ବ୍ୟାସନଗରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ
ବ୍ୟାସନଗର, ୨୪ା୧: ସ୍ଥାନୀୟ ଝାଟିଆ ସ୍ଥିତ କଳା ପରିଷଦ ମଣ୍ଡପ ଠାରେ ୧୨୫ ଗତ କାଲି ପୂର୍ବାହ୍ନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କର ୨୧୨ତମ ଜୟନ୍ତୀ ପରିପ୍ରେକ୍ଷୀରେ ନେତାଜୀ ସ୍ମୃତି ସଂସଦ ତରଫରୁ ବିଭିନ୍ନ କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଅଛି ! ସ୍ମୃତି ସଂସଦର ସଭାପତି ଶ୍ରମିକ ନେତା ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ନେତାଜୀ ଓ ଯୁବଶକ୍ତି ଶୀର୍ଷକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ! ଆଲୋଚନା ସଭା ଓ ସଂସଦର ସମସ୍ତ କାର୍ୟ୍ୟକ୍ରମକୁ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଉଦଘାଟନ କରି ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ ! ଆଲୋଚନା ସଭାରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ମହାନ୍ତି, ଶିକ୍ଷକ ନେତା ଦୁଷ୍ମନ୍ତ କୁମାର ନାୟକ, ଆମ୍ବେଦକର ସ୍ମୃତି ସଂସଦ ର ସମ୍ପାଦକ ବାବୁଲାଲ ଗୁରୁ, ଡ଼ଃ ମଦନ ମୋହନ ଜେନା, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ ରାଉତ, ଆଇ ଏନ ଟି ୟୁ ସିର ପରମାନନ୍ଦ ସେଠୀ, ସଂଗୀତ ଶିକ୍ଷକ ବିକାଶ ଦାସ, ବିଜୟାନନ୍ଦ ନାୟକ ପ୍ରମୁଖ ଆଲୋଚନା ସଭାରେ ବକ୍ତବ୍ୟ ଉପସ୍ଥାପନା କରିଥିଲେ ! ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ! ସଂସଦ ତରଫରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଝୁମୁକା ସାଂସ୍କୃତିକ ସଂଗଠନ ର ଚନ୍ଦନ ଦାସ ଏବଂ ତାଙ୍କର ଗ୍ରୁପକୁ ଅତିଥି ମାନେ ପୁରସ୍କୃତ କରିଥିଲେ ! ସଂସଦର ସଭାପତି ପ୍ରଫୁଲ୍ଲ ନାୟକ ୨୦୨୧ ମଧ୍ୟ ଭାଗରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତ୍ତି ନେତାଜୀ ନଗର ଠାରେ ହେବ ବୋଲି ଘୋଷଣା କରିଥିଲେ ଏବଂ ସମସ୍ତ ଅତିଥିଙ୍କର ସହଯୋଗ କାମନା କରିଥିଲେ ! କାର୍ୟ୍ୟକ୍ରମରେ ସନ୍ତୋଷ କୁମାର ବରାଳ, ଧୀରେନ୍ଦ୍ର ବେହେରା, ବିଜୟାଲକ୍ଷ୍ମୀ ମହାନ୍ତି, ପ୍ରତିମା ମହାନ୍ତି, ବେବିନା ଜେନା, ମାଳତୀ ଟୁଡୁ, ଧନେଶ୍ୱର କିସକୁ, ମୃତ୍ୟୁଞ୍ଜୟ ନାୟକ, ପଦ୍ମାବତୀ କିସକୁ, କୈଳାଶ ରାଉତ, ଲାଳମଣୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ! ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କର ଯେଉଁ ବଳିଷ୍ଠ ଭୂମିକା ଥିଲା ବକ୍ତାମାନେ ପ୍ରକାଶ କରିବା ସହିତ ଏବଂ ଆଜିର ଦିନରେ କେନ୍ଦ୍ର ରେ ଥିବା ସରକାର ଧର୍ମ ଓ ଜାତି ନାମରେ ଭେଦ ଭାବ ସୃଷ୍ଟି କରିବା ସହିତ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଛନ୍ତି ! ଦେଶର ସମ୍ବିଧାନ ଆଜି ସୁରକ୍ଷିତ ନୁହେଁ ଏହାର ସୁରକ୍ଷା ଅପରିହାର୍ୟ୍ୟ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ! ସଭା ପୂର୍ବରୁ ପ୍ରଥମେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଏବଂ ସହିଦ ହୋଇଥିବା କୃଷକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ !