ଆନ୍ତଃ-ରାଜ୍ୟ ଶ୍ରମିକ ଚାଲାଣ ର‌୍ୟାକେଟ କବଳରୁ ପୁଣି ଉଦ୍ଧରିଲେ ଯାଜପୁରର ୦୫ ଶ୍ରମିକ

ବ୍ୟାସନଗର, ୨୭/୧୦(ଉ. ନ୍ୟୁଜ୍ ବ୍ୟରୋ): ଶିଳ୍ପ ସମୃଦ୍ଧ ଯାଜପୁର ଭଳି ଏକ ସଚେତନଶୀଳ ଜିଲ୍ଲାରୁ ଦୈନିକ ଅଧିକ ମଜୁରୀ ଓ ସବୁଦିନ କାମ ଆଶାରେ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ହେଉଥିବାର ଜଣାଯାଇଛି । ଏହି ଜିଲ୍ଲାର ଚଣ୍ଡିଖୋଲ ଅଂଚଳର ଜଣେ ଦଲାଲ ପ୍ରଲୋଭନ ଦେଖାଇ ଜିଲ୍ଲାର ବହୁ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନେଇ ଗୋତି ଖଟାଉଥିବା ଓ ନିର୍ଯ୍ୟାତନା ଦେବା ଭଳି ସଂଗୀନ ଅଭିଯୋଗର ଛାନଭିନ୍ କରୁଛି ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ । ଭୁବନେଶ୍ୱର ସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ମଧ୍ୟ ଏମାନଙ୍କ ମୁକୁଳିବା ନେଇ ପଦକ୍ଷେପ ଜାରୀ ରଖିଛି । ସୁଚନା ମୂତାବକ ଚଣ୍ଡିଖୋଲ ନିକଟବର୍ତୀ କଂଟିଗଡ଼ିଆ ପଂଚାୟତର ପାଇକରାପୁର ଗ୍ରାମର କ୍ଷୀରୋଦ ସାମଲ କିଛି ଶ୍ରମିକଙ୍କୁ ପ୍ରଥମେ ରାଜଧାନୀ ଭୁବନେଶ୍ୱରରେ ଅଧିକ ମଜୁରୀ ଦେବା ସହ ଖାଇବା ଓ ରହିବାର ଆଶା ଦେଇ ଆଜକୁ ୪ ମାସ ତଳେ ୪୦-୫୦ଜଣ ଶ୍ରମିକଙ୍କୁ ନେଇଯାଇଥିଲା । ପରେ ସମସ୍ତଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ଅଧିକାଂଶଙ୍କୁ ଚେନ୍ନାଇକୁ ନେବା କଥା କହି ତେଲେଙ୍ଗନାର ହାଇଦ୍ରାବାଦ ଓ ସିକନ୍ଦରାବାଦ ଟ୍ୱିନ୍ ସିଟିକୁ ନେଇ କାମ କରାଇଥିଲା । ସେମାନଙ୍କୁ ଛୋଟ ଛୋଟ ଟିମରେ ବିଭକ୍ତ କରି ଅଲଗା ଅଲଗା ସ୍ଥାନକୁ ନେଇ ଭିନ୍ନ ଭିନ୍ନ ନିର୍ମାଣାଧିନ ସଂସ୍ଥାରେ କାମ କରାଇଥିଲା । ଭଲ କାମ ଓ ଖାଇବାକୁ ଦେବାକୁ ପ୍ରତିଶୃତି ଦେଇଥିବା ଦଲାଲ ନିମ୍ନମାନର ତଥା ଅରୁଚିକର ଖାଦ୍ୟ ଦେଇ କଠିନ ପରିଶ୍ରମ କରାଇଥିଲା । ସେମାନଙ୍କୁ ଔଷଧପତ୍ର ଆଦି ଦେଉ ନ ଥିଲା । ୩-୪ମାସ ଧରି କାମ କରିଥିଲେ ବି ଦରମା ନ ଦେବା କାରଣରୁ ଏମାନେ ଘରକୁ ଟଙ୍କା ପଠାଇପାରୁ ନ ଥିଲେ । ଘରେ ଏମାନଙ୍କ ଉପରେ ନିର୍ଭର କରୁଥିବା ପରିବାରବର୍ଗ କିଛି ଖୋଜ୍ ଖବର କି ଟଙ୍କା ପଇସା ନ ପାଇ ମନସ୍ତାପରେ ଥିଲେ । ହେଲେ ଏମାନଙ୍କ ମଧ୍ୟରୁ କେତେକ ଲୁଚି ଛପି ଆସି ଘରେ ପହଂଚିବା ପରେ ସବୁ କଥା ପ୍ରଘଟ ହୋଇଥିଲା । ଏମାନେ ପ୍ରଥମେ ଜେନାପୁର ଥାନା ଓ ପରେ ତା ୧୮/୧୦/୨୦୨୨ରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଜଣାଇବା ପରେ ଘଟଣାର ମୋଡ଼ ବଦଳିଥିଲା । