ପୈାର ନିର୍ବାଚନ ପାଇଁ ପୋଲିସ, ମାଜିଷ୍ଟ୍ରେଟ ଓ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଯାଜପୁର, ୧୫ା୩(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଓ ବ୍ୟାସନଗର ପୈାରପାଳିକାରେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନ କରିବାକୁ ପ୍ରତ୍ୟେକ ସହଯୋଗ କରିବାକୁ ଜିଲ୍ଳାପାଳ ଚକ୍ରୱର୍ତୀ ସିଂହ ରାଠୋର ଆହ୍ୱାନ ଦେଇଚ୍ଥନ୍ତି । ଆଜି ମଙ୍ଗଳବାର ଅପରାହ୍ନରେ ଜିଲ୍ଳାପାଳଙ୍କ ସମ୍ମିଳନୀ ଗୃହରେ ଆଗାମୀ ପୈାର ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳାପାଳ ଶ୍ରୀ ରାଠୋର ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣବିଧିକୁ କଡାକଡି ଅନୁପାଳନ କରିବାକୁ ଅନୁରୋଧ କରିଥିଲେ । ମାଇକ ଓ ଗାଡି ବ୍ୟବହାର ଲାଗି ଯାଜପୁର ପୈାର ପରିଷଦ ପାଇଁ ଉପଜିଲ୍ଳାପାଳଙ୍କ ଠାରୁ ଓ ବ୍ୟାସନଗର ପୈାର ପରିଷଦ ପାଇଁ ଅତିରିକ୍ତ ଜିଲ୍ଳାପାଳ, କଳିଙ୍ଗନଗରଙ୍କ ଠାରୁ ଅନୁମତି ନେବାକୁ ହେବ । ପ୍ରାର୍ଥୀମାନେ ସର୍ବସାଧାରଣ ସ୍ଥାନ, ସରକାରୀ କାର୍ଯ୍ୟାଳୟମାନଙ୍କରେ ପ୍ରଚାର ବା ପ୍ରଚାର ପତ୍ର ମାରିପାରିବେ ନାହିଁ ବୋଲି ଜିଲ୍ଳାପାଳ ସ୍ପଷ୍ଟ କରିଦେଇଥିଲେ । ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗ ପ୍ରସ୍ତୁତ ରହିଚ୍ଥି ବୋଲି କହିଥିଲେ । ଏହି ନିର୍ବାଚନକୁ ଶୃଙ୍ଖଳାର ସହ ସମାପନ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଳାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ପ୍ରମୁଖ ନିର୍ବାଚନ ପରିଚାଳନା ପାଇଁ ବିବିଧ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ବିମଳେନ୍ଦୁ ରାୟ ଓ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକ ସତ୍ୟସାଇ ଦାସ ନିର୍ବାଚନ ଆୟୁକ୍ତଙ୍କ ମାର୍ଗଦର୍ଶିକା ଆଧାରରେ ଆଚରଣବିଧି ପାଳନ ଓ ଖର୍ଚ୍ଚ ସୀମା ମଧ୍ୟରେ ପରିଚାଳିତ ହେବା ସହ ସମସ୍ତ ପ୍ରାର୍ଥୀ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚର ହିସାବ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଉପଜିଲ୍ଳାପାଳ ଡଃ. ଶରତ ଚନ୍ଦ୍ର ମହାପାତ୍ର ପ୍ରଚାର ସମୟରେ ପ୍ରାର୍ଥୀ ଅପର ପକ୍ଷ ପାଇଁ ଏପରି ଶଦ୍ଦ ବା ଭାଷା ବ୍ୟବହାର କରିବେ ନାହିଁ, ଯାହା ଗୋଷ୍ଠୀ ସମ୍ପ୍ରଦାୟ ପାଇଁ ଧର୍ମ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ଜାତି କିମ୍ୱା ଗୋଷ୍ଠି ଭିତିରେ ଅସୂୟା ଭାବ, ଶତ୍ରୃତା, ଘୃଣାଭାବ ସୃଷ୍ଟି କରିବ । ତେଣୁ ଏଥିରୁ ନିବୃତତ୍ତରହିବାକୁ ସେ କହିଥିଲେ । ନିର୍ବାଚନ ଆୟୁକ୍ତ ଧାର୍ଯ୍ୟ କରିଥିବା ଆଚରଣବିଧିକୁ କଡାକଡି ପାଳନ ସହ ହୋଲି ସମୟରେ କୈାଣସି ସର୍ବସାଧାରଣ ସ୍ଥାନର ହୋଲି ନାମରେ ନିର୍ବାଚନ ପ୍ରଚାର ନ କରିବାକୁ ସେ ଅନୁରୋଧ କରିଥିଲେ । ଏହି ବୈଠକ ପୂର୍ବରୁ ପୋଲିସ ମାଜିଷ୍ଟ୍ରେଟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୋଲିସ ଏସ୍‌.ଡି.ପି.ଓ ଚିନ୍ମୟ କୁମାର ନାୟକ, ସରୋଜ କୁମାର ଉପାଧ୍ୟାୟ, ସହକାରୀ ଜିଲ୍ଳାପାଳ ତିଳୋତମା ପୃଷ୍ଟି, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଊତ, ଅତିରିକ୍ତ ତହସିଲଦାର କ୍ଷୀରୋଦ ଦାସ, ଯାଜପୁର ଥାନା ଆଇ.ଆଇ.ସି ଅଜୟ କୁମାର ଜେନା, ଅନ୍ୟାନ୍ୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close