ଯାଜପୁର କଳିଙ୍ଗନଗର ଠାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଦାବି

କଳିଙ୍ଗନଗର ; ୧୭/୧୧: (ବସନ୍ତ କୁମାର ପାତ୍ରଙ୍କ ଠାରୁ) ଇସ୍ପାତ ରାଜଧାନୀ କଳିଙ୍ଗନଗର ଆମ ରାଜ୍ୟ ଓଡ଼ିଶାର ଅର୍ଥ ବ୍ୟବସ୍ଥାର ଏକ ଗନ୍ତା ଘର । ଏଠାରେ ଥିବା ଶିଳ୍ପାଞ୍ଚଳ ଗୁଡିକ ବିଷାକ୍ତ ଗ୍ୟାସ,ଧୂଳି,ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଏହାର ପ୍ରଭାବ ସିଧାସଳଖ କଳିଙ୍ଗନଗର ବାସୀଙ୍କ ଉପରେ ପଡୁଛି, ଯାହାଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକେ ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ଅଞ୍ଚଳର ଲୋକେ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି, କିନ୍ତୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛି। ଏହାର ସମାଧାନ ପାଇଁ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବାକୁ ଗତ ୧୮:୧୧:୨୦୧୯ ତଥା ୦୬:୦୧:୨୦୨୦ରେ ଆମରଣ ଅନଶନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି କ୍ରମେ ଏହାକୁ ସ୍ଥଗିତ ରଖାଯାଇଥିଲା କିନ୍ତୁ ଏଯାବତ ଏହାର କୌଣସି ପଦକ୍ଷେପ ନିଆ ନ ଯାଇଥିବା ସ୍ଥଳେ ପୁଣି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ଏହି ଆନ୍ଦୋଳନ କୁ ସକ୍ରିୟ କରିବାକୁ କଳିଙ୍ଗନଗର ବାସୀ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close