କାଳୀ ପୂଜା ନିମନ୍ତେ ଶାନ୍ତି କମିଟି ପକ୍ଷରୁ ଯାଜପୁରରୋଡ ପୋଲିସ ଷ୍ଟେସନରେ ବୈଠକ

ଯାଜପୁରରୋଡ, ୧୨/୧୦: ବ୍ୟାସନଗରର ଗଣପର୍ବ କାଳୀ ପୂଜା ନିମନ୍ତେ ଶାନ୍ତି କମିଟି ପକ୍ଷରୁ ଯାଜପୁରରୋଡ ପୋଲିସ ଷ୍ଟେସନରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଶାନ୍ତି କମିଟି କିପରି ସୁରକ୍ଷିତ ଭାବରେ କାଳୀ ପୂଜାକୁ ଅନୁଷ୍ଠିତ କରିପାରିବ ଏହାକୁ ନେଇ ଶାନ୍ତି କମିଟିର ସମସ୍ତ ପୂଜା ମଣ୍ଡପର ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ l ଏହି ବୈଠକରେ ଏସ.ଡି.ପି.ଓ, ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ସମେତ ଅଗ୍ନିଶମ ବିଭାଗର ମୁଖ୍ୟ ଅଧକାରୀ, ବିଦ୍ୟୁତ୍ ବିଭାଗର ଅଧିକାରୀ ଓ ବ୍ୟାସନଗର ପୌରପରିଷଦର ଯନ୍ତ୍ରୀ (ଏମ.ଇ) ଅଜୟ ପରିଡା ଯୋଗଦେଇ ନିଜ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଦାୟୀତ୍ୱ ବହନ କରିଥିଲେ l ଏଥି ସହିତ ସମସ୍ତ ଅଧିକାରୀଙ୍କ ତ୍ଵତ୍ୱାବଧାନରେ କାଳୀ ପୂଜା କମିଟି ପୂଜାକୁ ମହାଆଡମ୍ବର ସହ ସମ୍ପାଦନ କରିବ ବୋଲି ଆଲୋଚନା ହେଇଥିଲା l ଆଲୋଚନାରେ ପୂଜା ମଣ୍ଡପର ପ୍ରତିନିଧିଙ୍କ ଦ୍ୱାରା ପ୍ରସ୍ତାବ ଅନୁଯାଇ ୨୪ ଅକ୍ଟୋବରରେ ମାଙ୍କ ପୂଜା ଆରମ୍ଭ ହୋଇ ୬ ନଭେମ୍ବରରେ ଭାଷଣି ଉତ୍ସବ ପାଲନ ହେବ ବୋଲି ନିଷ୍ପତି ନିଆଯାଇଛି l ଏହି ଆଧାରରେ ମା କାଳୀ ପୂଜା ମଣ୍ଡପ ୧୪ ଦିନ ଧରି ପୂଜା ପାଇବେ ଯାହା କି ଯାଜପୁରରୋଡ କାଳୀ ପୂଜା ଏହି ନିଷ୍ପତ୍ତି ପ୍ରଥମ ଥର ପାଇଁ ହାତକୁ ନେଇଛି l ଏହି ବର୍ଷ ନୂତନ କାଳୀ ପୂଜା ମଣ୍ଡପ ଭାବରେ ଧବଳଗିରି ଯୋଡି ହେବାରୁ ଯାଜପୁରରୋଡରେ ମେଢ଼ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି l ଏହି ନିଷ୍ପତ୍ତି ପାଇଁ ଶାନ୍ତି କମିଟି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା ବେଳେ ପୂଜା ପାଇଁ ଯାଜପୁରରୋଡ଼ବାସୀଙ୍କ ପୂର୍ଣ୍ଣ ସହଯୋଗ ଓ ସହାୟତା ଲୋଡ଼ିଛି l 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close