ବିଶ୍ବ ଓଡ଼ିଶାର ଧଉଳି ଅଧିବେଶନ ଅନୁଷ୍ଠିତ, ସୁରେନ୍ଦ୍ରନାଥ ମହାପାତ୍ର ହେଲେ କାର୍ଯ୍ୟକାରୀ ସଭାପତି; ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଇଣ୍ଡୋନେସିଆ ନିଯୁକ୍ତ ହେଲେ ଶୁଭେନ୍ଦୁ ମିଶ୍ର

ଭୁବନେଶ୍ୱର, ୨୨/ ୧୨: ‘ବିଶ୍ବ ଓଡ଼ିଶା’ ଅନୁଷ୍ଠାନର ଏକ ସ୍ୱତନ୍ତ୍ର ଅଧିବେଶନ ଧଉଳି ଶାନ୍ତିସ୍ତୁପଠାରେ ବିଶ୍ବର ଉପ-ସଭାପତି ଦିଲୀପ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ‘ବିଶ୍ବ ଓଡ଼ିଶା’ର ବିଭିନ୍ନ ବିଭାଗ ଯଥା : ସାହିତ୍ୟ, ସଂସ୍କୃତି, କଳା, କୃଷି, ପରିବେଶ, ମହିଳା, ସଦ୍ଭାବନା, ସମ୍ବେଦନା, ପ୍ରତିବେଶୀ ପରିଷଦ ଆଦିର ଅଧ୍ୟକ୍ଷ ଓ ପ୍ରତିନିଧି ମାନଙ୍କୁ ନେଇ ଏହି ବିଶେଷ ଅଧିବେଶନ ‘ଧଉଳିଗିରି ଅଧିବେଶନ’ ଭାବରେ ସଂକଳ୍ପନାମା ପାରିତ ହୋଇଥିଲା । ଏହି ଅଧିବେଶନରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଦ ପାଇଁ ‘ଓଡ଼ିଶା ମୋ ପରିବାର’ ପ୍ରବାସୀ ଓଡ଼ିଆ ଉପଦେଷ୍ଟା ଡ. ସୁରେନ୍ଦ୍ରନାଥ ମହାପାତ୍ରଙ୍କ ନାମ ସମ୍ପାଦକ ତଥା ପରିଚାଳନା ନ୍ୟାସୀ ମନୋଜ ମନ୍ମୟ ପ୍ରସ୍ତାବ ଆଗତ କରିଥିଲେ ଓ ଉପସ୍ଥିତ ସମସ୍ତ ନ୍ୟାସୀ ଓ କର୍ମକର୍ତ୍ତାଙ୍କ ସର୍ଵ ସମ୍ମତି କ୍ରମେ ଏହା ଗୃହୀତ ହୋଇଥିଲା। 
         ଉପସଭାପତି ଦିଲୀପ ରାୟ ଅନୁଷ୍ଠାନର ସଂକଳ୍ପ ପତ୍ର ପାଠ କରାଇ ଡ. ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଅର୍ପଣ କରିଥିଲେ । ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଡ. ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରବର୍ତ୍ତୀ ସଂକଳ୍ପ କ୍ରମେ ଇଣ୍ଡୋନେସିଆରେ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ପଦ ଖାଲିଥିବାରୁ ସେଠାରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆ ତଥା ଇଣ୍ଡୋନେସିଆ ଓଡ଼ିଆ ସମାଜର ସଭାପତି ଶୁଭେନ୍ଦୁ ମିଶ୍ରଙ୍କୁ ‘ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ’ ଭାବରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ପରେ ପରେ ବିଭିନ୍ନ ପରିଷଦର କର୍ମକର୍ତ୍ତା ନିଜ ନିଜ ପରିଷଦର କାର୍ଯ୍ୟକ୍ରମ, ଭବିଷ୍ୟତ ଯୋଜନା ଆଦି ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏହି ଅଧିବେଶନ ଆୟୋଜନରେ ବିଶ୍ବ ଓଡ଼ିଶା ସଦ୍ଭାବନାର କର୍ମକର୍ତ୍ତା ଓ ସଭ୍ୟାମାନେ ବିଶେଷ ସହାୟତା କରିଥିବାରୁ ତାଙ୍କୁ କାର୍ଯ୍ୟକାରୀ ସଭାପତି ଉଚ୍ଚ ପ୍ରଶଂସା କରିଥିଲେ । ଅଧିବେଶନରେ ବିପିନ ବିହାରୀ ମିଶ୍ର, ଗୋପୀନାଥ କର, ସବିତା ମହାନନ୍ଦିଆ, ଶୁଭଶ୍ରୀ ରାୟ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ ।
     ଏହି ଅଧିବେଶନରେ ପରିବେଶ ପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ମହାନନ୍ଦିଆ, ସାହିତ୍ୟ ପରିଷଦର ଉପଦେଷ୍ଟା ଅକ୍ଷୟ ମହାନ୍ତି, ପ୍ରତିବେଶୀ ପରିଷଦର ଅଧ୍ୟକ୍ଷ ଇନ୍ଦ୍ରମଣି ନାୟକ, ସଂସ୍କୃତି ପରିଷଦର ଉପଦେଷ୍ଟା ପବିତ୍ର ପଟନାୟକ, ମହିଳା ପରିଷଦର ଆବାହିକା ରଶ୍ମିତା ରାଉତ, ସମ୍ବେଦନା ପରିଷଦର ସଂଯୋଜକ ପ୍ରତାପ ନାୟକ, ସଦ୍ଭାବନା ପରିଷଦର ଅଧ୍ୟକ୍ଷା ସ୍ନେହଲତା ମିଶ୍ର, ଉପସଭାପତି ବିଭାବରୀ ମିଶ୍ର, କୋଷାଧ୍ୟକ୍ଷା ଗୀତାଞ୍ଜଳି ମହାନ୍ତି, ସହ ସମ୍ପାଦକ ଅସିତ ଷଡ଼ଙ୍ଗୀ ପ୍ରମୁଖ ବିବରଣୀ ଉପସ୍ଥାପନ କରିଥିବାବେଳେ ସ୍ନେହଲତା ସାହୁ, ସନ୍ତୋଷ କୁମାର ପୃଷ୍ଟି, ନିରୁପମା ପଣ୍ଡା, ପ୍ରଭାସିନୀ ନାୟକ, ଯସ୍ମୀନ କର, ମଧୁସ୍ମିତା ମହାପାତ୍ର, ପ୍ରତିମା ମିଶ୍ର, ରଞ୍ଜୁଲତା ସାମଲ, ରିତାଞ୍ଜଳି ଦାସ, ସୁଷମା ପଣ୍ଡା, ଦୀପକ ଘଡ଼େଇ, ବିଶ୍ୱରଞ୍ଜନ ସାମଲ, ଅମୂଲ୍ୟ କୁମାର ଭଞ୍ଜ, ଡମ୍ବରୁଧର ବାରିକ, ପ୍ରକାଶ ଚନ୍ଦ୍ର, ପ୍ରଧାନ, ଦୀପକ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ମନୋଜ ମନ୍ମୟ ଅନୁଷ୍ଠାନର ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଧଉଳି ପାଦଦେଶରେ ଏକ ବଣଭୋଜିର ଆୟୋଜନ ହୋଇଥିଲା ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close