ସଫ୍ଟୱେୟାର ଇଞ୍ଜିନିୟର ସତ୍ୟବ୍ରତ ବରାଳଙ୍କ ସଡକ ଦୁର୍ଘଟଣାରେ ମୃତ

ବ୍ୟାସନଗର, ୧୯.୦୯.୨୨: ଗତ ୧୭ ତାରିଖ ଶନିବାର ବ୍ୟାସନଗରସ୍ଥିତ ମହତାବ ନଗର ନିବାସୀ ତଥା ବୈରୀମାଳ ଉଚ୍ଚ ବିଦ୍ୟାଳୟର ବରିଷ୍ଠ କିରାଣି ରବିନ୍ଦ୍ର କୁମାର ବରାଳଙ୍କ ‌ପୁଅ ସଫ୍ଟୱେର ଇଞ୍ଜିନିୟର ସତ୍ୟବ୍ରତ ବରାଳ( ୨୮ )ଙ୍କର ବ୍ୟାଙ୍ଗଲୋର ଠାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏକ ସଫ୍ଟୱେର କମ୍ପାନୀରେ ଚାକିରୀ କରୁଥିବା ସତ୍ୟବ୍ରତ ‌ଆଉ ଏକ ଭଲ ସଫ୍ଟୱେର କମ୍ପାନୀରେ ଅଧିକ ପ୍ୟାକେଜରେ ଚାକିରୀ ପାଇ ଯୋଗଦେବା ପୂର୍ବରୁ ପିତାଙ୍କ ଆଶିର୍ବାଦ ନେବା ଉଦ୍ଦେଶ୍ୟରେ ଏକ ବାଇକ୍ ଯୋଗେ ଘରକୁ ଓଡିଶା ଫେରୁଥିଲେ । ବ୍ୟାଙ୍ଗଲୋରରୁ ମାତ୍ର ୧୦ କିଲୋମିଟର ଅତିକ୍ରମ କରିବା ପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ କୋଭିଡ୍ କଟକଣା ଲକ୍ ଡାଉନ୍ ସମୟରେ ସତ୍ୟବ୍ରତ ୨ ଥର ବ୍ୟାଙ୍ଗଲୋରରୁ ଘରକୁ ଯିବା ଆସିବା କରିଛନ୍ତି। ସେହି ଆତ୍ମବିଶ୍ଵାସରେ ସେ କିଣିଥିବା ନୂତନ ବାଇକରେ ଘରକୁ ଫେରୁଥିବା ଅବସ୍ଥାରେ ଏହି ଦୁର୍ଘଟଣା ଘଟିଲା।ବ୍ୟାଙ୍ଗଲୋର ହସ୍ପିଟାଲରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ବିଳମ୍ବ ହେବାରୁ ପରଦିନ ସକାଳୁ ସାଙ୍ଗମାନଙ୍କ ସହଯୋଗରେ ବିମାନ ଯୋଗେ ମୃତ ଦେହକୁ ଭୂବନେଶ୍ବର ଏବଂ ପରେ ବ୍ୟାସନଗର ଘରକୁ ଅଣାଯାଇଥିଲା। ଅତି ଶୋକାକୁଳ ଓ କ୍ରନ୍ଦନ ପରିବେଶ ଭିତରେ ପରିବାର ଲୋକ,ମହତାବନଗର ବାସୀନ୍ଦା ,ବ୍ୟାସନଗର ଅଞ୍ଚଳର ବହୁ ସମ୍ପର୍କୀୟ ଏବଂ ବୁଦ୍ଧିଜୀବୀ ପୁଷ୍ପମାଲ୍ୟ ଦେଇ ଶେଷ ବିଦାୟ ଦେଇଥିଲେ। ଯାଜପୁର ଟାଉନ ଦଶ୍ବାସମେଧ ଘାଟ ନିକଟରେ ତାଙ୍କର ଅନ୍ତୀମ ସଂସ୍କାର କରାଯାଇଥିଲା।ଛୋଟ ବେଳୁ ମାଆ ଛେଉଣ୍ଡ ଥିବା ସତ୍ୟବ୍ରତଙ୍କୁ ଲାଳନପାଳନ କରି ବଡ କରିଥିବା ପିତା ରବିନ୍ଦ୍ର ଓ ତାଙ୍କ ପରିବାର ଏକମାତ୍ର ପୁତ୍ରକୁ ହରାଇ ହତାଶରେ ଭାଙ୍ଗି ପଡି ଥିବାରୁ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେବାପାଇଁ ଶିକ୍ଷାବିତ୍ ଡ ଦୁଷ୍ମନ୍ତ କୁମାର ନାୟକ,ବୈରୀମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ରାଉତ,ବିଭୂତି ଭୂଷଣ ପାଳ,ଗୟାଧର ନନ୍ଦ ଓ ଗଗନ ବିହାରୀ ସ୍ବାଇଁ,କ୍ରିଡାବିତ୍ ଦୁର୍ଯୋଧନ ରାଉତ ଓ ବଜ୍ରବାହୁ ସାମନ୍ତସିହାର,ବିଜେଡି ନେତା ଅର୍ଜୁନ କୁମାର ରାଉତ ଓ ପ୍ରଦ୍ୟୁମ୍ନ କୁମାର ରାଉତ, କୁଳମଣି ବିଶ୍ବାଳ, ଚୈତନ୍ୟ ବାରିକ,ଚନ୍ଦନ କୁମର ରାଉତ, ହେମନ୍ତ କୁମାର ଦାସ,ତପନ କୁମାର ରାଉତ, ଭାଗିରଥି ଆଚାର୍ଯ୍ୟ, ଜମ୍ବୁନାଥ ସାମଲ, ଶ୍ରୀପତି ବାରିକ,ମନୋଜ ବାନରା, ଅନିରୁଦ୍ଧ ବାରିକ,ସତ୍ୟଜିତ ଶତପଥୀ, ରବିନ୍ଦ୍ର ସୂତାର, ଗୌରାଙ୍ଗ ସାହୁ, ସରୋଜ ତ୍ରିପାଠୀଙ୍କ ସମେତ ଶତାଧିକ ବ୍ୟକ୍ତି ଶ୍ରୀ ବରାଳଙ୍କ ବାସଭବନରେ ପହଞ୍ଚିଥଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close