ୍ୟାଟ୍ରିକ୍ ପରୀକ୍ଷାରେ ଋସୁଲପୁରର କୃତି ଛାତ୍ରଙ୍କ ସଫଳତା

ରସୁଲପୁର,୨୪/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାହାଦଲାପୁର ପଂଚାୟତର ସରିଫାବାଦ ସ୍ଥିତ ‘ଗିରିଧାରୀ ପାର୍ବତୀ ଦେବୀ’ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ର ଶୁଭ୍ରାଂଶୁ ସାହୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୬୭ ମାର୍କ ରଖି ଏ୧ ଗ୍ରେଡ୍ ସହ ବ୍ଲକ୍‌ରେ ୫ମ ସ୍ଥାନ ଅଧିକାର କରିଛନ୍ତି । ପୂର୍ବରୁ ଶୁଭ୍ରାଂଶୁ ଭାରତୀୟ ଡାକ ବିଭାଗ ଦ୍ୱାରା ଅଢେଇ ଅକ୍ଷର ଚିଠି ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିବା ପରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ଡାକ ବିଭାଗ ତରଫରୁ ପ୍ରମାଣପତ୍ର ସହ ନଗଦ ରାଶି ଟ୨୫,୦୦୦/- ଓ କେନ୍ଦ୍ର ଡାକ ବିଭାଗ ତରଫରୁ ପ୍ରମାଣପତ୍ର ସହ ନଗଦ ରାଶି ଟ୫୦,୦୦୦/- ପାଇବାର ସୌଭାଗ୍ୟ ଲାଭ କରିଥିଲେ । ଏହି ଖବର ପାଇ ମୋ’ କଲେଜ୍ ଅଧ୍ୟକ୍ଷ ଏବଂ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ତାଙ୍କ ମହମ୍ମଦପୁର ସ୍ଥିତ ବାସ ଭବନରେ ପହଂଚି ସେତେବେଳେ ତାଙ୍କୁ ଉତ୍ସାହିତ କରିଥିଲେ । ଶୁଭ୍ରାଂଶୁଙ୍କ ବାପା ସଂଜୟ ସାହୁ ଓ ମାଆ ଭାରତୀ ସାହୁଙ୍କ ଆର୍ଥିକ ଅବସ୍ଥା ଏତେ ଭଲ ନ ଥିବାରୁ ଉଚ୍ଚ ଶିକ୍ଷା ପାଇଁ ସରକାରୀ ସହଯୋଗ ମିଳିବା ପାଇଁ ସାଧାରଣରେ ଦାବୀ ହେଉଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଦିଗରୁ ପ୍ରଂଶସାର ସୁଅ ଛୁଟୁଥିବା ବେଳେ ‘ଉଦୟବଟ’ ତରଫରୁ ତାଙ୍କର ଉତୋରତର ଉନ୍ନତି କାମନା କରାଯାଇଛି । ଏହି ସଫଳତାର ଶ୍ରେୟ ତାଙ୍କ ବାପା, ମାଆ ଏବଂ ସ୍କୁଲ୍‌ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଥିବା ବେଳେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଆଶା ରଖିଥିବାର କହିଛନ୍ତି । କଠିନ ପରିଶ୍ରମ, ଦୃଢ ଆତ୍ମ ବିଶ୍ୱାସ ବଳରେ ଜଣେ ଜୀବନରେ ସଫଳତା ଲାଭ କରିପାରିବ ବୋଲି କହିଛନ୍ତି । ତାଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ମୋ’ କଲେଜର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଯିଏ କି ତାଙ୍କୁ ପୂର୍ବରୁ ଉତ୍ସାହିତ କରିଆସୁଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close