ଯାଜପୁରରୋଡ଼ ଭାରତୀୟ ଡ଼ାକ ବିଭାଗରେ ବ୍ୟାସ ପ୍ରିଂଟ ମିଡ଼ିଆ ସଂଘର ବୀମାକରଣ

ବ୍ୟାସନଗର, ୧୦/୪(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ସୋମବାର ଅପରାହ୍ନରେ ବ୍ୟାସ ପ୍ରିଂଟ୍ ମିଡ଼ିଆ ସଂଘର ସମସ୍ତ କର୍ମକର୍ତା ଓ ସଦସ୍ୟ ଯାଜପୁରରୋଡ଼ ସ୍ଥିତ ମୁଖ୍ୟ ଡ଼ାକ ଘରେ ପହଂଚି ସମବେତ ଭାବେ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଏ ଦୁର୍ଘଟଣାଜନିତ ବୀମା କରିଛନ୍ତି । ସଂଘ ପକ୍ଷରୁ ସମସ୍ତଙ୍କ ବୀମାର ବାର୍ଷିକ ପ୍ରିମିୟମ ରାଶି ପୈଠ କରାଯାଇଛି । ମୁଖ୍ୟ ପୋଷ୍ଟ ମାଷ୍ଟର ଦେବରଂଜନ ଦେଓ ସମସ୍ତ ସାମ୍ବାଦିକମାନଙ୍କ ସକାଶେ ବିଶେଷ ସୁବିଧା ଯୋଗାଇ ଦେବା ସହ ନିଜେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ୨୦ ଜଣ ପାଖାପାଖି ସାମ୍ବାଦିକ ଆଜି ଏକକାଳୀନ ବୀମା କରିଛନ୍ତି । ସାମ୍ବାଦିକମାନଙ୍କୁ କିପରି ସୁରୁଖୁରୁରେ ଓ ଶୀଘ୍ର ବୀମା କରାଇ ହେବ ସେଥିଲାଗି ମନୋଜ କୁମାର ଦାସ, ବରିଷ୍ଠ ପରିଚାଳକ, ଆଇ.ପି.ପି.ବି, ଯାଜପୁର, ଯାଜପୁରରୋଡ଼ ଡାକ ବିଭାଗର ନିରୀକ୍ଷକ ରାଜେନ୍ଦ୍ର କୁମାର ପୃଷ୍ଟି, ବିତନ ଆରୀ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଲାଗି ଅନଲାଇନ ମାଧ୍ୟମରେ ବୀମା କରାଇଥିଲେ । ସଂଘ ଜରିଆରେ ଡ଼ାକ ବିଭାଗରେ ଆଜି ବୀମାଭୁକ୍ତ ହୋଇଥିବା ସାମ୍ବାଦିକମାନେ ହେଲେ- ବ୍ୟାସ ପ୍ରିଂଟ୍ ମିଡ଼ିଆ ସଂଘର ସଭାପତି ହାରାଧନ ବାନାର୍ଜୀ, ବରିଷ୍ଠ ଉପଦେଷ୍ଟା ବାବୁରାମ ଜେନା, ଶରତ ପୋଥାଳ, ସାଧାରଣ ସଂପାଦକ ଚିନ୍ତାମଣି ପାଢ଼ୀ, ବରିଷ୍ଠ ସଭ୍ୟ ସୁଦୀପ୍ କୁମାର ମିଶ୍ର, ପ୍ରଦ୍ୟୁମ୍ନ ବୋଇତାଇ, ଉଦୟନାଥ ଖଣ୍ଡାଇ, କୈଳାସ ରାଉତ, ଉମାକାନ୍ତ ରାଉତ, ଦୁଷ୍ମନ୍ତ କୁମାର ରାଉତ, ଦେବେନ୍ଦ୍ର କୁମାର ନାୟକ, ଯଜ୍ଞଦତ ତ୍ରିପାଠୀ, ବିଜୟ କୁମାର ସାହୁ, ଭରତ ରାଉତ, ଜ୍ଞାନରଂଜନ ରାଉତ, ରାଜେଶ କୁମାର ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ପାତ୍ର  ପ୍ରମୁଖ । ଏଥିଲାଗି କ୍ଲବର ସାଧାରଣ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ପୂର୍ବରୁ ସୂଚନା ପ୍ରଦାନ କରିଥିଲେ ।
        ଏଥିସହ ସଂଘର ସଭାପତି ଶ୍ରୀଯୁକ୍ତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଜେନାଙ୍କ ଆବାହକତ୍ୱରେ ଉପରୋକ୍ତ ସାମ୍ବାଦିକମାନେ ଏସିଆ ମହାଦେଶର ଧାତବ ରାଜଧାନୀ କଳିଙ୍ଗନଗରର ମୁଖଶାଳା ବ୍ୟାସନଗର ସହର ବହୁ ପୁରୁଣା ଓ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ରସ୍ଥଳ ହୋଇଥିଲେ ହେଁ ଏଠାରେ ଡ଼ାକ ବିଭାଗର ଏଟିଏମ କାଉଂଟରଟିଏ ନାହିଁ; ତୁରନ୍ତ ଏଟିଏମ କାଉଂଟର ପ୍ରତିଷ୍ଠା ପାଇଁ ଦାବୀ କରିଥିଲେ । ମୁଖ୍ୟ ଡ଼ାକଘରର ନାମ ଯାଜପୁରରୋଡ଼ ପରିବର୍ତେ ବ୍ୟାସନଗର କରାଯାଉ ବୋଲି ସାମ୍ବାଦିକମାନେ କହିଥିଲେ । ଏହାଛଡ଼ା ଯାଜପୁରରୋଡ଼ ଡ଼ାକଘରକୁ ସବ-ପୋଷ୍ଟ ଅଫିସରୁ ଆବଶ୍ୟକତା ଦୃଷ୍ଟିରୁ ଡ଼ିଭିଜନ କରାଯାଉ ବୋଲି ଦାବୀ ଜଣାଇଥିଲେ । ସାମ୍ବାଦିକମାନଙ୍କ ଏହି ସମୂହ ଦାବୀକୁ ଯଥାର୍ଥ ବୋଲି କହି ଏହି ଦାବୀଗୁଡ଼ିକ ଉପରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ଦେଓ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ଡ଼ାକ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close