ଟିଲଗଢ଼ିଆରେ ସଚେତନତା ପତ୍ର ପ୍ରଦାନ ସହ ମାସ୍କ ବଣ୍ଟନ

ହାଟଡ଼ିହି ; ୦୧/୦୬ (ଉ.ପ୍ର) : ହାଟଡ଼ିହି ବ୍ଲକ ବାଲିବରେଇ ପଞ୍ଚାୟତର ଆଦିବାସୀ ଗାଁ ଟିଲଗଢ଼ିଆରେ ଲୋକଙ୍କୁ ସଚେତନ କରାଇବା ସହ ସଚେତନତା ପତ୍ର ଆଉ ମାସ୍କ ବଣ୍ଟନ କରାଯାଇଛି। ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସମାଜସେବୀ।
ସୂଚନାନୁଯାୟୀ ଟିଲଗଢ଼ିଆରେ କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ସୁଖ ଦୁଃଖର ସାଥି ଭାବରେ ଛିଡ଼ାହୋଇ ସଚେତନତା ପତ୍ର ଦେବା ସଙ୍ଗେ ସଙ୍ଗେ ମାସ୍କ ପ୍ରଦାନ କରିଛନ୍ତି ସାମ୍ବାଦିକ ଗୋପାଳ ରାଉତ , ଦୁର୍ଗା ପ୍ରସାଦ ଆଇଚ, ଦିବେନ୍ଦୁ ଥାଟୋଇ, ଜୟରାମ,ମଙ୍ଗଳ,ରମେଶ ଚନ୍ଦ୍ର ,ପ୍ରଣବ ମହାନ୍ତି ପ୍ରମୁଖ। ଏଥି ସହ ଗ୍ରାମକୁ କିଭଳି କରୋନା ମୁକ୍ତ କରାଯିବ ଏ ବିଷୟରେ ଲୋକଙ୍କୁ ସତର୍କତାର ବାର୍ତ୍ତା ଜଣାଇଛନ୍ତି ସାମ୍ବାଦିକ ଶ୍ରୀ ରାଉତ। ସମସ୍ତଙ୍କୁ ଘରେ ରହିବା ସଙ୍ଗେ ସଙ୍ଗେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିବେଦନ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close