ବ୍ୟାସନଗର ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଏନର୍ଜୀ କ୍ଲବର ପୁରସ୍କାର ବିତରଣ

ବ୍ୟାସନଗର, ୦୮/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ସ୍ଥାନୀୟ ଶଶିଭୂଷଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ‘ଏନର୍ଜୀ କ୍ଲବ’ ଆନୁକୂଲ୍ୟରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁଦର୍ଶନ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଜ୍ୟୋତିରଂଜନ ଆଚାର୍ଯ୍ୟ, ଜୟନ୍ତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ‘ଏନର୍ଜୀ କ୍ଲବ’ର ଇନଚାର୍ଯ୍ୟ ସୁଶ୍ରୀସଂଗୀତା ପଣ୍ଡା । ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷୟତ୍ରୀ ଶକୁନ୍ତଳା ଦାଶ । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ଅଞ୍ଜଳି ମହାପାତ୍ର, କଳ୍ପନା ମାଝୀ, ସଂଯୁକ୍ତା ବିହାରୀ, ନିହାରୀକା ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଭଞ୍ଜନ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close