ୟାସ”ର ଭୟଙ୍କର ରୂପରେ ଭଦ୍ରକର ୮ ଟି ପଞ୍ଚାୟତରେ ପଶିଲା ପାଣି

ବାଲେଶ୍ୱର/ଭଦ୍ରକ ; ୨୫/୦୫ ( ବ୍ରଜ ଗୋପାଳ ସେନ/ ମୁକ୍ତିକାନ୍ତ ସାହୁଙ୍କ ଠାରୁ ) : ଧାମରା ଓ ଚାନ୍ଦବାଲି ମଧ୍ୟସ୍ଥଳରେ ‘ୟାସ୍‌’ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ସର୍ବାଧିକ ୧୮୫ କିମି ରହିବ ବୋଲି ସତର୍କ ଘଣ୍ଟି ଦେଇଛି ପାଣିପାଗ ବିଭାଗ। ୟାସର ପ୍ରଭାବରେ କଚାଘର, ଆଜବେଷ୍ଟସ୍‌ ଘର ସମେତ ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଧରାଶାୟୀ ହେବାର ଆଶଙ୍କା ରହିଥିବାରୁ ମୁକାବିଲା ପାଇଁ ଦୁଇ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡ଼ିଛନ୍ତି। ତେବେ ଏହି ବିପର୍ଯ୍ୟୟ ସମୟରେ ଏପଟେ କୋଭିଡ୍ କଟକଣା ଓ ସେପଟେ ବାତ୍ୟା ମୁକାବିଲା ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭଳି ମନେ ହେଉଛି। ବାଲେଶ୍ବର ଜିଲ୍ଲାରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ର ୯ ଟିମ୍, ଓଡ୍ରାଫ୍‌ର ୧୯ ଟିମ୍‌, ଅଗ୍ନିଶମ ବିଭାଗର ୨୮ ଟିମ୍ ସହ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି।


ଭଦ୍ରକରୁ ବାଲେଶ୍ବର ମଧ୍ୟରେ ଏହି ଭୟଙ୍କର ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି। କେବଳ ଏହି ଦୁଇ ଜିଲ୍ଲାରେ ପାଖାପାଖି ୧୯୨ କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ରହିଛି। ଯାହାକି ଭଦ୍ରକ ଜିଲ୍ଲାର ଧାମରା , ଚାନ୍ଦବାଲି, ବାସୁଦେବପୁର, ଆରଡି, ଚୂଡାମଣି, ବିଦେଇପୁର, ଇରମ୍‌ଠାରୁ ଆରମ୍ଭ କରି ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର, ଭୋଗରାଇ, ବାହାନାଗା ,ବାଲିଆପାଳ, ଉଦୟପୁର, ତାଳସାରୀ ଯାଏ ଲମ୍ବିଛି। ସେପଟେ ଧାମରା ଓ ଚାନ୍ଦବାଲି ମଧ୍ୟସ୍ଥଳରେ ‘ୟାସ୍‌’ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି। ବାତ୍ୟାର ତୀବ୍ରତା ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଘୋଷଣା ସହ ସର୍ବାଧିକ ବିପଦ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଓ ଏହାର ପାଖା ପାଖି ୮ଟି ପଞ୍ଚାୟତରେ ମଙ୍ଗଳବାର ମଧ୍ୟାହ୍ନରେ ପାଣି ପଶିଥିବା ଖବର ମିଳିଛି। ଏହି ୮ଟି ପଞ୍ଚାୟତ ସମୁଦ୍ରଠାରୁ ମାତ୍ର ୩ କିମି ଦୂରରେ ରହିଥିବାରୁ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ଆଜି ମଧ୍ୟାହ୍ନ ୩ଟା ସୁଦ୍ଧା ବାଲେଶ୍ବର ଜିଲ୍ଲାର ବାଲିଆପାଳ , ଭୋଗରାଇ, , ବସ୍ତା, ବାଲେଶ୍ବର ସଦର, ରେମୁଣା ଓ ବାହାନଗା ବ୍ଲକରୁ ୯୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ତିହିଡ଼ି ବ୍ଲକରୁ ୭୦ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close