ଯାଜପୁର ଜିଲ୍ଳ୍‌ାରେ ଗଡିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ଯାଜପୁର, ତା ୪ା୬: “ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲ୍ଳ୍‌ା” ଆମର ସଂକଳ୍ପ । ଏହି ଲକ୍ଷ୍ୟ ନେଇ ଶ୍ରମ ଓ “ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲ୍ଳ୍‌ା” ଆମର ସଂକଳ୍ପ । ଏହି ଲକ୍ଷ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡିଶା ସରକାର ଏବଂ ଶ୍ରମ ବିଭାଗ, ଯାଜପୁର ମିଳିତ ଆନୁକୁଲ୍ୟରେ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ”ର ଶୁଭାରମ୍ଭ କରାଯାଇଚ୍ଥି । ଗତକାଲି ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥର ପରିକ୍ରମା ଆରମ୍ଭ କରାଯାଇଥିଲା । ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ପତାକା ଦେଖାଇ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ରଥ ଯାଜପୁର ସହରାଂଚଳ ପରିକ୍ରମା କରିବା ସହ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ବିଶେଷଙ୍କୁ ସାବଧାନ କରାଇବା ସହ ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତା ପହଚାଂଇବ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀଯୁକ୍ତ ମଲ୍ଲିକ ମତବ୍ୟକ୍ତ କରିଥିଲେ । ପରେ ପରେ ଏହି ଉପଲକ୍ଷେ ଶିଶୁ ଶ୍ରମିକ ନିରୋଧ ପାଇଁ ଏକ ସଚେତନତା ରାଲି ବାହାର କରାଯାଇଥିଲା । ଏଥିରେ ଜିଲ୍ଳ୍‌ା ଟ୍ରେଡ୍ ୟୁନିୟନର ସଦସ୍ୟ, ଚାଇଲଡ୍ ଲାଇନର କର୍ମକର୍ତା, ସ୍ୱେଚ୍ଚା୍ଥସେବୀ ସଂଗଠନର କର୍ମକର୍ତା ଏବଂ ଜନସାଧାରଣ ଯୋଗଦେଇ ସହର ପରିକ୍ରମା କରିଥିଲେ । ପ୍ରକାଶଥାଉକି, ତା ୪ା୬ା୨୦୨୨ ରିଖରେ ମଧ୍ୟ ଏହି ସଚେତନତା ରଥ ଓ ରାଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍ର୍‌ାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ବ୍ୟାସନଗର ସହରାଂଚଳ ପରିକ୍ରମା କରିବ ବୋଲି ଜିଲ୍ଳ୍‌ା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପ୍ରକାଶ କରିଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତାଞ୍ଜଳି ବେହେରା, ସହକାରୀ ଶ୍ରମ ଅଧିକାରୀ ଚିତରଂଜନ ରାଉତ, ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜିତ୍ କୁମାର ଦେଓ, ଶିଶୁ ମଙ୍ଗଳ କମିଟିର ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ଏବଂ ଚାଇଲଡ୍ ଲାଇନର ସଦସ୍ୟ/ସଦସ୍ୟାମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close