ବ୍ଲକ ଅଧ୍ୟକ୍ଷା ପଦ ହାତେଇଲା ବିଜେଡି

ଠାକୁରମୁଣ୍ଡା ; ୧୩/୦୩ ( ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ସରୋଜିନୀ ହେଲେ ବ୍ଲକ ଅଧ୍ୟକ୍ଷା l ସରୋଜିନୀ ଗତ ପଞ୍ଚାୟତ ନିର୍ବାଚନ ରେ ଚମ୍ପାଝର ଗ୍ରାମପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ସରୋଜିନୀ ବିଜେଡି ପକ୍ଷରୁ ଅଧ୍ୟକ୍ଷା ନିର୍ବାଚିତ ହେବା ପରେ ଠାକୁରମୁଣ୍ଡା ବ୍ଲକ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ବିଜେଡି ବ୍ଲକ୍ ର ଦୁଇଟି ସାରା ଜିଲ୍ଲା ପରିଷଦ ଜୋନ୍ କବଜା କରିଥିବା ବେଳେ, ଆଜି ବ୍ଲକ ର ଅଧ୍ୟକ୍ଷା ପଦ ମଧ୍ୟ ବିଜେଡି ହାତେଇ ନେଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ବିଜେଡି କୁ ଲୋକମାନେ ପ୍ରବଳ ସମର୍ଥନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିଛନ୍ତି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ବିଜୟ ନାଏକ, ସ୍ଥାନୀୟ ବିଜେଡି ନେତା ଅଞ୍ଜନ ମହାନ୍ତ, ଗତିକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ କର୍ମୀ ମାନେ ଏକାଠି ହୋଇ ସରୋଜିନୀଙ୍କୁ ଅଧ୍ୟକ୍ଷା ପଦରେ ବସାଇଥିବା ଦେଖିବାକୁ ମିଳିଛି l ସରୋଜିନୀ ଙ୍କ ସପକ୍ଷରେ ୧୦ଟି ଭୋଟ ପଡିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଦ୍ରୌପଦୀ ବାନରାଙ୍କୁ ୮ ଟି ଭୋଟ ମିଳିଥିଲା l ନିର୍ବାଚନ ଅଧିକାରୀ ସରୋଜିନୀଙ୍କୁ ବିଜୟୀ ଘୋଷଣା କରିଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close