ବ୍ରାହ୍ମଣିଦେବୀ ସମ୍ବାଦ ସାହିତ୍ୟ ଘରର ତୃତୀୟ ବାର୍ଷିକ ଉତ୍ସବ -୨୦୨୨ ଅନୁଷ୍ଠିତ ହେବା ସହ ବିଶ୍ୱ ପରିବେଶ ଦିବସ ପାଳିତ


ଯାଜପୁର ; ୦୬/୦୫ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) :ଯାଜପୁର ଜିଲ୍ଲା ନଗୁଆଁ ବ୍ରାହ୍ମଣିଦେବୀ ସମ୍ବାଦ ସାହିତ୍ୟ ଘରର ତୃତୀୟ ବାର୍ଷିକ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି।ବିଶ୍ଵପରିବେଶ ଦିବସ ଉପଲକ୍ଷେ ବ୍ରାହ୍ମଣିଦେଵି ସାହିତ୍ୟ ଘରର ତୃତୀୟ ବାର୍ଷିକ ଉତ୍ସବ ପୀତବାସ ଭୂଇୟା ଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ବଳନ କରିଥିଲେ ଭି ଏନ କଲେଜ ର ଅଧକ୍ଷ ଶିବ ପ୍ରସାଦ ମାଝୀ। ମୁଖ୍ୟ ବ୍ୟକ୍ତା ଭାବେ ଆଇ. ଏ. ଏସ. ଅଫିସର ପ୍ରଦୀପ କୁମାର ମହାପାତ୍ର ଯୋଗଦେଇ ଅଭିଭାଷଣରେ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେଇ ପାରିବା ବୋଲି ଆଲୋଚନା ରେ କୁହାଯାଇଥିଲା। ଏହି ସଭାରେ ବ୍ରାହ୍ମଣିଦେଵି ସମ୍ବାଦ ସାହିତ୍ୟ ଘରର ସଭାପତି ଆର୍ତ୍ତ ଚରଣ ମାଲିକ, ସମ୍ପାଦକ -ଧରିତ୍ରୀ ରାଉତ,କୋଷଧ୍ୟକ୍ଷ -ଗୋପାଳ ଚରଣ ସାହୁ, ହୃଷିକେଶ ସାହୁ, ବିଭୁ ଭୂଷଣ ବଳିୟାର ସିଂହ,ଗାୟତ୍ରୀ ନାୟକ,ଅସ୍ମିତା ନାୟକ, ବିଶ୍ୱନାଥକର, ମଦନ ମୋହନ କର, ଅକ୍ଷୟ କୁମାର ଜେନା,ଆଲୋକ ନାୟକ,ସୁଧାଂଶୁ ଶେଖର ସାହୁ, ଶ୍ୟାମସୁନ୍ଦର ରାଉତ, ଖଗେଶ୍ୱର ଜେନା,ରଞ୍ଜନ ମଲିକ, ବିରଞ୍ଚି ନାରାୟଣ ମହାନ୍ତି,ଦିନେଶ କୁମାର ମସ୍କର ଙ୍କ ସହିତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close