ଯାଜପୁର ସେଂଟ ଜାଭିୟର୍ସ ସିନିୟର ସେକେଣ୍ଡାରୀ ସ୍କୁଲର ବିଜ୍ଞାନ ଓ ବାଣିଜ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପାସ୍ ହାର ଶତ ପ୍ରତିଶତ

ବ୍ୟାସନଗର: ସଦ୍ୟ ପ୍ରକାଶିତ ଯାଜପୁର ସେଂଟ ଜାଭିୟର୍ସ ସିନିୟର ସେକେଣ୍ଡାରୀ ସ୍କୁଲର ବିଜ୍ଞାନ ଓ ବାଣିଜ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପାସ୍ ହାର ଶତ ପ୍ରତିଶତ (୧୦୦%) ପାସ୍ ହାରରେ ସମସ୍ତ ଛାତ୍ର-ଛାତ୍ରୀ ଉତୀର୍ଣ୍ଣ ହୋଇ ଏକ ତୃପ୍ତିମୟ ସଫଳତା ପାଇଥିବାର ଦେଖାଦେଇଛି । ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ତଥା ଅଳ୍ପ କିଛି ଦିନର ଶ୍ରେଣୀଗୃହ ପାଠ୍ୟକ୍ରମ ଭିତରେ ଛାତ୍ର-ଛାତ୍ରୀମାନେ ପାଇଥିବା ଶିକ୍ଷାନୁସାରେ ହାସଲ ହୋଇଥିବା ପରୀକ୍ଷା ଫଳ ନିଶ୍ଚିତ ରୂପେ ଛାତ୍ର-ଛାତ୍ରୀ, ଅଭିଭାବକ ତଥା ସ୍କୁଲ ପାଇଁ ଏକ ଗୌରବ ଆଣି ଦେଇଛି । ତନ୍ମଧ୍ୟରୁ ଛାତ୍ରୀ ଜ୍ୟୋତିର୍ମୟୀ ପୃଷ୍ଟି ୯୫.୮ ପ୍ରତିଶତ ନମ୍ବର ରଖି ସ୍କୁଲ ତରଫରୁ ପ୍ରଥମ ସ୍ଥାନାଧିକାର କରିଥିବା ବେଳେ ଛାତ୍ର ହିତେଶ ରାଉତ ୯୪.୪ ଏବଂ ଛାତ୍ରୀ ବର୍ଷା ପଣ୍ଡା ୯୨.୬ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ସ୍କୁଲରୁ ମୋଟ ୨୫ଜଣ ପିଲା ପରୀକ୍ଷା ଫଳ ପାଇଁ ଆଶାବାଦୀ ଥିବାବେଳେ ଶତ ପ୍ରତିଶତ ପାସ୍ ହାରରେ ସମସ୍ତ ଛାତ୍ର-ଛାତ୍ରୀ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟର ମୂଲ୍ୟ ବୃଦ୍ଧି କରିଛନ୍ତି । ତନ୍ମଧ୍ୟରୁ ଛାତ୍ରୀ ପାୟଲ ଲେଙ୍କା ୮୮.୪ ପ୍ରତିଶତ ତଥା ଛାତ୍ର ରୁଦ୍ର ନାରାୟଣ ମହାନ୍ତ ୮୫.୨ ଏବଂ ଛାତ୍ର ପ୍ରତିକ ଆନନ୍ଦ ବେହେରା ୮୩.୨ ପ୍ରତିଶତ ହାରରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସିବିଏସ୍‌ଇ ତରଫରୁ ଚଳିତ ବର୍ଷ ଛାତ୍ର-ଛାତ୍ରୀମାନଙ୍କର ମୂଲ୍ୟାୟନରେ ଛାତ୍ର-ଛାତ୍ରୀ ତଥା ଅଭିଭାବକମାନେ ଯଥେଷ୍ଟ ଖୁସି ଥିବା ବେଳେ ଏହାର ଶ୍ରେୟ ଅଧ୍ୟାପକ-ଅଧ୍ୟାପିକା ଏବଂ ପରିଚାଳନା କମିଟିକୁ ହିଁ ଦେଇଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀ ଛାତ୍ର-ଛାତ୍ରୀଙ୍କ ସଫଳତାରେ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍କୁଲର ସମ୍ପାଦକ ରାଜୀବ ମହାନ୍ତି ପିଲାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close