ଚଳିତ ବର୍ଷ ସ୍କୁଲ ଫି ଛାଡ଼ ପାଇଁ କୋର୍ଟ ଦ୍ୱାରସ୍ତ ହେଲା ଓଡିଶା ଅଭିଭାବକ ମହାସଂଘ, ଚାରି ସପ୍ତାହ ମଧ୍ୟରେ ସରକାରଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର ; ୦୮/୦୩ (ନି ପ୍ର ) : ମହାମାରୀ ପାଇଁ ସ୍କୁଲ ସବୁ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ଥିଲା l ମହାମାରୀରେ ଆର୍ଥିକ ସମସ୍ୟା ଦୃଷ୍ଟିରୁ ତଥା ସ୍କୁଲ ବନ୍ଦ ଥିବାରୁ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଦୁଇଟି ପର୍ଯ୍ୟାୟରେ ସ୍କୁଲ ଫି ରିହାତି ଦେବାକୁ ଗଣଶିକ୍ଷା ବିଭାଗ ସବୁ ପ୍ରାଇଭେଟ ସ୍କୁଲ ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନିର୍ଦେଶ ଜାରି କରିଥିଲେ l ଏବର୍ଷ ମଧ୍ୟ କରୋନା ପାଇଁ ସ୍କୁଲ ବନ୍ଦ ଥିଲା ମାତ୍ର ଏକ ମାସ ହେଲା ବିଭିନ୍ନ ପର୍ଯ୍ୟାୟରେ ସ୍କୁଲ ଖୋଲିଛି l ହେଲେ କରୋନା ପ୍ରକୋପ ଜାରି ରହିଥିଳା ଓ ସ୍କୁଲ ବନ୍ଦ ଥିଲା କିନ୍ତୁ କିଛି ପ୍ରାଇଭେଟ ସ୍କୁଲ ଏବର୍ଷ ପାଇଁ ସ୍କୁଲ ଫିକୁ ବୃଦ୍ଧି କରି ଫି ଆଦାୟ କରିଛନ୍ତି l ଏହି ସମସ୍ୟାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଏହି ବର୍ଦ୍ଧିତ ଫି ବୃଦ୍ଧି ଓ ଅଭିଭାବକ ମାନଙ୍କୁ ପରୀକ୍ଷା ରୁ ବଂଚିତ ରଖିବାକୁ ବିରୋଧ କରି ଅଭିଭାବକ ମହାସଂଘ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଉଥିଲା l ମାନ୍ୟବର ଏହି ମାମଲାରେ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବକୁ ରିପୋର୍ଟ ତଲବ କରି ଫି ଆଦାୟ ସଂକ୍ରାନ୍ତିୟ ସମ୍ପୂର୍ଣ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି l ତତସହିତ ପୂର୍ବରୁ କରୋନା ପାଇଁ ଫି ରିହାତି ନିର୍ଦେଶ ଅନୁଯାଇ ଫି ଆଦାୟ ରିପୋର୍ଟ ଉପରେ ଏହି ମାମଲାର ରାୟ ପ୍ରକାଶ କରାଯିବ ବୋଲି ମଧ୍ୟ ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୁରଲୀଧର ଓ ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ଆଦେଶରେ ଦର୍ଶାଇଛନ୍ତି l ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଥିବା ବେଳେ ଏହାକୁ ଯୁବ ଆଇନଜିଵୀ ମିସ ଆଦିଶା ମହାନ୍ତି ପରିଚାଳନା କରିଥିଲେ l ପୂର୍ବରୁ ହାଇକୋର୍ଟଙ୍କ ରାୟ ଉପରେ ଏକ ଏମ ଓ ୟୁ ହୋଇ କିଛି ସ୍କୁଲ ଫିରେ ରିହାତି ଦେଇ ଆଦାୟ କରିବାକୁ ନିର୍ଦେଶ ଥିବା ବେଳେ ରାୟରେ ଅସନ୍ତୁଷ୍ଟ କିଛି ସ୍କୁଲ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସେମାନଙ୍କୁ 15% ରିହାତି ଦେଇ ସ୍କୁଲ ଫି ଆଦାୟ ପାଇଁ ବିଭାଗ ଦ୍ୱାରା ନିର୍ଦେଶ ଦିଆଯାଇଥିଲା l ଯେହେତୁ ସ୍କୁଲ ବନ୍ଦ ଥିଲା ଓ କେବଳ ଅନଲାଇନ କ୍ଲାସ ଚାଲୁଥିଲା ଓ ଅଭିଭାବକ ମାନେ ମଧ୍ୟ କରୋନା ପାଇଁ ଆର୍ଥିକ ସମସ୍ୟାରେ ଥିଲେ ତେଣୁ ମହାସଂଘ ପୂର୍ଵ ନିର୍ଦେଶ ଅନୁଯାଇ ଏବର୍ଷ ପାଇଁ ସ୍କୁଲ ଆଦାୟ ସହ ସ୍କୁଲ ଫି ବୃଦ୍ଧି ନ କରିବାକୁ ମାନ୍ୟବର ହାଇକୋର୍ଟଙ୍କୁ ଆବେଦନ କରିଥିଲା l ଯେ ପଯ୍ୟନ୍ତ ଶେଷ ନିଷ୍ପତି ମାନ୍ୟବର କୋର୍ଟ ଦେଇନାହାନ୍ତି, ବିଭାଗ ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବା ସହ ଅଭିଭାବକ ମାନଙ୍କୁ ହଇରାଣ ନ କରିବାକୁ ନିର୍ଦେଶ ଦେବାପାଇଁ ସହ ଅଧକ୍ଷ୍ୟ ପ୍ରସନ୍ନ ବିଶୋଇ ଦାବି କରିଛନ୍ତି l

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close