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଗତ ୧୮/୧୦/୨୦୨୨ରୁ ଏମାନଙ୍କ ସମସ୍ୟାକୁ ଗୁରୁତରର ସହ ନେଇ କାର୍ଯ୍ୟପନ୍ଥା ନେଉଥିବାର ପରିଲକ୍ଷିତ ହେଉଛି । ଫେରିଥିବା କିଛି ଯୁବକ ଓ ଏହି ର‌୍ୟାକେଟ କବଳରେ ଏବେ ସୁଦ୍ଧା ଫସି ରହିଥିବା କେତେକ ଯୁବକଙ୍କ ମାତା ପିତା ଓ ସଂର୍ପକୀୟଙ୍କ ଠାରୁ ସୂଚନା ସଂଗ୍ରହ କରି ଓ ବୟାନ ରେକର୍ଡ଼ କରି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମହାନ୍ତି ତଦନ୍ତ ଚଳାଇଛନ୍ତି । ପୋଲିସ ମଧ୍ୟ ଘଟଣାର ଛାନଭିନ କରୁଛି । ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଭେଟି ବିନା ଲାଇସେନ୍ସ (ଆଇ.ଏସ.ଏମ.ଡବ୍ଲ୍ୟୁ)ରେ ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ କରୁଥିବା ର‌୍ୟାକେଟା ପର୍ଦ୍ଦାଫାସ ସହ ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବୀ କରିଛନ୍ତି । ଆଇ.ପି.ସିର ୩୭୦ ଦଫାର ଉଲ୍ଲଂଘନରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଫସି ରହିଥିବା ୦୫ ଜଣ ଶ୍ରମିକଙ୍କୁ ଫେରାଇ ଆଣିବା ଦିଗରେ ଅଗ୍ରାଧିକାର ଭିତିରେ କାର୍ଯ୍ୟ ଚାଲିଥିଲା । ଫଳତଃ ଜେନାପୁର ଥାନା ବାରମାଣ ଗ୍ରାମର ୧) ସୁକାନ୍ତ ସାମଲ, ୪୪ ବର୍ଷ, ପି-ବାବାଜି, ୨) ପ୍ରଭାତ ଦେହୁରୀ, ୨୫ ବର୍ଷ, ପିତା-ଗୋକୁଳ ଦେହୁରୀ, ୩) କାନ୍ତ ପ୍ରଧାନ, ୧୯ ବର୍ଷ, ପିତା-ମଂଗୁଳି ପ୍ରଧାନ ଗତ ୨୪/୧୦ରେ ଗାଁ’କୁ ଫେରିଥିବା ବେଳେ ୪) ସିପୁନା ସାମଲ, ୨୨ ବର୍ଷ, ପିତା-ବିଷ୍ଣୁ ସାମଲ ଏବଂ ୫) ଶଙ୍କର ଦେହୁରୀ, ୨୨ ବର୍ଷ, ପିତା: ମହେନ୍ଦ୍ର ଦେହୁରୀ, ୨୫/୧୦/୨୦୨୨ରେ ଘରୁକୁ ଫେରିଛନ୍ତି । ଆଉ ୦୬ ଜଣ ଶ୍ରମିକଙ୍କୁ ଘର ବାହୁଡ଼ାଇବା ପାଇଁ ଉଦ୍ୟମ ଚାଲିଛି । ସେମାନଙ୍କ ମଧ୍ୟରୁ ୦୪ ଜଣଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ୦୨ ଜଣଙ୍କ ଘର ଢ଼େଙ୍କାନାଳ ଜିଲ୍ଲାରେ ବୋଲି ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close