ସତର୍କତା ହିଁ ସାବଧାନତା : ବିପର୍ଯ୍ୟୟର ସଫଳ ମୁକାବିଲା

ଯାଜପୁର,୦୮/୦୪(ନି ପ୍ର ) : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯାଜପୁର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଂଶୁଘାତର ମୁକାବିଲା ଓ ପରିଚାଳନା ସଂପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓଡିଶା ବିଶେଷ କରି ଯାଜପୁର ଏକ ବାତ୍ୟା ବନ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ବିପର୍ଯ୍ୟୟ ପାଇଁ ସଦା ପ୍ରସ୍ତୁତ ରହିବାକୁ ପଡିଥାଏ ବୋଲି କହିଥିଲେ । ସତର୍କତା ଓ ସଚେତନତା ହିଁ ସାବଧାନତା । ତେଣୁ ଯେ କୈାଣସି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରାକ୍ ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ମତ ବ୍ୟକ୍ତ କରିଚ୍ଥନ୍ତି । ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ ମଧ୍ୟ ସ୍ୱେଚ୍ଚ୍ଥାସେବୀ, ପଞ୍ଚାୟତ ପ୍ରତିନିଧି ବା ଲୋକ ପ୍ରତିନିଧି, ସାଧାରଣ ଲୋକ ମାନଙ୍କର ସହଯୋଗ ପ୍ରତ୍ୟେକ ବିପର୍ଯ୍ୟୟ ମୁକାବିଲାକୁ ସହଜ ଓ ସପଂଳ କରିଥାଏ । ଅପର ପକ୍ଷରେ ବିପର୍ଯ୍ୟୟ ସମୟର ମୃତ୍ୟୁ କ୍ଷେତ୍ରରେ ପୋଷ୍ଟମର୍ଟମ ହେଉ ନ ଥିଲେ କ୍ଷତିପୂରଣ ମିଳିବାରେ ସମସ୍ୟା ହେଉଥିବାରୁ ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଅଂଶୁଘାତର ମୁକାବିଲା ଏକ ସାମୁହିକ ଦାୟିତ୍ୱ । ଏହାର ମୁକାବିଲା ଗାଇଡଲାଇନ ଅନୁପାଳନ ପୂର୍ବକ ଓ ଅନୁଭବ ଆଧାରରେ ପାଳନ ପାଇଁ ପରାମର୍ଶ ଦେଇଥିଲେ । ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟର ପରିଚାଳନା ଓ ବିପର୍ଯ୍ୟୟ ପରେ ଊଦ୍ଧାର, ଥଇଥାନକୁ ବିଶେଷ ଗୁରୁତ୍ୱ ଦେବା ଓ ଜିରୋ କାଜୁଆଲିଟି ମନୋଭାବ ନେଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ଅତୀତର ପ୍ରତ୍ୟେକଟି ଅଭିଜ୍ଞତା ଓ ଅନୁଭବର ଶିକ୍ଷାକୁ ଆମେ କାର୍ଯ୍ୟରେ ଲଗାଇବା, ସ୍ୱେଚ୍ଚ୍ଥାସେବୀ, ପଞ୍ଚାୟତ ପ୍ରତିନିଧି ଓ ସାଧାରଣ ଲୋକ ମାନଙ୍କୁ କାର୍ଯ୍ୟରେ ସାମିଲ କରିବା ଓ ପ୍ରସ୍ତୁତିକୁ ବହୁ ପୂର୍ବରୁ ଚୁଡାନ୍ତ କରିବାକୁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଟିମ ଗଠନ ସହ ପରସ୍ପର ମଧ୍ୟରେ ସମନ୍ୱୟ, ବିପର୍ଯ୍ୟୟକୁ ଦେଖି ସତର୍କ ଓ ସଚେତନ ହେବା, ଊଦ୍ଧାର, ରିଲିପଂ, ଥଇଥାନ ଓ ପୁନର୍ବାସ କ୍ଷେତ୍ର ପ୍ରତି ଯତ୍ନବାନ ହେବାକୁ ମତ ବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ବିଭିନ୍ନ ବିପର୍ଯ୍ୟୟରେ ଭିନ୍ନ ଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ ବୋଲି କହିଥିଲେ । ଅଂଶୁଘାତ କ୍ଷେତ୍ରରେ ଅଧିକ ଖରାରେ ନ ବାହାରିବା, ପ୍ରଚୁର ପାଣି ପିଇବା, ଚ୍ଥତା, ଜୋତା ଇତ୍ୟାଦି ବ୍ୟବହାର କରିବା , ଅସୁସ୍ଥ ଲାଗିଲେ ତୁରନ୍ତ ଚିକିତ୍ସା ସୁବିଧା ନେବାକୁ ସେ ଅନୁରୋଧ କରିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିବିଧ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ପ୍ୟାଂକ୍ଟ୍ରି ଆଣ୍ଡ ବଏଲରର ଡେପୁଟୀ ଡାଇରେକ୍ଟର ଉମେଶ ଚନ୍ଦ୍ର ସୂତାର ଜିଲ୍ଳାରେ କାର୍ଯ୍ୟକ୍ଷମ ବିଭିନ୍ନ ଶିଳ୍ପ କାରଖାନା ମାନଙ୍କରେ ଅଂଶୁଘାତ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ । ଓସ୍‌ଡାମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ବିସ୍ତୃତ ତଥ୍ୟ ପ୍ରଦାନ କରି ବିଭିନ୍ନ ବିପର୍ଯ୍ୟୟର କାରଣ, ନିରାକରଣ, ପରିଚାଳନା, କ୍ଷୟ କ୍ଷତିରେ ସାଧାରଣ ଲୋକ ମାନଙ୍କୁ ସହାୟତାର ସୁବିଧା, ସଚେତନତା ଓ ବିଭିନ୍ନ ବିଭାଗର କାର୍ଯ୍ୟ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ସମସ୍ତଙ୍କୁ ସ୍ୱାଗତ କରିବା ସହ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏ.ଡି.ଏମ୍‌.ଓ. ଡା. ରମେଶ ଚନ୍ଦ୍ର ମଲ୍ଲିକ, ଡା. ପି.କେ. ସାହୁ ଅଂଶୁଘାତ ସଂପର୍କରେ ବିବିଧ ସୂଚନା, ସଚେତନତା ବାର୍ତ୍ତା ଓ ସାଧାରଣ ଲୋକ ମାନଙ୍କର ଦାୟିତ୍ୱ ସଂପର୍କରେ ମତ ବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ବି.ଡି.ଓ., ତହସିଲଦାର, ବିଭିନ୍ନ ବିଭାଗର ଅଧିକାରୀ, ସେଚ୍ଚ୍ଥାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଓସ୍‌ଡାମାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଜରୁରୀ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ନିତ୍ୟାନନ୍ଦ ନାୟକ, ଅରୁଣ କୁମାର ସାହୁ, ତରୁଣ କୁମାର ପଣ୍ଡା, ସୁପ୍ରିୟ କୁମାର ପଣ୍ଡା, ଶୁଭାଶିଷ ଯେନା, ଲିଜାରାଣୀ ସ୍ୱାଇଁ, ସସ୍ମିତା ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close