ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାର। ଜିଲ୍ଳା ସ୍ତରୀୟ ବ୍ୟଙ୍ଗ ନାଟକ/ବକୃତା/ ପ୍ରବନ୍ଧ/ଚିତ୍ରାଙ୍କନ ପ୍ରତିଯୋଗିତା

ଯାଜପୁର: ଗତ ତା ୨୨.୦୮.୨୦୨୨ ରିଖ ସୋମବାର ଦିନ ଜିଲ୍ଳାଜଜ୍ ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମଦୋର ରଥଙ୍କ ନିର୍ଦ୍ଦେଶକ୍ରମେ, ଯାଜପୁର ଜିଲ୍ଳା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ବ୍ୟଙ୍ଗ ନାଟକ/ବକୃତା/ ପ୍ରବନ୍ଧ/ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ଏଥିରେ ଯାଜପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୩ଟି ବିଦ୍ୟାଳୟର ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରି ଆଇନ ଆଧାରିତ ବିଭିନ୍ନ ବ୍ୟଙ୍ଗ ନାଟକ ବକୃତା/ ପ୍ରବନ୍ଧ/ଚିତ୍ରାଙ୍କନ ପିଲାମାନଙ୍କ ଲୁକାଇତ ପ୍ରତିଭାକୁ ପରିପ୍ରକାଶ କରିଥିଲୋ ବ୍ୟଙ୍ଗ ନାଟକରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯାଜପୁର ପ୍ରଥମ ସ୍ଥାନ, ରାମବାଗହାଇସ୍କୁଲ, ଯାଜପୁର ଦ୍ୱିତୀୟସ୍ଥାନ ଏବଂ କେନ୍ଦ୍ରିୟୀ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଜ୍ୟୋତିମୟୀ ଦାସ, ଡ଼ଃ. ରାଜକିଶୋର ପଣ୍ଡା ଏବଂ ଡ଼ଃ. ଅଲେଖ ପ୍ରସାଦ ମହାରଣା ଦାୟିତ୍ୱ ତୁଲାଇଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ଲେଙ୍କା ପ୍ରଥମ ସ୍ଥାନ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରିୟମ୍ବଦା ସାହୁ ଦ୍ୱିତୀୟସ୍ଥାନ ଏବଂ ଭଗବାନ ନନ୍ଦ ହାଇସ୍କୁଲ ପଣସା ପ୍ରିୟସା ଧଳ ତୃତୀୟସ୍ଥାନ ଅଧିକାରକରିଥିଲେ । ବିଚାରକ ଭାବେ ଡ଼ଃ. ପ୍ରଣତୀ ସାମଲ, ହରେକ୍‌ୃର୍ଷ୍ଣ ପଣ୍ଡା ଦାୟିତ୍ୱ ତୁଲାଇଥିଲେ । ବକୃତା ପ୍ରତିଯୋଗିତାରେ ଭଗବାନ ନନ୍ଦ ହାଇସ୍କୁଲ ପଣସାର ଛାତ୍ରୀ ସ୍ଥିତିପଜ୍ଞା ମହାନ୍ତି ପ୍ରଥମ ସ୍ଥାନ, ଜବାହାର ନବଦୟ ବିଦ୍ୟାଳୟ ପାଣିକୋଇଲି ସ୍ୱୟଂପ୍ରଜ୍ଞା ପତି ଦ୍ୱିତୀୟ ସ୍ଥାନ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସୁପ୍ରିତୀ ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ଦାମୋଦର ବେହେରା, ଡ଼ଃ. ଜ୍ଞାନରଂଜନ ପତି ଦାୟିତ୍ୱ ତୁଲାଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ ସାଇ ଅରପିତା ମହାପାତ୍ର ପ୍ରଥମ ସ୍ଥାନ, ଉପେନ୍ଦ୍ର କୁମାର ହାଇସ୍କୁଲ, ଅବଦଲପୁର ଛାତ୍ର ରଂଜିତ ସାହୁ ଦ୍ୱିତୀୟସ୍ଥାନ ଏବଂ ଯାଜପୁର ଜିଳ୍ଲା ସ୍କୁଲର ପିରୁନାଥ ମାରାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ବିଚାରକ ଭାବେ ଅନିଲ କୁମାର ଜେନା, ସତ୍ୟଜିତ ହାଲଦାର ଦାୟିତ୍ୱ ତୁଲାଇଥିଲେ ।
ଏତତ୍‌ବ୍ୟତୀତ ଜିଲ୍ଲା କୋର୍ଟର ରେଜିଷ୍ଟାର ନରୋତମ ସେଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁରର ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଳା ଦୈାରାଜର୍ଜ ଶ୍ରୀଯୁକ୍ତ ଦାମଦୋର ରଥ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀଛାତ୍ର/ଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close