କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପରଲୋକ


ନୂଆଦିଲ୍ଲୀ, ୦୮/୧୦: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ କ୍ୟାବିନେଟ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଆଜି ୭୪ ବର୍ଷ ବୟସରେ ବିୟୋଗ ଘଟିଛି । ଆଜକୁ କିଛି ଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜ୍ଜରୀ କରାଯାଇଥିଲା । ସେ ୦୮ ଥର ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ସେ ଦେଶର ଜଣେ ବରିଷ୍ଠ ଓ ଟାଣୁଆ ଦଳିତ ନେତା ଥିଲେ । ସେ ବିହାରର ଆଂଚଳିକ ଦଳ ଲୋକ ଜନଶକ୍ତି ଦଳ ଗଠନ କରି ତା’ର ସଭାପତି ମଧ୍ୟ ଥିଲେ । ସେ ୦୫/୦୭/୧୯୪୬ରେ ବିହାରର ଖାଗରିଆ ଗ୍ରାମରେ ଜନ୍ମ ହୋଇଥିଲେ । ୦୫ ଦଶନ୍ଧିରୁ ଉର୍ଦ୍ଧକାଳ ସେ ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ମୃତ୍ୟରେ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close