ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ଉ, ବହୁ ମାଫିଆ, କଳା ବ୍ୟବସାୟୀଙ୍କ ସମେତ ଅନେକ ଛାନିଆ

ଯାଜପୁର/ନୟାଗଡ଼, ୦୫/୪(ଦୁଷ୍ମନ୍ତ କୁମାର ରାଉ˜ ସତ୍ୟରଂଜନ ମହାପାତ୍ରଙ୍କ ଠାରୁ): ଟିକସ ଠକେଇ ଓ ବେଆଇନ ଭାବେ ବିପୁଳ ସଂପତି ହାତେଇଥିବା ଅଭିଯୋଗରେ ସୂତ୍ରକୁ ଆଧାର କରି କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅଧିନସ୍ଥ ‘ଆୟକର’ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ତଥାକଥିତ କଳାପଥର କେଳେଙ୍କାରୀ ବହୁ ଦିନରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଆସୁଥିଲା । ଏହା ଉପରେ କାହିଁକି ସେପରି କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ ଏଥିରେ ପ୍ରଭାବଶୀଳ ନେତା ଆଦିଙ୍କ ହାତ ଥିବାର ଚର୍ଚ୍ଚା ଯୋର ଧରିଆସୁଥିଲା । କାଲି ଯିଏ ଫକିର ଥିଲା ଆଜି ସିଏ ବହୁ କୋଟି ଟଙ୍କାର ମାଲିକ । ମାତ୍ର କେଇ ବର୍ଷ ଭିତରେ ଏତେ ଟଙ୍କା କିପରି ଅର୍ଜ୍ଜନ କଲେ ଏବଂ ଆଇ.ଟି ରିଟର୍ଣ୍ଣରେ କ’ଣ ଦର୍ଶାଉଛନ୍ତି ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଆସୁଥିଲା । ବିଭିନ୍ନ ବ୍ୟାଙ୍କ କାରବାର, ଜମିବାଡି କିଣା, ବହୁତଳ ପ୍ରାସାଦ ନିର୍ମାଣ ଓ କିଣା, ଦାମୀ ଗାଡ଼ି ଘୋଡା କିଣିବା, ସୁନା ଆଦି ମୂଲ୍ୟବାନ ଅଳଙ୍କାର କିଣିବା, ନିଜ ପରିବାର ଓ ଅନ୍ୟ ସଂର୍ପକୀୟଙ୍କ ନାମରେ ସଂପତି ଠୁଳ କରିବା ଭଳି ନାନା ଅନୈତିକ କାର୍ଯ୍ୟମାନ ଦେଖାଯାଉଥିଲା ଓ ଏହା ଉପରେ ବୁଦ୍ଧିଜୀବୀ ଓ ସାଧାରଣଜନତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ଜାରୀ ରହିଥିଲା । କିଛି ସ୍ଥାନୀୟ ସାମାଜିକ କର୍ମୀ ଓ ନେତା ଏହା ଉପରେ ଅଭିଯୋଗ ମଧ୍ୟ କରିଆସୁଥିଲେ । ହେଲେ ଏହି ଶହ ଶହ କୋଟି ଟଙ୍କା ରାଜସ୍ୱ ଫାଙ୍କି ଉପରେ ସେପରି କିଛି ଆଖିଦୃର୍ଶିଆ ପଦକ୍ଷେପ ନିଆଯାଉ ନ ଥିଲା । ଛୋଟ ଛୋଟ ଘଟଣାରେ ନୋଟିସ ପରେ ନୋଟିସ ଦେଇ ଆୟକର ଓ ଜି.ଏସ.