ଶିକ୍ଷାବିତ ବିଜୟ କୁମାର ଜେନାଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା

ହାଟଡିହୀ ; ୦୮/୦୭ (ନି ପ୍ର) : କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲ୍‌କ ସୋସୋ ଗ୍ରାମ ପଂଚାୟତର ଉତ୍ତରରେ ସାଳନ୍ଦୀ ନଦୀ ଦକ୍ଷିଣରେ ସାଳନ୍ଦୀ କେନାଲ ମଝିରେ କାନପୁର ଗ୍ରାମ ।ଏହି ଗ୍ରାମର ଲୋକେ ଉଚ୍ଚ ଶିକ୍ଷିତ ଭାବେ ଜିଲ୍ଲାରେ ଚର୍ଚ୍ଚିତ। ଏହି ଗ୍ରାମରେ ଶିକ୍ଷକତା ବୃତ୍ତିରେ ଅନେକ ଲୋକ ନିବୃତ୍ତ ଥିବା ଜଣାଯାଏ। ଏହି ଅଞ୍ଚଳରେ ପ୍ରଧାନ ଶିକ୍ଷକ ଭାବେ ବିଜୟ କୁମାର ଜେନା ଖୁବ ଜଣାଶୁଣା। ଦୀର୍ଘ ଦିନ ଧରି ଶିକ୍ଷକତା କ୍ଷେତ୍ରରେ କାର୍ଯ୍ୟକରି ଆସୁଥିବା ବେଳେ ଏବେ ତାଙ୍କର ଅବସର ସମୟ ଆସିଛି ଏହାକୁ ନେଇ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ଜୁନ ମାସ ୩୦ ତାରିଖରେ ଅବସର ନେଇଥିବା ବେଳେ ତାଙ୍କୁ ବୁଧବାର ଦିନ ରାମଚନ୍ଦ୍ରପୁର ସ୍ଥିତ ବିଦ୍ୟାଳୟ ଠାରେ ବିଦାୟକାଳୀନ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା,ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡାଇ,ସଭାପତି ଗୌରାଙ୍ଗ ଚରଣ ପାଣିଗ୍ରାହୀ, ସଂଯୋଜକ ମୋହନ କୁମାର ମହାନ୍ତି,ଉଦ୍ଘାଟକ ଭାବେ   ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ,ଅମୂଲ୍ୟ କୁମାର ମିଶ୍ର, ଗୁଣାକାର ମିଶ୍ର, ନରୋତ୍ତମ ଶତପଥୀ,ଶଶୀଭୂଷଣ ପୁହାଣ, ମୁଖ୍ୟ ବକ୍ତା ଭାବେ ଚତୁର୍ଭୁଜ ପହି,ସ୍ୱତନ୍ତ୍ର ବକ୍ତା ଭାବେ ନାରାୟଣ ଚନ୍ଦ୍ର ଲେଙ୍କା, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଶିକ୍ଷକତା ଜୀବନ ଏକ ଶୃଙ୍ଖଳିତ ଜୀବନ ବୋଲି ସମ୍ବର୍ଦ୍ଧିତ ବିଜୟ କୁମାର ଜେନା ନିଜ ବକ୍ତବ୍ୟ ରେ କହିଥିବାବେଳେ ତାଙ୍କର ବାକିତକ ଜୀବନ ସେ ସମାଜ ସେବାରେ ବିନିଯୋଗ କରିବାକୁ ପ୍ରକାଶ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close