୬ ଦିନ ଧରି ଲଗାତାର ବଢ଼ିଚାଲିଛି ପେଟ୍ରୋଲ ଦର

ଭୁବନେଶ୍ୱର ; ୨୬/୮ : ଦେଶରେ କରୋନା ଭଳି ସଂକଟ ସମୟରେ ବି ପେଟ୍ରୋଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି  । ଲଗାତାର ତେଲ ଦର ବୃଦ୍ଧି ହେବା ଫଳରେ ଜନଜୀବନ ଉପରେ ଏହାର ଶକ୍ତ ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୬ଦିନ ଧରି  ଲଗାତାର ପେଟ୍ରୋଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକ୍ଷେ ଚିନ୍ତାଜନକ ହୋଇଛି । କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ପାଖରେ ଚାକିରୀର ସମସ୍ୟା ଥିବାରୁ ଦରଦାମ ବୃଦ୍ଧି  ଯେପରିକି ବୋଝ ଉପରେ ନଳିତା ବିଡା । ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ପଇସା ବଢ଼ିଛି , ଫଳରେ ପେଟ୍ରୋଲ ୮୨.୨୮ଟଙ୍କାରେ ପହଁଚିଛି । ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଗତ ୧୦ ଦିନ ବିଚାରକୁ ନେଲେ ପେଟ୍ରୋଲ ଦର ୯ଥର ବଢ଼ିଛି ବୋଲି ପ୍ରକାଶ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close