Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବ୍ୟାସନଗରରେ ମହାନ ବିପ୍ଲବୀ, କ୍ରାନ୍ତିକାରୀ ଶହୀଦ ଭଗତ ସିଂ ଙ୍କ 92ତମ ଫାଶୀ ଦିବସ ପାଳନ

ବ୍ୟାସନଗର: ମହାନ ବିପ୍ଲବୀ, କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ 92ତମ ଫାଶୀ ଦିବସ ଅବସରରେ ଭଗତ ସିଂ ସ୍ମୃତି ସଂସଦ, ଡୋଲୀପୁର ତରଫରୁ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ତଥା ବକ୍ତୃତା, ସଂଗୀତ, ନୃତ୍ୟ ପ୍ରତିଯୋଗିତା ଓ ମହାନ ବିପ୍ଲବୀ ଶହୀଦ ଭଗତ ସିଂ ଶୀର୍ଷକ ଆଲୋଚନା ସଭା ସଂସଦର ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଆଲୋଚନା ସଭାକୁ ବ୍ୟାସନଗର ନାଗରିକ କମିଟିର ସଭାପତି ହେମନ୍ତ କିଶୋର ସାହୁ ଉଦଘାଟନ କରିଥିଲେ ! ଉକ୍ତ ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ଦୁଷ୍ମନ୍ତ କୁମାର ନାୟକ, ପୂର୍ବତନ ପୌରପାଳିକା ସବିତା ରାଉତ, ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ମହାନ୍ତି, ବ୍ୟାସନଗର କଲେଜ ପୂର୍ବତନ ଅଧକ୍ଷ ଡ଼ଃ କୁଶଧ୍ଵଜ ପ୍ରଧାନ, ରାଜନେତା ପ୍ରସନ୍ନ କୁମାର ସାମଲ, ସ୍ଥାନୀୟ କାଉନସିଲର କୁମୁଦିନୀ ରାଉତ, ସାମାଜିକ କର୍ମୀ ବିଶ୍ୱନାଥ ପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ! ସମ୍ପାଦକ ବିକାଶ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ! ସହ ସମ୍ପାଦକ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ! ବକ୍ତାମାନେ ନିଜର ବକ୍ତବ୍ୟରେ ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ବ୍ରିଟିଶ କବଳରୁ ଦେଶକୁ ସ୍ୱାଧୀନ କରିବାପାଇଁ 1931ମସିହା ମାର୍ଚ୍ଚ 23ତାରିଖରେ ନିଜକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ତିଳେମାତ୍ର ଅବକାଶ ନ କରୀ ହସି ହସି ପ୍ରାଣବଳୀ ଦେଇଥିଲେ ! ଭଗତ ସିଂ କହିଥିଲେ ଆମକୁ ଫାଶୀ ନ ଦେଇ ଗୁଳି କରି ମାର ! ଦେଶକୁ ସ୍ୱାଧୀନ କରିବା ପାଇଁ ଯଦି ଅପରାଧ ହେଲା ସେଇ ଅପରାଧ ଆମେ କରିବୁ ! ସଭା ପୂର୍ବରୁ ଛୋଟ ଛୋଟ ପିଲାମାନେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ!ଉକ୍ତ କାର୍ଯ୍ୟକ୍ରମରେ ସଂସଦ ତରଫରୁ ସନ୍ତୋଷ କୁମାର ବରାଳ ବିଜୟାଲଷ୍ମୀ ମହାନ୍ତି, ଲାଳମଣି ମୁଣ୍ଡା, ରମେଶ ରାଉତ, ରାଜୁ ସିଂ ଚନ୍ଦନ ଦାସ ଓ ଇମତାଜ ଖାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ! ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଯଥା ଅଙ୍କିତା ଦାସ, ମନୀଷା ମିଶ୍ର ଓ ଶ୍ରୀୟା ରାଉତ ପ୍ରମୁଖଙ୍କ ଅତିଥିମାନେ ପୁରସ୍କୃତ କରିଥିଲେ ! ସଂସଦର ସଭାପତି ପ୍ରଫୁଲ୍ଲ ନାୟକ ଅତିଥିମାନଙ୍କ ଠାରୁ ଆସିଥିବା ପ୍ରସ୍ତାବକ୍ରମେ ଭଗତ ସିଂଙ୍କ ପରି ମହାନ ବିପ୍ଲବୀଙ୍କ ପାଇଁ ଏକ ବଡଧରଣର ସଭା କରାଯିବା ଓ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ତାଙ୍କ ବିଚାର ଧାରା ଓ ଆଦର୍ଶର ପ୍ରଚାର ପ୍ରସାର ପାଇଁ ସେମିନାର ଓ ଆଲୋଚନା ସଭା କରିବା ପାଇଁ ଆହ୍ୱାନ କରିଥିଲେ !
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close