ବ୍ୟାସନଗର ପୈାର ପରିଷଦ: ଦିନରେ ଜଳେ, ରାତ୍ରୀରେ ଜଳେ ନାହିଁ ବହୁ ଷ୍ଟ୍ରିଟ୍ ଲାଇଟ

ବ୍ୟାସନଗର, ୯/୧୧(ଉ. ନ୍ୟୁଜ୍ ବ୍ୟୁରୋ): ବଡ଼ ବିଚିତ୍ର ହେଉଛି ବ୍ୟାସନଗର ପୈାର ପରିଷଦର କାର୍ଯ୍ୟକଳାପ ! ସହରବାସୀଙ୍କୁ ଉନ୍ନତ ସେବା ଯୋଗାଇଦେବାକୁ ବଦ୍ଧପରିକର ଥିବା ପୈାର ପରିଷଦ ବିଭିନ୍ନ ଘଟଣାରେ ସହରବାସୀଙ୍କ ଅନେକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଚାଲିଛି । ରାସ୍ତାଘାଟର କଥା ହେଉକି, ବିଜୁଳି କଥା ହେଉ । ସମଗ୍ର ବିଶ୍ୱ ଏବେ ଶକ୍ତି ସଂକଟ ମଧ୍ୟରେ ଗତି କରୁଥିବା ବେଳେ ଏଠି କିନ୍ତୁ ଶକ୍ତିର ବ୍ୟାପକ ଅପଚୟ ଘଟି ଚାଲିଛି । ବିଭିନ୍ନ ରାସ୍ତାରେ ଦିନ ସାରା ଜଳି ଚାଲୁଛି ଷ୍ଟ୍ରିଟ ଲାଇଟ । ଆଶ୍ଚର୍ଯ୍ୟର କଥା, ପୁଣି ସେହିସବୁ ସ୍ଥାନରେ ଏହି ଲାଇଟଗୁଡିକ ରାତ୍ରୀରେ ଜଳୁ ନାହିଁ ! ଗୋଟିଏ କି ଦୁଇଟି ୱାର୍ଡ଼ ନୁହେଁ ବରଂ ଅଧିକାଂଶ ୱାର୍ଡ଼ର ବହୁ ସ୍ଥାନରେ ଏଭଳି ସମସ୍ୟା ଦେଖାଦେଇଛି । କୁହାଯାଉଛି, ସେନସର କାମ କରୁ ନ ଥିବାରୁ ଏପରି ଘଟି ଚାଲୁଛି । ରାଜ୍ୟ ବାହାରୁ ଡାକିହାକି ଆଣି ଗୋଟିଏ ସଂସ୍ଥାକୁ ମେଂଟନାନ୍ସ କାମ ଦିଆଯାଇଛି । ଯେତେ କହିଲେ ବି ଏହି ସଂସ୍ଥା କି ପୈାର ପ୍ରଶାସନର ନିଦ୍ରା ଭାଙ୍ଗୁ ନାହିଁ । କମ୍ପାନି କା ମାଲ ଦରିଆ ମେ ଡ଼ାଲ ଭଳି ମହଙ୍ଗା ବିଜୁଳି ଶକ୍ତି ଅପଚୟର ଚିନ୍ତା ନାହିଁ । ଏଣେ ପୈାର ପରିଷଦର ବକେୟା ବିଜୁଳି ବିଲ ନେଇ ସମସ୍ୟାରେ ଅଛି । ଅଭିଯୋଗ ଦେଲେ କୁହାଯାଉଛି ଯେ, ଏହି ଦାୟିତ୍ୱ ନେଇଥିବା ସଂସ୍ଥା ସେନସରକୁ ଠିକ୍ କରିପାରୁ ନାହିଁ । ତେବେ ତାଙ୍କୁ ଏଠି ରଖାଯାଇଛି କ’ଣ ପାଇଁ ବୁଝାପଡ଼ୁ ନାହିଁ! ମାସ ମାସ ଧରି ଏହା ଦେଖାଯାଉଥିବା ବେଳେ ଏହା ଉପରେ ଉଦାସୀନ ରହିବାର କାରଣ କ’ଣ ? ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏହି ସମସ୍ୟାକୁ ଦେଖି ନ ଦେଖିଲା ପରି ହେଉଛନ୍ତି କାହିଁକି….! ନିମ୍ନରେ ସାପଗଡ଼ିଆ ଅଂଚଳର ଆଜିର ଫଟୋ ଆପଣଙ୍କ ଅବଗତି ନିମନ୍ତେ ଦିଆଯାଇଛି । ଆମ ପାଖରେ ବହୁ ସ୍ଥାନର ଏଭଳି ବହୁ ଫଟୋ ହସ୍ତଗତ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close