ଶଙ୍ଖଚିଲ୍ଲା ଅଂଚଳର ବରିଷ୍ଠ ନେତା, ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଜଣାଶୁଣା ସମର୍ଥକ ସୁରେନ୍ଦ୍ର ସାହୁଙ୍କ ପରଲୋକ

ବ୍ୟାସନଗର, ୨୧/୦୯: ବ୍ୟାସନଗର ଓ ଏହାର ଆଖପାଖ ଅଂଚଳରେ ଗୋଟିକ ପରେ ଗୋଟିଏ ଦୁଃଖଦ ଘଟଣା ‘କରୋନା’ ସମୟରେ ଘଟି ଚାଲିଥିବାରୁ ଅନେକଙ୍କ ଚିନ୍ତା ବଢି ଯାଇଛି । କରୋନା ସହ ହୃଦ୍‌ଘାତ ଓ ଅନ୍ୟାନ ରୋଗ ସହ ଦୁର୍ଘଟଣାରେ ବହୁ ବ୍ୟକ୍ତିବିଶେଷଙ୍କ କିଛି ଦିନ ଭିତରେ ଜୀବନ ଯିବା ଓ ଏହି ଧାରା ଲାଗି ରହିବା କାରଣରୁ ଜିଲ୍ଲାରେ ଆଶଙ୍କା ଦେଖାଦେଇଛି ।
      ସୂଚନାଯୋଗ୍ୟ, କୋରେଇ ନିର୍ବାଚନ ମଣ୍ଡଳୀ ତଥା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଂଚାୟତର ଭିକିପୁର ଗ୍ରାମର ମୁରବୀ ଶ୍ରେଣୀର ବ୍ୟକ୍ତିବିଶେଷ ସୁରେନ୍ଦ୍ର କୁମାର ସାହୁ (୬୨ ବର୍ଷ)ଙ୍କ ଗତ କାଲି ରାତ୍ରୀରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳ ସ୍ଥିତ ‘ଟାଟା ମେଡିକା’ ହସପିଟାଲରେ ପରଲୋକ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ତା୨୭.୦୯.୨୦୨୦ରେ ‘ଟାଟା ମେଡିକା’ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହୋଇଆସୁଥିଲେ । ତାଙ୍କର ଚିକିତ୍ସାରେ ଅବହେଳା କରାଯାଇଥିବା ତାଙ୍କ ସାନ ପୁଅ ଶ୍ୟାମ ସୁନ୍ଦର ସାହୁ ଅଭିଯୋଗ କରିଛନ୍ତି । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲେ ବି ଭେଂଟିଲେଟର ବ୍ୟବସ୍ଥା କରାଯାଇ ନ ଥିଲା । ତାଙ୍କର ବିୟୋଗ ଘଟିବା ଖବର ଆଜି ଭୋରରୁ ପ୍ରଚାରିତ ହେବା ପରେ ପରେ ଶଙ୍ଖଚିଲ୍ଲା ଓ ବ୍ୟାସନଗର ପୈାରାଂଚଳରେ ଶୋକର ଛାୟା ଖେଳି ଯାଇଛି ।
          ପ୍ରକାଶଯୋଗ୍ୟ, ୰ ସୁରେନ୍ଦ୍ର କୁମାର ସାହୁ ଓଡ଼ିଶାର ବିଶିଷ୍ଟ ଜନନାୟକ ୰ ଅଶୋକ ଦାସ ଓ ୰ ବିଜୁ ପଟ୍ଟନାୟକଙ୍କର ଜଣେ ଅନ୍ତରଙ୍ଗ ପ୍ରେମୀ ଥିଲେ ଓ କୋରେଇ ଅଣ-କଂଗ୍ରେସ ରାଜନୀତିରେ ଜଣେ ଆଗୁଆ ଓ ଟାଣୁଆ ନେତା ଥିଲେ । ସେ କୋରେଇ ରାଜନୀତିରେ ୰ ଅଶୋକ ଦାସଙ୍କ ଛଡ଼ା ଆଉ କାହାରିକୁ ପସନ୍ଦ କରୁ ନ ଥିଲେ କି ମାନୁ ନ ଥିଲେ । ସେଥିପାଇଁ ଏହି ଅଣ-କଂଗ୍ରେସ ନେତା କୋଣ ଠେସା ହୋଇ ପଛରେ ପଡ଼ିଯାଇଥିଲେ । ହେଲେ ‘ଉଦୟବଟ’ ସହ ଯୋଡି ହୋଇ ଶେଷ ପର୍ଯ୍ୟନ୍ତ ସାମାଜିକ କାର୍ଯ୍ୟ କରିଆସୁଥିଲେ । ୰ ସାହୁ ଜଣେ ସ୍ପଷ୍ଟବାଦୀ, ସାହାସୀ ଓ ସମାଜସେବୀ ଭାବରେ ବେଶ୍ ସକ୍ରିୟ ରହି କାର୍ଯ୍ୟ କରୁଥିଲେ । ସେ ପରୋପକାରୀ ବ୍ୟକ୍ତି ଥିଲେ ଓ ପରର ଭଲମନ୍ଦରେ ସେମାନଙ୍କ ପାଖେ ଛିଡା ହେଉଥିଲେ । ସେ ଶଙ୍ଖଚିଲ୍ଲା ଅଂଚଳରେ ଜଣେ ଆଗଧାଡ଼ିର ମୁରବି ଭାବେ ପରିଗଣିତ ହେଉଥିଲେ । ଶଙ୍ଖଚିଲ୍ଲାର ଅଂଚଳର ଭିକିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବି ସେ ପ୍ରତ୍ୟହ ବ୍ୟାସନଗର (ଯାଜପୁରରୋଡ) ସହରକୁ ଆସିଥାନ୍ତି । ଯାଜପୁରରୋଡ ଷ୍ଟେସନ ବଜାର ନିକଟସ୍ଥ ଡି.