ଟି (ସିଜିଏସଟି/ଏସଜିଏସଟି) ବିଭାଗ ବହୁ ବ୍ୟକ୍ତିବିଶେଷଙ୍କୁ ନୟାନ୍ତ କରୁଥିବା ବେଳେ କାହିଁକି ବଡ଼ ବଡ଼ ମାଫିଆଙ୍କ ଉପରେ କିଛି ହେଉ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଆସୁଥିଲା । ରାଜ୍ୟ ସରକାରଙ୍କ ବହୁ ରାଜସ୍ୱ, ଜଂଙ୍ଗଲ, ପୋଲିସ, ପ୍ରଶାସନିକ ଅଧିକାରୀମାନେ ମୋଟା ଅଙ୍କର ବଟି ପାଇ ଚୁପ୍ ରହୁଥିଲେ ବୋଲି ଚର୍ଚ୍ଚା ହେଉଥିଲା । ବହୁ ପ୍ରଭାବଶୀଳ ନେତା ଆଦି ଏହାକୁ ପ୍ରଚ୍ଛଦ ପଟରୁ ସହାୟତା ଦେଇ କୋଟି କୋଟି ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ ମଧ୍ୟ ହୁଏ । ଏମାନଙ୍କ ପାଇଁ ଗଳା ବାଟ ତିଆରି କରି ବହୁ ଓକିଲ, ଚାର୍ଟାଡ଼ ଆକାଉଂଟାଟ୍‌ମାନେ ମଧ୍ୟ କୋଟି କୋଟି ଟଙ୍କା ହାତେଇଛନ୍ତି । କେତେକ ଓକିଲ ଜିଏସଟି ବେଳେ ପୁଷ ମାସ ଭଳି ମିଥ୍ୟା କିଣା ବିଲ ଆଦି ଯୋଗାଇ ଅନାୟସରେ ବହୁ ଟଙ୍କା କମାଇଛନ୍ତି ଓ କମାଉଛନ୍ତି ମଧ୍ୟ । ଏମାନଙ୍କ ପାଇଁ କେତେକ ବେପାରୀ ହରଡ଼ଘଣାରେ ପଡ଼ିଛନ୍ତି ଓ ପଡ଼ିବାକୁ ଯାଉଥିବାର ଆଶଙ୍କା ପ୍ରକାଶ ପାଇଛି । ଏଭଳି ଓକିଲମାନଙ୍କୁ ତଦନ୍ତ ପରିସରକୁ ଆଣିବାକୁ ମତ ପ୍ରକାଶ ପାଇଛି ।
     ଏଥିସହ ଗୋଟିଏ ଜାଗାରେ ଖନନ ପାଇଁ ଅନୁମତି ମିଳିଥିଲେ ହେଁ ଅନ୍ୟଜାଗାରେ ଖନନ କରାଯାଇ ମୂଲ୍ୟବାନ ପଥର ଚାଲାଣ କରାଯାଉଥିଲା । ଯେତିକି ପରିମିତ ଜାଗାରୁ ଖନନ ଅନିମତି ମିଳୁଥିଲା ତା’ଠାରୁ ଢ଼େର ଅଧିକ ଜାଗାରୁ ଖନନ କରାଯାଇ ଚୋରାରେ ମେଟାଲ ବିକ୍ରିବଟା କରାଯାଉଥିଲା । ଏହି ବେଆଇନ କାରବାର ଉପରେ ସରକାରଙ୍କ ବହୁ ବିଭାଗ ଆଖି ବୁଜି ଦେଇଥିଲା । ଯାଜପୁର, ଖୋର୍ଦ୍ଦା, ଗଂଜାମ, ନୟାଗଡ଼, ଧାମରା ଆଦି ସ୍ଥାନରେ କେନ୍ଦ୍ର ସରକାରଙ୍କ ରାସ୍ତା, ରେଳବାଇ ପ୍ରୋଜେକ୍ଟ ଆଦି ବହୁ ନିର୍ମାଣ ସହ ରାଜ୍ୟ ସରକାରଙ୍କ ବହୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଠିକା ସଂସ୍ଥାକୁ କୋଟି କୋଟି ଟଙ୍କାର ମେଟାଲ, ପଥର, ଚିପ୍ସ ଆଦି ଯୋଗାଇ ବିପୁଳ ପରିମାଣର ଟିକସ ଫାଙ୍କି କେତେକ ଲାଲେଲାଲ ହୋଇଆସୁଛନ୍ତି । ରାଜ୍ୟରେ ଥିବା ମୋଟ ଷ୍ଟୋନ କ୍ରସରରୁ ଅଧିକାଂଶ ଯାଜପୁର ଜିଲ୍ଲାରେ ଥିବା ବେଳେ ତା’ତଳକୁ ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାରେ ରହିଛି । ଏନ.ଏଚ, ରେଳବାଇକୁ ଓ ଧାମରା ବନ୍ଦରକୁ ଯାଜପୁର ଜିଲ୍ଲାରୁ ମୁଖ୍ୟତଃ ମେଟାଲ, ପଥର, ଚିପ୍ସ ଆଦି ରୀତିମତ ଯୋଗାଣ ହୋଇଥାଏ । ବଡ଼ ବଡ଼ ଶହ ଶହ ଗାଡିରେ ଦିନ ରାତି ଏହା ବୁହା ଚାଲିଥିବା ବେଳେ ପରିବହନ ବିଭାଗ, ପୋଲିସ, ପ୍ରଶାସନ, ଖଣି ବିଭାଗ ଆଦି ପଦକ୍ଷେପ ନେବାରେ ଉଦାସୀନତା ଦେଖାଇଆସୁଛନ୍ତି । ନିକଟରେ ଖଣି ଅଧିକାରୀ ଉମେଶ ଜେନାଙ୍କ ଘରୁ ଅମାପ ସଂପତି ମିଳିଥିବା ବେଳେ ତାଙ୍କ ସହ କିଏ କିଏ ବେଶି କଥା ହେଉଥିଲେ ସେଗୁଡିକରୁ ଯାଂଚ ଭିଜିଲାନ୍ସ କରୁଥିବା ବେଳେ ଅନ୍ୟ କିଏସବୁ କେଳେଙ୍କାରୀରେ ସଂପୃକ୍ତ ତାହା ପଦାକୁ ଆସିପାରି ନାହିଁ । ରାଜ୍ୟର ବିଭିନ୍ନ ନଦୀରେ ଆଉ ବାଲି ରହିବ ନାହିଁ କି ମୋହରମ ଏବଂ ମାଙ୍କଡ଼ା ପଥର ଆଦି ନିକଟ ଭବିଷ୍ୟତରେ ବିରଳ ପଦାର୍ଥ ଭାବେ ବିବେଚିତ ହେବ! ଲଘୁ ଖଣିଜ ପଦାର୍ଥ ଆଗକୁ ମିଳିବ ନାହିଁ । ଏବେ ମଧ୍ୟ ଏହା ସାଧାରଣ ଲୋକଙ୍କ ପାଇଁ ଦୁର୍ଲ୍ଲଭ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ଧାରୀ ବିଜେ କରିପାରୁଥିବା ମାଫିଆଙ୍କ ପାଇଁ ଏଗୁଡିକ ହାତ ପାଆନ୍ତାରେ ମିଳିଯାଉଛି । ରାତ୍ର ୧୨ଟା ପରେ ଭୋର ୦୫ ପୂର୍ବରୁ କମ୍ପ୍ରେସର, ଜେସିବି ଆଦି ଯନ୍ତ୍ରଗୁଡିକର ଖନନ, ବ୍ଲାଷ୍ଟି ଆଦି କେଁକଟର ଶଦ୍ଦ ନିକଟବର୍ତୀ ଲୋକଙ୍କ ନିଦ ହଜାଇ ଦେଉଛି । ଏହିସବୁ ବେଆଇନ କାରବାର ନିର୍ବିବାଦରେ କିପରି ଚାଲୁ ରହିଛି ତା’କୁ ନେଇ ଉଷ୍ଣତା ଲାଗିରହିଛି ।
ସୂଚନାଯୋଗ୍ୟେ, ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳର ୫ଟି ଷ୍ଠୋନ କ୍ରସର ଓ ୦୧ଟି ପେଟ୍ରୋଲ ପମ୍ପ ଉପରେ ୦୩ ଦିନ ହେଲା ଚଢ଼ଉ ଜାରୀ ରହିଛି ।      ଏହି କ୍ରସର ଓ ପେଟ୍ରୋଲ ପମ୍ପ ମାଲିକମାନଙ୍କ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଆଦି ଉପରେ ଏକକାଳୀନ ଆଇ.ଟି ବିଭାଗ ରେଡ଼ କରି ବିଭିନ୍ନ କାଗଜାଦିକୁ ଯାଂଚ କରୁଛି । ରାହାଡ଼ପୁରେ ଥିବା ଉତ୍କଳ ହାଇଟେକ୍ କ୍ରସର, ମୁଦୁଲି କ୍ରସର, ବଜରଙ୍ଗୀ ଷ୍ଠୋନ କ୍ରସର, ଅମିତ୍ ଷ୍ଠୋନ କ୍ରସର, ବିଛାଖଣ୍ଡିର ଏସ.ଏନ ଷ୍ଠୋନ କ୍ରସର ଆଦି ଉପରେ ଚଢ଼ଉ ଚାଲିଛି ।
     ସେହିପରି ନୟାଗଡ଼ ଜିଲ୍ଲା ଭାପୁର ବିଜେଡ଼ି ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘର, ପଥର ଖଣି, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଟିକସ ଫାଙ୍କି ଅଭିଯୋଗରେ ଚଢ଼ଉ ଚାଲିଛି । ଏସବୁ ସ୍ଥାନରୁ ନଗଦ ଲକ୍ଷାଧିକ ଟଙ୍କା, ବିପୁଳ ପରିମାଣର ସଂପତି, ବହୁ ଗାଡିମୋଟର, କେତେକ ଗୁରୁତ୍ୱପୂର୍ଣ୍ଣ କାଗଜାଦି ଆଇ.ଟି ବିଭାଗ ହାତରେ ଲାଗିଛି । ଏହି ଚଢ଼ଉ ଦୀର୍ଘ ଦିନ ଧରି ଚାଲିଆସିଥିବା ଅନୈତିକ ପଥର ବେପାର ଉପରୁ କିଛି ମାତ୍ରାରେ ପର୍ଦ୍ଦା ହଟାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close