ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ୧୩ ଜଣଙ୍କ ବିମାନ ଦୁର୍ଘଟଣାରେ ପରଲୋକ 

ନୂଆଦିଲ୍ଲୀ ; ୦୮/୧୨: (ବ୍ୟୁରୋ ) :ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ଏକ ଏୟାରଫୋର୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର କୁନ୍ନୁରରେ ହୋଇଥିବା  ଚିଫ୍ ଅଫ୍   ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ୧୩ ଜଣଙ୍କ ମୃତ୍ଯୁ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟର ଯୋଗେ ସୂଚନା ଦିଆଯାଇଛି । ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ୧୪ ଜଣଙ୍କୁ ନେଇ ଯାଉଥିବା ବେଳେ ଜଙ୍ଗଲରେ କ୍ରାସ୍ ହୋଇ ଯାଇଥିଲା । ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁର୍ଘଟଣାର ଶିକାର ହେଲିକପ୍ଟର ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା ଓ ସେଥିରୁ ତିନି ଜଣ ଜୀବନ ବଞ୍ଚାଇବା ପାଇଁ ଲମ୍ଫ ପ୍ରଦାନ କରିଥିଲେ । ପ୍ରତ୍ୟକ୍ଷଦର୍ଶୀ କୃଷ୍ଣାସ୍ୱାମୀଙ୍କ ଅନୁସାରେ ଦୁର୍ଘଟଣା ସମୟରେ ସେ ଘର ଭିତରେ ଥିଲେ । ଏହି ସମୟରେ ସେ ଏକ ଜୋରଦାର ଶବ୍ଦ ଶୁଣିଥିଲେ । ଶବ୍ଦ ଶୁଣି ବାହାରକୁ ଆସିବା ପରେ ନିଆଁ ପିଣ୍ଡୁଳା ପାଲଟିଥିବା ହେଲିକପ୍ଟରକୁ ଗଛ ସହିତ ଧକ୍କା ଖାଉଥିବା ଦେଖିଥିଲେ । ଏହି ସମୟରେ ଜଳନ୍ତା ହେଲିକପ୍ଟରରୁ ୨ରୁ ତିନି ଜଣ ତଳକୁ ଡେଇଁଥିବା ସେ ଦେଖିଥିଲେ ବୋଲି ଦାବି କରିଛନ୍ତି । କୃଷ୍ଣାସ୍ୱାମୀଙ୍କ ଅନୁସାରେ ହେଲିକପ୍ଟର କ୍ରାସ କରିବା ପରେ ସେ ଗାଁ ଲୋକଙ୍କ ସହିତ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଗାଁ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର ହୋଇଥିବା ଲୋକ ୮୦ ପ୍ରତିଶତ ପୋଡିଯାଇଥିଲେ ବୋଲି କୃଷ୍ଣାସ୍ୱାମୀ କହିଛନ୍ତି । ଏହା ମଧ୍ୟରେ ଦୁର୍ଘଟଣାରେ ହେଲିକେପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ଚିହ୍ନିବା ସମ୍ଭବ ନୁହେଁ । ମିଳିଥିବା ସୂଚନା ଅନୁସାରେ, ମୃତଦେହ ଗୁଡ଼ିକ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ୍ ରାୱତଙ୍କ ଦିଲ୍ଲୀ ବାସଭବନକୁ ଯାଇ ଫେରିଥିବା ବେଳେ କାଲି ସଂସଦରେ ବିବୃତି ରଖିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବିପିନ ରାୱତ ୱେଲିଂଟନସ୍ଥିତ ଆର୍ମି ବେସକୁ ଲେକଚର ଦେବାକୁ ଯାଉଥିଲେ । ତାଙ୍କ ସହିତ ପତ୍ନୀ ମଧୁଲିକା ଓ ତାଙ୍କ ସହାୟକ ଥିଲେ । ରାଜନାଥ ସିଂ ପ୍ରଥମେ ସିଡିଏସ ବିପିନ୍ ରାଓ୍ୱତଙ୍କ ଘରକୁ ଯାଇଥିଲେ । ଦିଲ୍ଲୀସ୍ଥିତି ବାସଭବନରେ ଉପସ୍ଥିତି ଥିବା ବିପିନ୍ ରାଓ୍ୱତଙ୍କ ସାନ ଝିଅଙ୍କୁ ଭେଟିଥିଲେ ରଜନାଥ ସିଂ । କିଛି ସମୟ ସିଡିଏସଙ୍କ ଘରେ ରହିବା ପରେ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପହଞ୍ଚିଥିବା ସୂଚନା ମିଳିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close