
“ବ୍ୟାସ ପ୍ରିଂଟ୍ ମିଡିଆ ଆସୋସିଏସନ”ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ବ୍ୟାସନଗର, ୨୪/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ କାର୍ଯ୍ୟରତ ଅଗ୍ରଣୀ ସାମ୍ବାଦିକ ସଂଘ “ବ୍ୟାସ ପ୍ରିଂଟ୍ ମିଡିଆ ଆସୋସିଏସନ”ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଉମାପଦା ସ୍ଥିତ ସାଇ ମାର୍ଗ ଠାରେ ଆଜି ବୁଧବାର ପୂର୍ବାହ୍ନରେ ସଂଘର ସଭାପତି ତଥା ବର୍ଷିୟାନ ସାମ୍ବାଦିକ ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂଘର ସାଧାରଣ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଂଘର ବିଗତ ଦିନର ବିଭିନ୍ନ କାର୍ଯ୍ୟାବଳୀ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ତଥ୍ୟ ରଖିଥିଲେ । ବରିଷ୍ଠ କର୍ମକର୍ତା ସର୍ବଶ୍ରୀ ଶରତ ପଥାଳ, ବାବୁରାମ ଜେନା, ପବିତ୍ର ରଂଜନ ମହାନ୍ତି, ପ୍ରଦ୍ୟୁମ୍ନ ବୋଇତାଇ, କୈଳାସ ରାଉତ, ସୁଦୀପ୍ କୁମାର ମିଶ୍ର, ଉମାକାନ୍ତ ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ଦେବେନ୍ଦ୍ର କୁମାର ନାୟକ, ଜ୍ଞାନରଂଜନ ରାଉତ, ଜଗଦୀଶ ମଟ୍ଟାଣିଆ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ସଂଘକୁ ରାଜ୍ୟରେ ଏକ ପ୍ରଭାବଶୀଳ ସଂଘ ଭାବେ ଗଢ଼ି ତୋଳିବାକୁ ସୁପରାମର୍ଶମାନ ଦେଇଥିଲେ । ଆସିଥିବା ପ୍ରସ୍ତାବ ଉପରେ ଏଠାରେ ଆଲୋଚନା କରାଯାଇ ୦୪ ଜଣ ନୂତନ ସଭ୍ୟଙ୍କୁ ଆଜି ସଂଘରେ ଗ୍ରହଣ କରାଯାଇଥିଲା । ସେମାନେ ହେଲେ ବରିଷ୍ଠ ସାମ୍ବାଦିକ ଉଦୟନାଥ ଖଣ୍ଡାଇ, ଯଜ୍ଞଦତ ତ୍ରିପାଠୀ, ଅଭିମନ୍ୟୁ ମିଶ୍ର ଓ ପ୍ରଶାନ୍ତ ପାତ୍ର । ବରିଷ୍ଠ ସଭ୍ୟ ଭରତ କୁମାର ରାଉତ ସ୍ୱାସ୍ଥ୍ୟଗତ କାରଣରୁ ବୈଠକରେ ଯୋଗଦେଇ ପାରି ନ ଥିବାରୁ ଦୁଃଖ ପ୍ରକାଶ କରାଯିବା ସହ ତାଙ୍କର ଆରୋଗ୍ୟ କାମନା କରାଯାଇଥିଲା । ଶେଷରେ ଦୁଷ୍ମନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।