ଅବସରପ୍ରାପ୍ତ ଖଣି ନିଗମ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପାଇଁ ରିଲେ ଧାରଣା

ବ୍ୟାସନଗର,୧୨/୦୧: ଏକଦା ଓଡ଼ିଶା ଖଣି ନିଗମ ଓ ରାଜ୍ୟ ବିଦ୍ୟୁତ୍ ବୋର୍ଡ଼ର କର୍ମଚାରୀମାନଙ୍କ ପାଇଁ ୧୯୯୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ପେନସନ ବ୍ୟବସ୍ଥା କରିବାକୁ କ୍ୟାବିନେଟ ମଂଜୁର କରି ଲାଗୁ କରିବାକୁ ଆଦେଶ ଦେଇଥିଲେ । ରାଜ୍ୟ ବିଦ୍ୟୁତ୍ ବୋର୍ଡ ସଂଗେ ସଂଗେ ଏହି ଆଦେଶକୁ ପାଳନ କରିଥିଲା । ଫଳତଃ ବିଦ୍ୟୁତ୍ ବିଭାଗ କର୍ମଚାରୀ ଆଜି ପେନସନ ପାଉଛନ୍ତି । ହେଲେ ବିଭିନ୍ନ ବାହାନା ଦେଖାଇ ଖଣି ନିଗମ ଏହାକୁ ଲାଗୁ ନ କରି ସମୟ ଗଡାଇ ଚାଲିଛନ୍ତି । କର୍ମଚାରୀମାନେ ଏ ସଂକ୍ରାନ୍ତରେ ତଳ କୋର୍ଟରୁ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ମାମଲା ଦାୟର କଲେ । ୨୩.୧.୨୦୧୯ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ବି ଆର ଷଡ଼ଙ୍ଗୀ ମହୋଦୟ କର୍ମଚାରୀମାନଙ୍କ ସପକ୍ଷରେ ରାୟ ଦେଇ ପ୍ରତିପକ୍ଷ ରାଜ୍ୟ ସରକାର ଓ ଖଣି ନିଗମକୁ ୪ମାସ ମଧ୍ୟରେ ପେନସନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଶ୍ଚର୍ଯ୍ୟର କଥା ଖଣି ନିଗମ ଓ ରାଜ୍ୟ ସରକାର ସଲାସୁତୁରା ହୋଇ ଉଚ୍ଚ ନ୍ୟାୟାଳୟର ରାୟକୁ ୨ଜଣିଆ ବିଚାରପତିଙ୍କ ଇଜଲାସରେ ବିଚାର ପାଇଁ ପୁନଃ ଆବେଦନ କରିବା ସହ ନିଗମ କର୍ମଚାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭତା ପ୍ରସ୍ତାବ ତା ୩୦.୦୧.୨୦୧୯ରେ ନିଗମ ବୋର୍ଡରେ ଆଗତ କରି ରାଜ୍ୟ ସରକାରଙ୍‌କ ଅନୁମୋଦନ ପାଇଁ ପଠାଇଥିଲେ । ଏହି କେସ ପ୍ରକ୍ରିୟା କୋର୍ଟରେ ଦୀର୍ଘ ୨୯ ବର୍ଷ ହେଲା ଚାଲୁଛି । ସ୍ୱତନ୍ତ୍ର ଭତା ପ୍ରସଙ୍ଗ ୨ ବର୍ଷ ହୋଇଗଲାଣି । ଖଣି ନିଗମ ଓ ରାଜ୍ୟ ସରକାରଙ୍କ ଉଦାସୀନତାରୁ ପ୍ରାୟ ୧୨୭ଜଣ କର୍ମଚାରୀଙ୍କ ଦେହାନ୍ତ ହେଲାଣି । ଏବେ ଅଧିକାଂଶ ଅବସରପ୍ରାପ୍ତ କର୍ମଚାରୀ ଘୋର ଆର୍ଥିକ ସଙ୍କଟ ମଧ୍ୟରେ କାଳାତିପାତ କରୁଛନ୍ତି । କର୍ମଚାରୀମାନଙ୍କ ପେନସନ ଓ ଭତା ପାଇଁ ବହୁ କର୍ମଚାରୀ ବିଭିନ୍ନ ସମୟରେ ଦାବୀ କରିଆସୁଛନ୍ତି । ଗତ କାଲି ଠାରୁ ସ୍ଥାନୀୟ ଆଂଚଳିକ ଖଣି ନିଗମ କାର୍ଯ୍ୟାଳୟ, ଯାଜପୁରରୋଡ ସମ୍ମୁଖରେ ଏହାର ପ୍ରତିବାଦ କରି ପାଖାପାଖି ୬୦ରୁ ୭୦ଜଣ ଅବସରପ୍ରାପ୍ତ କର୍ମଚାରୀ ରିଲେ ଅନଶନରେ ବସିଛନ୍ତି । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେମାନେ ବିଭିନ୍ନ ନାରା ଦେଇ ସେମାନଙ୍କ ଦାବୀ ହାସଲ ପାଇଁ ଅନଶନ ଚଳାଇଚନ୍ତି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଅନଶନ ଜାରୀ ରଖିବେ ବୋଲି ଆଜି ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେତେକ କର୍ମଚାରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ଖଣି ନିଗମ କର୍ମଚାରୀ ସଂଘର ସଭାପତି ବିଷ୍ଣୁରଂଜନ ଦାସ, ସଂପାଦକ ଗୋବର୍ଦ୍ଧନ ନାୟକ, ପ୍ରତାପ କେଶରୀ ନାୟକ, ରଂଜନ କୁମାର ସାମଲ, ଗଣେଷ ପ୍ରସାଦ ମହାପାତ୍ର, ନୃସିଂହ ଚରଣ ଲେଙ୍କା, ବଟକୃଷ୍ଣ ସିଂହ, ଅଚ୍ୟୁତି ସାହୁ, ରବିନାରାୟଣ ଦାସ, ଅର୍ଜ୍ଜୁନ ମିଶ୍ର, ସୁନୀଲ କୁମାର ଦାସ, ବଂଶୀଧର ବେହେରା, ଯଦୁନାଥ ବାରିକ, ବିଧାନ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close