କଳିଙ୍ଗନଗର ‘ଟାଟା ଷ୍ଟିଲ’ କାରଖାନାରେ କର୍ମଚାରୀ ସଙ୍ଘ ନିର୍ବାଚନ ପାଇଁ ଚାଲିଛି ଭୋଟ

ବ୍ୟାସନଗର, ୦୨/୩(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ସର୍ବବୃହତ୍ ‘ଟାଟା ଷ୍ଟିଲ’ କାରଖାନାରେ ଆଇ.ଟି.ଆଇ ଓ ଡିପ୍ଲୋମାଧାରୀଙ୍କୁ ନେଇ ଗଠିତ କର୍ମଚାରୀ ସଂଘ ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଚାଲିଛି । ଏହି ନିର୍ବାଚନରେ ଡି.ପିଙ୍କ ନେତୃତାଧିନ ‘ଟାଟା ଷ୍ଟିଲ ୱାରକର୍ସ ୟୁନିୟନ’ (ଟିଡବ୍ଲ୍ୟୁୟୁ) ଏବଂ ମନୋଜ ସାମଲଙ୍କ ନେତୃତାଧିନ ‘ଟାଟା ଷ୍ଟିଲ ଏମ୍ପ୍ଲଇଜ୍ ୟୁନିୟନ’ (ଟିଇୟୁ) ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଗ୍ରାମୀଣ ନିରୀକ୍ଷକ ସଂଜିତ୍ କୁମାର ଦେଓ ପ୍ରମୁଖ ନିର୍ବାଚନ ପରିଚାଳନା କରୁଛନ୍ତି । (ଟିଇୟୁ) ସଂଗଠନକୁ ସ୍ଥାନୀୟ ବିଜେଡି ନେତା ସମର୍ଥନ କରୁଥିବା ବେଳେ ଡି.ପି ଗୋଷ୍ଠୀ ନିଜ ସାମର୍ଥ୍ୟ ମତେ ନିର୍ବାଚନ ଲଢ଼ୁଛନ୍ତି ।

          ମୋଟ ୩୫୩୮ ଭୋଟ ମଧ୍ୟରୁ ୩୧୩୪ ଜଣ ଭୋଟ ଦେଇଥିବାର ଜଣାଯାଇଛି । ୦୪ଟି ବୁଥରେ ଭୋଟ ଗ୍ରହଣ କରାଯାଇଥିଲା । ଯାଜପୁରରୋଡର ଡି.ଏଲ.ସି ଅଜୟ କୁମାର ପ୍ରଧାନ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଯାଜପୁରରୋଡ ଶ୍ରମ ବିଭାଗର ଅଧିକାରୀଙ୍କ ସମେତ କଟକ, ଭୁବନେଶ୍ୱର, କେନ୍ଦ୍ରପଡ଼ା, ଭଦ୍ରଖ, ବାଲେଶ୍ୱର ଆଦି ଶ୍ରମ ବିଭାଗର ପ୍ରାୟ ୧୬ ଜଣ ଅଧିକାରୀ ଆଜିର ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଛନ୍ତି । ଏବେ ଭୋଟ ଗଣତି ଚାଲିଛି । ସର୍ବଶେଷ ଖବର ଅନୁୟାୟୀ ଡି.ପିଙ୍କ ନେତୃତାଧିନ ‘ଟାଟା ଷ୍ଟିଲ ୱାରକର୍ସ ୟୁନିୟନ’ (ଟିଡବ୍ଲ୍ୟୁୟୁ) ବିପୁଳ ସଂଖ୍ୟକ ୧୬୪୮ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାର ଜଣାଯାଇଛି । ସରକାରୀ ଭାବେ ଅବଶ୍ୟ ଫଳାଫଳ ଘୋଷଣା ବାକି ରହିଛି ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close