ପୋଲିସରବଡ ସଫଳତା ,ଖଡାପୁଟ ଗାଁରୁ ୮୦ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ; ୨୨/୧୦ ( ବ୍ୟୁରୋ) : କୋରାପୁଟ ଜିଲ୍ଲା ଜଲାପୁଟଜଳ ଭଣ୍ଡାର ପାର୍ଶ୍ଵରେ ରହିଥିବା ଖଡାପୁଟ ଗାଁ ରୁ ୮ କୁଇଣ୍ଟାଲ ୧୬ କେଜି ୫୦ଗ୍ରାମ ଗଞ୍ଜେଇ ଜବତ କରିଛି ପାଡୁଆ ପୁଲିସ । ଜବତ କରାଯାଇଥିବା ଗଂଜେଇ ର ଆନୁମାନିକ ମୁଲ୍ୟ ୮୦ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର SDPO ସୂଚନା ଦେଇଛନ୍ତି । ଖଡାପୁଟ ଗାଁରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ କୋରାପୁଟ SPଙ୍କ ନିକଟରେ କୌଣସି ଏକ ସୂତ୍ରରୁ ଖବର ମିଳିଥିବା । ଏ ସମ୍ପର୍କରେ ନନ୍ଦପୁର SDPO ଓ ପାଡୁଆ ପୁଲିସ ନିକଟରେ ମଧ୍ୟ ଖବର ରହିଥିଲା । କୋରାପୁଟ SP ଙ୍କ ନିର୍ଦ୍ଦେଶ ପରେ ନନ୍ଦପୁର SDPO ସଞ୍ଜୟ ମହାପାତ୍ର ଓ ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମହଳିକଙ୍କ ନେତୃତ୍ୱରେ ଏକ ଟିମ ଜଳାପୁଟ ଜଳ ଭଣ୍ଡାର ପାର୍ଶ୍ଵରେ ରହିଥିବା ଖଡାପୁଟ ଗାଁ ରେ ଚଡାଉ କରାଯାଇଥିଲା । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଗଞ୍ଜେଇ ବ୍ୟାବସାୟୀ ମାନେ ୩୦ ବସ୍ତା ଗଞ୍ଜେଇ ଗଛିତ କରି ରଖିଥିଲେ । ପାଡୁଆ ପୁଲିସର ଚଢ଼ାଉ କରି ଖଡାପୁଟ ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଏହି ମାମଲାରେ ପୁଲିସ କାହାରିକୁ ଗିରଫ କରି ନାହିଁ । ସେଥିପାଇଁ ସ୍ଥାନୀୟ ଅଞ୍ଚଳର କିଛି ଗଂଜେଇ ବ୍ୟାବସାୟୀମାନେ ସମ୍ପୃକ୍ତ ରହିଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରହିଥିବା ନନ୍ଦପୁର SDPO ସୂଚନା ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close