ପୁରୀ-ହାୱଡ଼ା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଦୁଲାଖାପାଟଣା ଷ୍ଟେସନ ନିକଟରେ ପ୍ରବଳ ଝଡ଼ ବର୍ଷା ଓ ଯାନ୍ତ୍ରିକ ତୃଟି ଯୋଗୁଁ ଅଟକିଛି

ଦୁଲାଖାପାଟଣା, ୨୧/୦୫(ଉ. ନ୍ୟୁଜ୍ ବ୍ୟୁରୋ): ପୁରୀରୁ ହାୱଡ଼ା ଅଭିମୁଖେ ଆସୁଥିବା ‘ବନ୍ଦେ ଭାରତ’ ଏକ୍ସପ୍ରେସ ୨୨୮୯୬ନଂ. ଡାଉନ ଟ୍ରେନ ଆଜି ଅପରାହ୍ନ ପାଖାପାଖି ୪.୩୦ମି ସମୟରେ ପ୍ରବଳ ଝଡ଼ ତୋଫାନ ଯୋଗୁ ଦୁଲାଖାପାଟଣା ଷ୍ଟେସନ ନିକଟବର୍ତୀ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଅଟକିଥିଲା । ଟ୍ରେନଟି ଯାଜପୁର-କେଉଁଝର ରୋଡ ଠାରେ ରହଣି କରି ୪ଟା ୨୦ମି ସମୟରେ ତା’ର ଗନ୍ତବ୍ୟ ପଥରେ ବାହାରିଥିଲା । ମାତ୍ର ବୈତରଣୀରୋଡ଼ ଷ୍ଟେସନ ପାର ହୋଇ ଯାଉଥିବା ସମୟରେ ହଠାତ୍ ପ୍ରବଳ ବେଗରେ ଝଡ଼ ତୋଫାନ ଆସିଯିବାରୁ ଇଲେକ୍‌ଟ୍ରିକ ଲାଇନ ତାର ଛିଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଅଟୋମେଟିକ ଡୋର ବ୍ଲକ ଜନିତ ଯାନ୍ତ୍ରିକ ତୃଟି ଫଳରେ ଟ୍ରେନଟି ଆଉ ଆଗକୁ ଯାଇ ନ ପାରି ଦୁଲାଖାପାଟଣା ଷ୍ଟେସନକୁ ଲାଗି କରି ଥିବା ବୈତରଣୀ ନଦୀ ବ୍ରିଜ୍ ଉପରେ ଦୀର୍ଘ ସମୟ ଠିଆ ହୋଇ ୮ଟା ୨୧ ମି ରେ ନିକଟସ୍ଥ ତଥା ପରବର୍ତୀ ମଂଜୁରୀରୋଡ଼ ଷ୍ଟେସନରେ ପହଚିଂଥିଲା । ପାଖାପାଖି ୪ ଘଂଟା ସମୟ ଧରି ବ୍ରିଜ୍ ଉପରେ ଗାଡିଟି ଠିଆ ହେବା ଦ୍ୱାରା ବିଜୁଳି ଲାଇନ ଅଭାବରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଥିଲେ । ଏପରିକି ଟ୍ରେନର କେତେକ ବଗିରୁ ପାଣି ସରିଯାଇଥିବାର ଅଭିଯୋଗ ହୋଇଛି । ଡୋର ଲକ୍ ଯୋଗୁ ଯାତ୍ରୀମାନେ ବାହାରକୁ ବାହାରି ପାରୁ ନ ଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି । ବର୍ତମାନ ଡିଜେଲ ଇଂଜିନ ଜରିଆରେ ଟ୍ରେନଟିକୁ ଆଗକୁ ନିଆଯାଉଥିବାର ଜଣାଯାଇଛି । ବୈତରଣୀରୋଡ ଅଂଚଳରେ ଆଜି ଅପରାହ୍ନରେ ଅଧ ଘଂଟାଏର ପ୍ରବଳ ଝଡ଼ ତୋଫାନରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି । ପ୍ରାକୃତିକ ଦୁର୍ବିପାଗ ଆଗରେ ସବୁ କିଛି ବି ଫେଲ ମାରେ ବୋଲି ଏହି ଅଂଚଳର ବରିଷ୍ଠ ସମାଜସେବୀ ବିଶିକେଶନ ଜେନା କହିଛନ୍ତି । ବିଜୁଳି କନେକ୍‌ସନ କଟିଯିବାରୁ ଏହି ନୂତନ ଟ୍ରେନର ସ୍ୱୟଂଚାଳିତ ଡୋର ଲକ୍ ହୋଇଯାଇଥିବାର କୁହାଯାଉଛି । ଏହି ଯାନ୍ତ୍ରିକ ତୃଟି ସୁଧାରିବା ପାଇଁ ଅଧିକ ସମୟ ଲାଗିଯାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close