ଡି ମାର୍କେଟ ପ୍ରତିଷ୍ଠାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସେ ଡି. ଡି ମାର୍କେଟରେ ବ୍ୟବସାୟୀ ହିସାବରେ ଅନ୍ୟ ବ୍ୟବସାୟୀଙ୍କ ସହ ଉତମ ସଂର୍ପକ ରଖିବା ସହ ଭାଇଚାରା ସୃଷ୍ଟି କରିଥିଲେ । ସେ ଡି.ଡି ମାର୍କେଟର ପ୍ରଥମ ସାଧାରଣ ସଂପାଦକ ଦାୟିତ୍ୱ ଦକ୍ଷତାର ସହ ତୁଲାଇବା ସହ ତରାପୁର ମା’ ହିଙ୍ଗୁଳା କମିଟିର ପୂର୍ବତନ ସଂପାଦକ ଥିଲେ । ବ୍ୟାସନଗର ଅଂଚଳରେ ତାଙ୍କର ବହୁ ଜଣାଶୁଣା ଓ ପ୍ରିୟଜନ ଥିଲେ । ତାଙ୍କର ୦୨ ଜଣ ପୁତ୍ର ସରୋଜ ଓ ଶ୍ୟାମ ସୁନ୍ଦରଙ୍କ ସହ ୦୩ ଝିଅ ସଶ୍ମିତା, ମମତାରାଣୀ ଓ ରଶ୍ମିତା ଅଛନ୍ତି । ମମତାରାଣୀ ଅବିବାହିତ ଅଛନ୍ତି । ମରଶରୀରକୁ ଯାଜପୁର ଟାଉନରେ କୋଭିଡ଼ ନିୟମାନୁଯାୟୀ ସଂସ୍କାର କରାଯିବ ବୋଲି ତାଙ୍କ ଜ୍ୱାଇଁ ବାଙ୍କବିହାରୀ ସାହୁ ଜଣାଇଛନ୍ତି । ‘ଟାଟା ମେଡିକା’ ହସପିଟାଲ ନିକଟରେ ତାଙ୍କ ୦୨ ପୁଅ ସରୋଜ ଓ ଶ୍ୟାମ ସୁନ୍ଦର, ୦୨ ଜ୍ୱାଇଁ ବାଙ୍କବିହାରୀ ଓ ଦେବେନ୍ଦ୍ର ସାହୁ, ଭଣଜା ତପନ ସାହୁ ପ୍ରମୁଖ ଭୋର ୦୬ଟା ସମୟରୁ ପହଂଚି ତୁରନ୍ତ ଶବକୁ ସତ୍କାର ପାଇଁ ପଠାଇବା ପାଇଁ ନିବେଦନ କରିଆସୁଥିଲେ ହେଁ ମେଡ଼ିକାଲ ପକ୍ଷରୁ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି । ସକାଳ ୯ଟାରେ ଶବ ପଠାଇବା ପାଇଁ କହୁଥିବା ମେଡିକାଲ କର୍ତୃପକ୍ଷ ଏପର୍ଯ୍ୟନ୍ତ (ଦିନ ୧୧ଟା ପର୍ଯ୍ୟନ୍ତ) ତାଙ୍କ ଶବକୁ ଯାଜପୁରରେ ସତ୍କାର ପାଇଁ ପଠାଇ ନାହାନ୍ତି । ଏହି ଅବ୍ୟବସ୍ଥା ପାଇଁ ୰ ସାହୁଙ୍କ ସଂର୍ପକୀୟଙ୍କ ସହ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ତାଙ୍କର ଏଭଳି ଦେହାନ୍ତରେ ବହୁ ବ୍ୟକ୍ତିବିଶେଷ ସୋସିଆଲ ମିଡିଆରେ ଶୋକ ବ୍ୟକ୍ତ କରୁଥିବାର ଦେଖାଯାଉଛି । ତାଙ୍କ ମୃତ୍ୟୁରେ ‘ଉଦୟବଟ’ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସହ-ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ପ୍ରଫୁଲ୍ଲ ବାରିକ, ସୁମନ ରାୟ, ସମାଜସେବିକା ବିଦ୍ୟୁତ୍‌ପ୍ରଭା ରାୟ, ଗୋଲାପ ମଲ୍ଲିକ, ଧିରେନ୍ଦ୍ର କୁମାର ସ୍ୱାଇଁ, ଅଭିଷେକ ମଲ୍ଲ, ସୁଶାନ୍ତ କୁମାର କର, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ମର୍ମାହତ ହେବା ସହ ୰ ସାହୁଙ୍କ ଭଳି ବରିଷ୍ଠ ନେତା ଓ ସମାଜସେବୀଙ୍କୁ ହରାଇବା ଫଳରେ କୋରାଇ ଓ ବ୍ୟାସନଗର ଅଂଚଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି । ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଅସୀମ ଶକ୍ତି ପ୍ରଦାନ କରିବା ସହ ୰ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି ସେମାନେ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close