
ଶଶୀ ସାରଙ୍କ ତୃତୀୟ ବାର୍ଷିକୀ ଶ୍ରାଦ୍ଧ ଓ ସ୍ମୃତି ଚାରଣ ସଭା
ଯାଜପୁର, ୧୮/୦୮/୨୦୨୨: ଯାଜପୁର ଜିଲ୍ଲା ସ୍କୁଲର ପ୍ରାକ୍ତନ ଶିକ୍ଷକ ସ୍ୱର୍ଗତ ଶଶୀ ଭୂଷଣ ନନ୍ଦଙ୍କର ତୃତୀୟ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତି ଚାରଣ ସଭା, ପଣସା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବହୁ ମାନଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ଯୋଗ ଦେଇ ସ୍ୱର୍ଗତ ନନ୍ଦଙ୍କର ଜୀବନ ଚର୍ଯ୍ୟା, ଶିକ୍ଷକତା ଜୀବନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିବା ସହ ତାଙ୍କ ପ୍ରତିମୂର୍ତିୀରେ ଶ୍ରଦ୍ଧା ସମୁନ ଅର୍ପଣ କରିଥବଲେ । ଶଶୀ ସାର୍ ଏକାଧାରରେ ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷକ ହେବା ସହ କଳା ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଯେତେବେଳେ ଯେଉଁ ବିଦ୍ୟାଳୟର ଶିକ୍ଷକତା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଯେତେବେଳେ ଯେଉଁ ବିଦ୍ୟାଳୟୟରେ ଶିକ୍ଷକତା କରୁଥିଲେ ସେ ବିଦ୍ୟାଳୟର ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ପଣସା ଗ୍ରାମର ସେ ସମସ୍ତଙ୍କର ଆପଣାର ଓ ନମସ୍ୟ ଥିଲେ ବୋଲି ମତବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରାଦ୍ଧ ଅବସରରେ ପଣସା ଗ୍ରାମର ମୁଖ୍ୟ ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ବାଦ ସାହିତ୍ୟ ଘର, ଅନ୍ୱେଷଣ ଗ୍ରୁପ୍ ଓ ନନ୍ଦ ପରିବାର ପକ୍ଷରୁ କରାଯାଇଥିଲା ଏବଂ ପଣସା ଗ୍ରାମର ଯୁବ ଗୋଷ୍ଠୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସ୍ୱର୍ଗତ ନନ୍ଦଙ୍କର ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ବାସୁଦେବ ନନ୍ଦ, ନୃସିଂହ ଚରଣ ନନ୍ଦ, ଜଗବନ୍ଧୁ ନନ୍ଦ, ପଣ୍ଡିତ ଅଦୈତ ପ୍ରସାଦ ମିଶ୍ର, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ପଣ୍ଡିତ ବିଜୟ ଭୂଷଣ ନନ୍ଦ, ବାମଦେବ ନନ୍ଦ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ସାହୁ, ସ୍ମୃତିକାନ୍ତ ମିଶ୍ର, ଅନାଦି ମିଶ୍ର, ଅଧିକାର ଦାସ, ସୁବାଶ ମହାପାତ୍ର, ସମରେନ୍ଦ୍ର ମିଶ୍ର, କାହ୍ନୁ ଚରଣ ମିଶ୍ର, ଗିରିଜା ଶଙ୍କର ଦାସ, ଜିଲ୍ଳା କଂଗ୍ରେସ୍ ସଭାପତି ମନୋଜ ରାଉତ, ବିଷ୍ଣୁ ରାଉତ, ରଞ୍ଜିତ ରାଉତ, ଦୁର୍ଯ୍ୟୋଧନ ବେହେରା, ଆଲୋକ ବେହେରା, ସନ୍ତୋଷ େବେହରା, ଭାଷ୍କର ମହାନ୍ତି, ସୁଦିପ୍ କର, ସଂଗ୍ରାମ ଜେନା, ସଂଗ୍ରାମ ସାହାଣୀ, ଅକ୍ଷୟ ଶତପଥି , ଅରୁଣ ରାଉତ, ଅନିଲ୍ ପଣ୍ଡା, ନାରାୟଣ ସାମନ୍ତ, ପ୍ରମୋଦ ମିଶ୍ର, ଦୀପକ ମିଶ୍ର, ସନ୍ତୋଷ କୁମାର ନନ୍ଦ, ଈଶ୍ୱରୀ ନନ୍ଦ, ଅଶ୍ୱିନୀ ନନ୍ଦ, ଜୟନ୍ତ ନନ୍ଦ, ଶକ୍ତି ନନ୍ଦ, ନଗେନ୍ଦ୍ର ନନ୍ଦ, ବିରଜା ନନ୍ଦ, ପ୍ରଭାକାର ସାମନ୍ତ, ସୁରେଶ ପତି, ରାଜିବ ଦାଶ, ସରପଂଚ କୁଳମଣୀ ପରିଡ଼ା ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧା ସୁବନ ଅର୍ପଣ କରିଥିଲେ ।