ବ୍ୟାସନଗରରେ ଆଜି ସକାଳୁ ବିଦ୍ୟୁତ୍ କାଟ, ଲୋକେ ହୀନସ୍ତା

ବ୍ୟାସନଗର, ୩୧/୦୮: ଶିଳ୍ପ ଓ ବାଣିଜ୍ୟିକ ସହର ବ୍ୟାସନଗରରେ ଅନେକ ସମୟରେ ବିଜୁଳି କାଟ ଏକ ଦେହସୁହା ଘଟଣା । କରୋନା ମହାମାରୀ ବେଳେ ଅଧିକ ପାଣିର ଆବଶ୍ୟକତା ରହିଛି । ବିଜୁଳି ପାଇଁ ସହରରେ ଅଧିକ ସମୟ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି । ଗତ ଏକ ସପ୍ତାହ ପାଖାପାଖି ଲଗାଣ ବର୍ଷା ପରେ ୨-୩ଦିନ ହେଲା ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ହେଉଛି । ହେଲେ ଆଜି ସକାଳୁ ବ୍ୟାସନଗର ପୈାରାଂଚଳରେ ବିଜୁଳି କାଟ ହୋଇଛି । ଦିନ ୧ଟା ପାଖାପାଖି ହେଲାଣି ହେଲେ ଲାଇନର ଦେଖା ନାହିଁ । ‘ନେସ୍କୋ’, ଯାଜପୁରରୋଡର ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ବିଜୁଳି କାଟ ଉପରେ ପଚାରିବାରୁ ଏହା ମରାମତି ପାଇଁ କରାଯାଇଛି । ହେଲେ ଏଥିପାଇଁ ମୋବାଇଲରେ ମେସେଜ ଦିଆଯାଇଛି ଓ ପ୍ରଚାର ମଧ୍ୟ କରାଯାଇଛି ବୋଲି ଇଂ. ବେହେରା କହିଛନ୍ତି । ମାତ୍ର ଅଧିକାଂଶଙ୍କର ମୋବାଇଲ ‘ନେସ୍କୋ’ ଡ଼ାଟାବେସରେ ଅପଡେଟ୍ ହୋଇ ନ ଥିବାର ଜଣାଯାଇଛି । ତାଛଡ଼ା ଗତ କାଲିର ପ୍ରଚାର ସବୁ ଅଂଚଳରେ ହୋଇନାହିଁ ବୋଲି କେତେକ କହିଛନ୍ତି । ଚୋରଦା ଷ୍ଟ୍ରକ୍‌ଚରରେ ୨ଟି ପୋଲ ପୋତା ଯାଉଛି । ସହରର ଉଭୟ ଚୋରଦା ଓ ଦଳା ବିଦ୍ୟୁତ୍ ସେକ୍‌ସନ ଅଂଚଳରେ ସକାଳୁ ବିଜୁଳି ନ ଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close