ଧବଳଗିରି ଉଚ୍ଚ ବିଦ୍ୟାଳୟରେ ଯାଜପୁର ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବନ ଦିବସ ପାଳିତ

ବ୍ୟାସନଗର, ୨୧/୩: ଆଜି ମାର୍ଚ୍ଚ ୨୧ ତାରିଖ ‘ଆର୍ନ୍ତଜାତିକ ବନ ଦିବସ’ ଅବସରରେ କଟକ ବନଖଣ୍ଡ ଅଧିକାରୀ ଡ଼ଃ. ସଂଜୟ କୁମାର ସ୍ୱାଇଁଙ୍କ ପରାମର୍ଶକ୍ରମେ ସ୍ଥାନୀୟ ଧବଳଗିରି ଉଚ୍ଚ ବିଦ୍ୟାଳୟରେ ଯାଜପୁର ଜିଲ୍ଲାସ୍ତରୀୟ ‘ବିଶ୍ୱ ବନ ଦିବସ’ ପାଳିତ ହୋଇଯାଇଛି । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା, ଯାଜପୁର ଜିଲ୍ଲା ପରିବେଶ ସମିତିର ‘ଇକୋ’ କ୍ଲବର ମୁଖ୍ୟ ପ୍ରଶିକ୍ଷକ ବିଜୟ କୁମାର ସାହୁ, ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ପରିବେଶବିତ୍ ଗୋପିନାଥ ପତି, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବକ୍ଷୟମୁଖି ପରିବେଶ ପାଇଁ ଜଂଗଲ ହାନି ଏକମାତ୍ର କାରଣ ବୋଲି ଦର୍ଶାଇବା ସହ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ପାଇଁ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ଅତିକମରେ ଗୋଟିଏ ଲେଖାଏ ବୃକ୍ଷରୋପଣ କରି ତା’ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଭିତିକ ଆଲୋଚନାଚକ୍ରରେ ବନାଂଚଳ ଅଧିକାରୀ ଶ୍ରୀ ମହାପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ବନ ଦିବସ ଉପଲକ୍ଷେ ଏଠାରେ ଅନୁଷ୍ଠିତ ସାଧାରଣଜ୍ଞାନ ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଛାତ୍ରୀ ଅନୂପା ନାଥ ୧ମ ସ୍ଥାନ ହାସଲ କରିଥିବା ବେଳେ ତୁଳସୀ ବାରିକ ୨ୟ ଓ ସୋନିତା ଦାସ ୩ୟ ସ୍ଥାନ ହାସଲ କରିଥିଲେ । ସମସ୍ତେ ୧୦ମ ଶ୍ରେଣୀର ଛାତ୍ରୀ ଅଟନ୍ତି । ଶେଷରେ ବରିଷ୍ଠ ଶିକ୍ଷକ ପଣ୍ଡିତ ଅକ୍ଷୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close