କହ୍ନେଇପୁର ହନୁମାନ ମନ୍ଦିର ବାର୍ଷିକୋତ୍ସବର ପ୍ରସ୍ତୁତି ବୈଠକ

ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ): ଆଜି ଅପରାହ୍ନରେ କହ୍ନେଇପୁର ହନୁମାନ ମନ୍ଦିର କମିଟିର ଚଳିତ ବର୍ଷ ହନୁମାନ ଜୟନ୍ତୀ ଓ ବାର୍ଷିକୋତ୍ସବ ପାଳନ ଉପଲକ୍ଷେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଅଶ୍ୱିନୀ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ କମିଟିର ସଭାପତି ଚନ୍ଦ୍ରମଣି ସାମଲ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଅଶ୍ୱିନୀ ଦାସ ପୂର୍ବ ବୈଠକର ବିବରଣୀ ଓ ୨୦୨୧ ମସିହା ବାର୍ଷିକୋତ୍ସବର ଆୟବ୍ୟୟ ହିସାବ ଉପସ୍ଥାପନ କରି ଥିଲେ । ଚଳିତ ୨୦୨୨ ମସିହାର ହନୁମାନ ଜୟନ୍ତୀ ଓ ବାର୍ଷିକୋତ୍ସବ କିପରି ପାଳନ କରାଯିବ ସେ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। କମିଟିର ଉପଦେଷ୍ଟା  ଉତ୍ତମ କୁମାର ବିଶ୍ବାଳ, ରଘୁନାଥ ସାମଲ, ଶରତ ଚନ୍ଦ୍ର ମିଶ୍ର, ରତିକାନ୍ତ ମହାପାତ୍ର ଏବଂ ସଦସ୍ୟ ଗୋକୁଳାନନ୍ଦ ବିଶ୍ୱାଳ, ସ୍ମୃତିରଞ୍ଜନ ପଣ୍ଡା, ବିଜୟ ସଙ୍ଗ୍ରାମ ସେନାପତି, ସୁଧାଂଶୁ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ସୋମେନ୍ଦ୍ରନାଥ ଜେନା, ଜଗନ୍ନାଥ ପାତ୍ର, ଲକ୍ଷ୍ମୀ ଧର ସାହୁ, ମନୋଜ କୁମାର ଆଚାର୍ଯ୍ୟ, ଜୀବନ ଦଳେଇ, ନବକିଶୋର ମହାନ୍ତ, ଜ୍ଞାନ ରଞ୍ଜନ ଦାଶ, ବିଜୟ କୁମାର ବାରିକ ଓ ମନ୍ଦିର ପୂଜାରୀ ନିରୋଧ ପଣ୍ଡା ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close