ବ୍ୟାସନଗର ପୈାର ପରିଷଦ ୦୨ନଂ. ୱାର୍ଡରେ ନିର୍ବାଚନୀ ସଭା

ବ୍ୟାସନଗର, ୨୩/୩ (ଉ.ନ୍ୟୁଜ୍ ବ୍ୟୁରୋ): ଚଳିତ ପୈାର ନିର୍ବାଚନରେ ବ୍ୟାସନଗର ପୈାର ପରିଷଦରେ ଶାସକ ବିଜୁ ଜନତା ଦଳର ୦୨ନଂ. ୱାର୍ଡର କାଉନସିଲର ପ୍ରାର୍ଥୀନି ଶୁଭଶ୍ରୀ ବାରି ଓ ପୈାର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନି ସଂଗିତା ପିଙ୍ଗୁଆଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ କୋରାଇ ବିଧାୟକ ଅଶୋକ କୁମାର ବଳ ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ବାଙ୍କିସାହି ହନୁମାନ ମନ୍ଦିର ପଡିଆରେ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ । ବିଜେଡି ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ବିଧାୟକ ଶ୍ରୀଯୁକ୍ତ ବଳ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରଚାରକ ଭାବେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ ବହୁବିଧ ଉନ୍ନତି ସାଧିତ ହେବା ସହ ରାଜ୍ୟର ସମ୍ମାନ ଶୀର୍ଷରେ ପହଂଚିଛି ବୋଲି କହିଥିଲେ । ସ୍ଥାନୀୟ ପୈାର ପରିଷଦକୁ ପ୍ରଗତିଶୀଳ ତଥା ସୃଜନଶୀଳ ସହରରେ ପରିଣତ କରିବା ପାଇଁ ବିଜେଡି ପ୍ରାର୍ଥୀ ଓ ପ୍ରାର୍ଥୀନିଙ୍କ ସପକ୍ଷରେ ଭୋଟଦାନ କରିବା ଉଚିତ ବୋଲି ସେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ଯୁକ୍ତି ବାଢ଼ିଥିଲେ । ଏହି ସଭାରେ ପୂର୍ବତନ ନଗରପାଳ ସରୋଜୀନି ବଳ, ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ, ବର୍ଷିଆନ ନେତା ଅର୍ଜ୍ଜୁନ ରାଉତ, ବଜେଡି ପୈାର ଅଧ୍ୟକ୍ଷା ପ୍ରାର୍ଥୀନି ସଙ୍ଗିତା ପିଙ୍ଗୁଆ, ୦୨ନଂ ୱାର୍ଡର କାଉନସିଲର ପ୍ରାର୍ଥୀନି କୁମାରୀ ଶୁଭଶ୍ରୀ ବାରି ପ୍ରମୁଖ ବକ୍ତବ୍ୟ ରଖି ଦଳ ସପକ୍ଷରେ ଭୋଟ ମାଗିଥିଲେ । ଏଥିରେ ବରିଷ୍ଠ ନେତା ଗୋବିନ୍ଦ ଜେନା, ଅମୂଲ୍ୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବହୁ ସଂଖ୍ୟକ ମହିଳା ଏହି ସଭାରେ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ବିଜେଡି ନେତା ଆଶୁତୋଷ (ଜ୍ଞାନରଂଜନ) ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close