ଯାଜପୁର ଜିଲ୍ଲା ପରିଷଦ ଉପ-ସଭାପତି ଭାବେ ଗଣେଶ୍ୱର ବରାଳ ନିର୍ବାଚିତ

ଯାଜପୁର ;୨୫/୦୩ (ନି ପ୍ର) : ଯାଜପୁର ଜିଲ୍ଲାପରିଷଦ ଉପ-ସଭାପତି ନିର୍ବାଚନରେ ୧୭ ନମ୍ବର ଜୋନ୍‌ର ପ୍ରାର୍ଥୀ ଗଣେଶ୍ୱର ବରାଳ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ବରାଳଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲି୍ଳକ ବିଜୟୀ ଘୋଷଣା କରିଥିଲେ । ପରେ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ଶ୍ରୀ ବରାଳଙ୍କୁ ଶପଥପାଠ କରାଇବା ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବାହ୍ନରେ ନିର୍ବାଚନ ଅଧିକାରୀ ଶ୍ରୀ ମଲ୍ଲିକ ନିର୍ବାଚନ କମିଶନଙ୍କ ମାର୍ଗ ଦର୍ଶିକା ଆଧାରରେ ନିର୍ବାଚନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ସହଯୋଗ କରିଥିଲେ । ଶ୍ରୀ ବରାଳ ଦୁଇକିତା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାହା ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିଲା । ଅନ୍ୟ କେହି ପ୍ରତିଦ୍ୱନ୍ଦିତା କରିନଥିବାରୁ ଦିବା ୧ ଘଟିକା ପରେ ନିର୍ବାଚନ ଅଧିକାରୀ ଶ୍ରୀ ବରାଳଙ୍କୁ ବିଜୟୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close