ଧର୍ମଶାଳା ସି.ଏଚ୍‌.ସି କିରାଣୀ ଦେବସ୍ମିତା ଘରୋଇ ହିଂସା ସୃଷ୍ଟି ଅଭିଯୋଗରେ ମୁମ୍ବାଇର ପନବେଲ କୋର୍ଟରେ ହାଜର

 

ବ୍ୟାସନଗର,୦୩/୨: ଯାଜପୁର ଜିଲ୍ଲା ଧର୍ମଶାଳା ସି.ଏଚ୍‌.ସିର କନିଷ୍ଠ କିରାଣୀ ଦେବସ୍ମିତା ଜେନା ନିଜର ଏକମାତ୍ର ଭାଉଜ ଜଳ୍ପନା ଜେନାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେବା, ମୋବାଇଲରେ ଅଶ୍ଳୀଳ ମେସେଜ୍ ପଠାଇବା, ନିଜର ରୋଜଗାରିଆ ଭାଇ ଦିପ୍ତୀରଂଜନ ଜେନାଙ୍କୁ ଅନ୍ୟତ୍ର ବିବାହ କରିବାର ଧମକ ଦେବା, ଜଳ୍ପନାର ମାତା ଉର୍ମିଳା ନାୟକଙ୍କୁ ଅସୈାଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା, ଜଳ୍ପନାର ସୁନାକୁ ହଡ଼ପ କରିବା, ବିଶେଷକରି ସଂପତି ଲୋଭରେ ନିଜ ଭାଇ ଭାଉଜଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ଆଦି ଅଭିଯୋଗରେ ତା ୨୭/୧/୨୦୨୧ରେ ମୁମ୍ବାଇର ପନବେଲ କୋର୍ଟରେ ହାଜର ହୋଇ ଓଡ଼ିଶାକୁ ଫେରିଥିବାର ଜଣାଯାଇଛି । ଦେବସ୍ମିତା, ଭାଇ ଦିପ୍ତୀରଂଜନ, ମାଆ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ଏ ସଂକ୍ରାନ୍ତରେ ନାଭି ମୁମ୍ବାଇ ଅର୍ନ୍ତଗତ କଲମବୋଲ୍ଲି ଥାନାରେ ଏନ.ସି.ଆର (ଏତଲା) ହେବା ପରେ ମାମଲା ଏବେ ପାନବେଲ କୋର୍ଟରେ ବିଚାରାଧିନ ଥିବାବେଳେ ମାନ୍ୟବର କୋର୍ଟ ତରଫରୁ ଦେବସ୍ମିତାଙ୍କୁ ସମନ ଜାରୀ କରାଯାଇ ତାଙ୍କୁ ମୁମ୍ବାଇ କୋର୍ଟରେ ତା. ୨୭/୧/୨୦୨୧ରେ ହାଜର କରାଯାଇଥିଲା । ପୂର୍ବରୁ ଏ ସଂକ୍ରାନ୍ତରେ କଲମବୋଲ୍ଲି ଥାନା କେସନଂ. ୩୮୨/୧୯, ତା.୨୩/୧୨/୨୦୧୯ରେ ଦଫା ୪୯୮(ଏ), ୪୮୬, ୩୨୩, ୫୦୪, ୫୦୬, ୩୪ ଆଇ.ପି.ସି ଧାରାରେ ଉଭୟ ନଣନ୍ଦ ଓ ଶାଶୁଙ୍କ ବିରୋଧରେ ମମାଲା ରୁଜ୍ଜୁ ହୋଇଥିଲା । ଏହା ଉପରେ ଠିକଣା ଭାବେ ତଦନ୍ତ କରାଯାଇ ମାନ୍ୟବର କୋର୍ଟକୁ ଅବଗତ କରାଯାଇଛି ବୋଲି କଲମବୋଲ୍ଲି ଥାନାର ପୋଲିସ ଅଧିକାରୀ ନୀତିନ କୁମ୍ଭାରେ ‘ଉଦୟବଟ’କୁ କହିଛନ୍ତି । ଜଳ୍ପନାଙ୍କ ନଣନ୍ଦ ଦେବସ୍ମିତା ଏବେ ଯାଜପୁର ଜିଲ୍ଲା ଧର୍ମଶାଳା ସି.ଏଚ.