ଶିଶୁ ଅଧିକାର ଓ ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ


ଯାଜପୁର ; ୨୬/୦୨ ( ନି ପ୍ର ) : ପ୍ରତ୍ୟେକ ଶିଶୁ ଅନନ୍ୟ ପ୍ରତିଭାର ଅଧିକାରୀ । ସେହି ପ୍ରତିଭାର ବିକାଶ ହିଁ ପ୍ରତ୍ୟେକଙ୍କର ଧ୍ୟେୟ ହେବା ଊଚିତ ବୋଲି ଶିଶୁ ଅଧିକାର ଓ ସୁରକ୍ଷା ସଂପର୍କିତ ଏକ ବୈଠକରେ ବକ୍ତାମାନେ ମତ ବ୍ୟକ୍ତ କରିଚ୍ଥନ୍ତି । ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଆକ୍ସନ ଏଡ୍ ଅନୁୁଷ୍ଠାନର ମିଳିତ ସହଯୋଗରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ସମାଜ ସଂପର୍କିତ ଏକ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଚ୍ଥି ବୋଲି କହିଥିଲେ । ପରିବାର ସହ ରହିବା ପ୍ରତ୍ୟେକ ଶିଶୁର ମୈାଳିକ ଅଧିକାର । କୈାଣସି କ୍ଷେତ୍ରରେ ସେ ପିତୃ ମାତୃ ହୀନ ବା ପରିବାରଚ୍ୟୁତ ହେଲେ ବିଭିନ୍ନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯିବା, ସୁରକ୍ଷା ଦେବା, ଶିକ୍ଷା ଦାନ କରାଇବାର ବ୍ୟବସ୍ଥା ରହିଚ୍ଥି । ବାଲ୍ୟ ବିବାହକୁ ରୋକାଯିବା ପାଇଁ ମଧ୍ୟ ଟାସ୍କ ପୋଂର୍ସ ଗଠନ ସହ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ବୋଲି କହିବା ସହ କୈାଣସି କ୍ଷେତ୍ରରେ ଏଭଳି ଘଟଣା ଦୃଷ୍ଟି ଗୋଚର ହେଲେ ହେଲ୍ପ ଲାଇନ ନମ୍ୱର ୧୦୯୮ କୁ କଲ କରିବାକୁ ସେ ଅନୁରୋଧ କରିଥିଲେ । ଆକ୍ସନ ଏଡ୍ ଅନୁଷ୍ଠାନନର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ଡିଗାଲ ବିଶ୍ୱ ସାରା ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜାତି ସଂଘ ପଦକ୍ଷେପ ନେଉଚ୍ଥି । ଆମ ଜିଲ୍ଲାରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ, ପୁଅ ଝିଅର ଭେଦଭାବ ନ ରଖି ସୁରକ୍ଷା, ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ତୃଣମୂଳ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଚ୍ଥି । ଏହା ଏକ ସାମୁହିକ କାର୍ଯ୍ୟ ।ପ୍ରତ୍ୟେକ ବ୍ୟକ୍ତି ଶିଶୁ ସୁରକ୍ଷା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବାଲ୍ୟ ବିବାହ ଏକ ଘୃଣ୍ୟ, ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ କଥା ବୋଲି ମତଦେଇ ଏହାକୁ ସବୁ ସ୍ତରରେ ଦୃଢ ବିରୋଧ କରିବା ଏବଂ ଏହାର ମୂଳୋତ୍ପାଟନ ପାଇଁ ଊଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ । ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ବ୍ୟାପକ ସଚେତନ କରାଯାଇ ପାରିଲେ ଏହାର ପ୍ରତିପଂଳନ ସକରାତ୍ମକ ହୋଇପାରିବ ବୋଲି ସେ କହିଥିଲେ । ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ପ୍ରତ୍ୟେକ ଶିଶୁ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଓ ଶିଶୁ ସୁରକ୍ଷା ସଂପର୍କରେ ବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଚ୍ଥି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ, ମୁକେଶିନୀ ବାରିକ, ସ୍ୱାତୀ ସାମଲ, ସଂଗୀତା ଶତପଥୀ, ବର୍ଷା ସ୍ୱାଇଁ, ଲିପ୍‌ସା ସ୍ୱାଇଁ, ପ୍ରତିମା ମହାପାତ୍ର, ସବିତା ରାଣୀ ବଳ, ରଂଜିତା ବେହେରା, ସୁରମା ଦାଶ, ମଂଜୁଲତା ଦାସ, ସୋନାଲି ସାହୁ, ଶିକ୍ଷକ ଏମ୍‌.ଡି. ଅକମଲ, ସୁବାଷ ଚନ୍ଦ୍ର ଜେନା ଓ ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close