ପ୍ରଦୀପ ବିଶ୍ୱାଳ ବ୍ୟାସନଗର କଲେଜ ପରିଚାଳନା କମିଟିର ସଭାପତି ହେଲେ

ବ୍ୟାସନଗର, ୧୭/୬: ଯାଜପୁରରୋଡ ସ୍ଥିତ ‘ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ’ର ପରିଚାଳନା କମିଟିର ସଭାପତି ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ମନୋନୀତ କରାଯାଇଛି । ଆଗାମୀ ୦୩ ବର୍ଷ ପାଇଁ କାର୍ଯ୍ୟ କରିବାକୁ ଥିବା ଏହି କମିଟିରେ ସଂପାଦକ ଦାୟିତ୍ୱ ତୁଲାଇବେ କଲେଜର ଅଧ୍ୟକ୍ଷ ପ୍ରଫେସର ଶିବ ଚରଣ ମାଝୀ । ଏହି ନୂତନ କମିଟିରେ ସଭ୍ୟ ଭାବେ ପୂର୍ବତନ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଓ ସରୋଜୀନି ବଳ, ତରୁଣ କୁମାର ଦାସ, ବରିଷ୍ଠ ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ସାମଲ, ‘ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ଜେ.ଏସ.ଏଲ’ର ରେସିଡେଂଟ ଡାଇରେକ୍ଟର ଶଶିଭୂଷଣ ଏସ. ଉପାଧ୍ୟାୟ, କଲେଜର ଉଦ୍ଭିଦ ବିଭାଗର ପ୍ରଧ୍ୟାପକ ଡଃ. ବିନୋଦ ବିହାରୀ ସାହୁ, ଇଂରାଜୀ ବିଭାଗର ପ୍ରଧ୍ୟାପକ ଡଃ. କୁଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସ୍ଥାନ ପାଇଛନ୍ତି । ରାଜ୍ୟ ସରକାରଙ୍କ ଆଦେଶ ବଳରେ ଏହି କମିଟି ତା. ୧୬/୬/୨୦୨୧ରୁ ଆଗାମୀ ୦୩ ବର୍ଷ ପାଇଁ ଗଠିତ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close