ସିରେ ଜଣେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଅଛନ୍ତି । ଶାଶୁ ଲକ୍ଷ୍ମିପ୍ରିୟା ନାଭି ମୁମ୍ବାଇର କଲମବୋଲ୍ଲି ଅଂଚଳରେ ପୁଅଙ୍କ ଖରିଦ ଫ୍ଲାଟ ଫୋନେକ୍ସରେ ରହୁଛନ୍ତି । ପୂର୍ବରୁ ଜଳ୍ପନାଙ୍କ ମାଆ ଉର୍ମିଳା ନାୟକଙ୍କୁ ମଧ୍ୟ ୧୧/୦୯/୨୦୧୯ରେ ଜୀବନରେ ମାରି ଦେବାକୁ ଧମକ ଦେବାରୁ ଯାଜପୁରରୋଡ ଆଦର୍ଶ ଥାନାରେ ଦେବସ୍ମିତା ଓ ତାଙ୍କ ସ୍ୱାମୀ ରଂଜନଙ୍କ ନାମରେ ଏତଲା ଦେବା ପରେ ପୋଲିସ ମାମଲା ନଂ.୨୭୨/୧୯, ତା ୧୬/୦୯/୨୦୧୯ରେ ଦଫା ୩୪୧, ୩୨୩, ୨୯୪, ୫୦୩, ୩୪ ଆଇ.ପି.ସିରେ ମାମଲା ରୁଜ୍ଜୁ କରିଥିଲେ । ସଂପତି ଲୋଭରେ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଘରୋଇ ହିଂସା ସୃଷ୍ଟି କରିବା, ଭାଉଜର ସୁନା ରୂପା ଅଳଙ୍କାର ଆଦିକୁ ହଡ଼ପ କରିବା ଆଦି ବିଭିନ୍ନ ଅଭିଯୋଗରେ ମୁମ୍ବାଇର ପାନବେଲ କୋର୍ଟରେ ହାଜର ହେବା ଘଟଣା ଜିଲ୍ଲାରେ ଅଲୋଡ଼ନ ସୃଷ୍ଟି କରିଥିବା ବେଳେ ଓ ପୂର୍ବରୁ ବିଭିନ୍ନ ଅନୈତିକ କାର୍ଯ୍ୟ ଯୋଗୁ ଦାନଗଦି ମେଡିକାଲରୁ ସେ ଧର୍ମଶାଳାକୁ ବଦଳି ହୋଇଥିବା ଦେବସ୍ମିତାଙ୍କୁ ଜିଲ୍ଲା ବାହାରକୁ ବଦଳି କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ଏହାଛଡ଼ା ଜଳ୍ପନାଙ୍କ ମାଆ ବହୁ ସଂଗୀନ ଅଭିଯୋଗ ଆଣି ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବିକ ଅଧିକାର ସୁରକ୍ଷା କମିଶନ ଆଦିଙ୍କ ନିକଟରେ ଅଭିଯୋଗ ଆଣି ଝିଅ ଜଳ୍ପନାର ସୁରକ୍ଷା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଭୁବନେଶ୍ୱରର ତୋଷାଳୀ ପ୍ଲାଜା ଠାରେ ଅବସ୍ଥିତ ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଜେ.ଜେ.ପି-୧୧/୧୯ରେ ଏକ କେସ ରୁଜ୍ଜୁ ହୋଇ ତା ୧୫/୦୧/୨୦୨୦ରେ ତାରିଖ ହୋଇଥିଲା । ଏହା ପରବର୍ତୀ ତାରିଖ ୨୫/୦୩/୨୦୨୦ରେ ରଖାଯାଇ ଥିବା ବେଳେ ‘କରୋନା’ ପାଇଁ ‘ସଟଡାଉନ’ କଟକଣା ପାଇଁ ଏହି ତାରିଖକୁ ବାତିଲ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close