ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବ୍ରଜକିଶୋର ମଲ୍ଲିକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ବ୍ୟକ୍ତ
ବ୍ୟାସନଗର, ୧୫/୨(ଉ.ନ୍ୟୁଜ୍ ବ୍ୟୁରୋ): ଆମ ଗହଣରେ ଅବସରପ୍ରାପ୍ତ ରାଜସ୍ୱ ବିଭାଗର ଅଧିକାରୀ ବ୍ରଜକିଶୋର ମଲ୍ଲିକ ଆଉ ନାହାନ୍ତି । ଗତ ୧୫/୨/୨୩ ବୁଧବାର ସକାଳ ୬ଟା ୧୫ମି ପାଖାପାଖି ସମୟରେ ସେ ଘର ଅଗଣାରେ ସ୍ୱାଭାବିକ ଭାବେ ବୁଲାବୁଲି କରି ଘରକୁ ଯାଇ ଚା ପିଥିଲେ । ଏହା ପରେ ସଂଗେ ସଂଗେ ତାଙ୍କର ହୃଦ୍ଘାତ ହୋଇଯାଇଥିଲା । ତାଙ୍କୁ ସଂଗେ ସଂଗେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେତେବେଳକୁ ତାଙ୍କର ପରଲୋକ ହୋଇଯାଇଥିଲା ଓ ଡ଼ାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ମୃତ୍ୟୁବେଳକୁ ତାଙ୍କୁୂ ୭୨ ବର୍ଷ ବୟସ ହୋଇଥିଲା । ସେ ବହୁଦିନ ଧରି ରାଜସ୍ୱ ନିରୀକ୍ଷକ ଓ ପରେ ପଦୋନ୍ନତି ପାଇ ରାଜସ୍ୱ ସୁପରଭାଇଜର ହୋଇଥିଲେ । ସରକାରୀ ଚାକିରୀରୁ ଅବସର ନେଇ ବ୍ୟାସନଗର ପୈାର ପରିଷଦର ୦୨ନଂ. ୱାର୍ଡ଼ର ଫେରୋକ୍ରୋମ କଲୋନି ଗେଟ ବାଙ୍କିସାହି ଶିବ ମନ୍ଦିର ନିକଟରେ ନିକଟରେ ଘର କରି ବସବାସ କରୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ପ୍ରକାଶ, ୦୨ ଝିଅ ପ୍ରଭାତି ଓ ପ୍ରତିଭା, ପୂତ୍ରବଧୂ, ସାହି ପଡ଼ିଶା ଓ ଜ୍ଞାତିକୁଟୁମ୍ବ ଆଦି ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ଏକମାତ୍ର ପୁତ୍ର ପ୍ରକାଶ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି । ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଇଂ. ଅଶୋକ କୁମାର ସାହୁ, ବରିଷ୍ଠ ଅଧିକାରୀ ରଶ୍ମିରଂଜନ ବିଶ୍ୱାଳ, ହିରଣ୍ୟ ମହାନ୍ତି, ନିରାକାର ନାୟକ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ, ‘ଦେଭ୍ ଇଂଟରନ୍ୟାସ୍ନାଲ’ର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ଜିଏସଟି ଅଧିକାରୀ ଶୁଭେନ୍ଦୁ କୁମାର କରଣ, ଆନନ୍ଦ ମଲ୍ଲିକ, ଶରତ କୁମାର ବିଶ୍ୱାଳ, ଅରୁଣ ଦାସ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।