ଯାଜପୁର ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ: ବିଷାକ୍ତ ବର୍ଜ୍ୟ ପାଉଁସ ଝଡରୁ ଆମକୁ ବଞ୍ଚାଅ

ଯାଜପୁର,୨୪/୦୨(ବ୍ୟୁରୋ) : ଚଣ୍ଡୀଖୋଲରୁ ଡୁବୁରୀ ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର ହେଉଥିବା ବିଷାକ୍ତ ବର୍ଜ୍ୟ ପାଉଁସ ଝଡରୁ ଆମକୁ ବଞ୍ଚାଅ । ଆମେ ଏବେ ଅଣ ନିଶ୍ୱାସୀ । ନିଶ୍ୱାସରେ ଏହି ବିଷାକ୍ତ ପାଉଁସ ଯାଉଥିବାରୁ ନିଶ୍ୱାସ ବି ନେଇ ହେଉନି । ପୋଖରୀ ଓ କୂଅ ଉପରେ ପାଉଁସ ଗୁଣ୍ଡର ଆସ୍ତରଣ । ପିଇବାକୁ ବିଶୁଦ୍ଧ ପାଣି ମିଳୁନି । ଘର କବାଟ ଖୋଲିଲେ ଘର ଭିତରେ ବି ପାଉଁସର ଆସ୍ତରଣ । ଜିଲ୍ଲାପାଳ ମହୋଦୟ ନିଜେ ଆସି ଟିକେ ଅନୁଧ୍ୟାନ କରନ୍ତୁ ବୋଲି ଚଣ୍ଡୀଖୋଲ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ କଲେଜ ଛକ ଅଞ୍ଚଳ ଭାବେ ପରିଚିତ ସ୍ଥାନଟି ଯାଜପୁର ଜିଲ୍ଲାର ଏକ ପ୍ରମୁଖ ସ୍ଥାନ । ନିକଟରେ ଚଣ୍ଡୀ ମନ୍ଦିର ଓ ମହାବିନାୟକ ମନ୍ଦିର ପରି ପ୍ରସିଦ୍ଧ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର ରହିଛି । ଏହି ସ୍ଥାନର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଠାରେ ଯେଉଁ ମୁକ୍ତ, ଶୀତଳ ଏବଂ ଅଧିକ ପବନ ମିଳେ ତାହା ଅନ୍ୟ କେଉଁଠାରେ ମିଳେନାହିଁ । ସେଥିପାଇଁ ଅନେକ ଲୋକ ଏଠାରେ ଏହି ମୁକ୍ତ ପବନ ପାଇଁ ସମୟ କାଟିବାକୁ ଆସିଥାନ୍ତି । ହେଲେ ଏଠାରେ ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ଓଭରବ୍ରିଜ ଏବଂ ଉଚ୍ଚା ରାସ୍ତା ପାଇଁ ବ୍ୟବହୃତ ହେଉଥିବା ବିଷାକ୍ତ ପାଉଁସ ସଂପୂର୍ଣ୍ଣ ଭାବେ ଏହି ଅଞ୍ଚଳର ପରିବେଶକୁ ବିଷାକ୍ତ କରି ଦେଇଛି । ଏପରିକି ବିନା ଚଷମାରେ ଖାଲି ଆଖିରେ ଏଠାରେ ଘରୁ ବାହାରି ହେଉନାହିଁ । ଏପରିକି ଏଥିପାଇଁ ଏହି ଅଞ୍ଚଳରେ ସଂଧ୍ୟା ପରେ ଯେଭଳି ବିଷାକ୍ତ ପାଉଁସର ଝଡ ସୃଷ୍ଟି ହେଉଛି, ତାହା ନଦେଖିଲା ଲୋକ ବିଶ୍ୱାସ କରି ହେବନାହିଁ । ଏହି ଛକ ନିକଟରେ ରହିଛି ରାଜ୍ୟର ଗ୍ରାମାଞ୍ଚଳର ପ୍ରମୁଖ କଲେକ ଭାବେ ପରିଚିତ ଚଣ୍ଡୀଖୋଲ କଲେଜ ଏବଂ ଆବାସିକ ବିଦ୍ୟାଳୟ । ବାଣୀବିହାରର ଦ୍ୱିତୀୟ କ୍ୟାମ୍ପସ ମଧ୍ୟ ଅବସ୍ଥିତ । ନିକଟରେ ରହିଛି ଚଣ୍ଡୀଖୋଲ କୋର୍ଟ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ବ କରି ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସଂଧ୍ୟାପରେ ସମୁଦାୟ ଅଞ୍ଚଳର ବାୟୁ ମଣ୍ଡଳ ପାଉଁସିଆ ହେଉଛି । ପ୍ରତ୍ୟେକ ଲୋକଙ୍କ ଆଖିରେ ଏହି ପାଉଁସ ପଶି ଆଖି ଗୁଡିକ ଖରାପ ହୋଇ ଯାଉଥିବା ସହ ଆଖି ଆଞ୍ଚୁଡି ହେଉଛି । ଅନେକଙ୍କ ଆଖିରୁ କେବଳ ଲୁହ ବୋହି ଆଖି ଖରାପ ହୋଇ ଯାଉଛି । ନିକଟରେ ଥିବା କଲୋନୀ ଏରିଆରେ ଲୋକେ ଆଉ ରହି ପାରୁ ନାହାନ୍ତି । ପୂର୍ବରୁ ବହୁବାର ଲୋକେ ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରିଥିବା ବେଳେ ଠିକାଦାର ପୋଲିସ ଧମକ ଦେଇ ଲୋକଙ୍କୁ ଡରାଇଛି । ଏଥିପାଇଁ ଗୁରୁତର ସଡକ ସୁରକ୍ଷା ମଧ୍ୟ ବ୍ୟାଘାତ ହେଉଛି । ଏ ପ୍ରସଙ୍ଗରେ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ସତୀଶ ବିଶ୍ୱାଳ ଉଦବେଗ ପ୍ରକାଶ କରିଥିବା ବେଳେ ଲୋକେ କାମ ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଲୋକେ ଏଥିନେଇ ଲିଖିତ ଅଭିଯୋଗ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଏଥିନେଇ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ବହୁବାର ତଥ୍ୟ ଭିତିକ ଅଭିଯୋଗ ହୋଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ହୋଇଥିବା ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଛି । ହେଲେ ଏହି ନିର୍ଦ୍ଦେଶ ଆସିବାର ୬ ମାସ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଇନର ଆଳ ଦେଖାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିସହ କରୁଥିବା ବେଳେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ପ୍ରତି ଆଖି ବୁଜି ଦେଇଛି । ଏଥିପାଇଁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଯାଜପୁର ଜିଲ୍ଲାପାଳ ନିଜେ ସଂଧ୍ୟାରେ ପହଂଚି ଅନୁଧ୍ୟାନ କରି ବିବେକାନୁମୋଦିତ ଏବଂ ମାନବିକତାପୂର୍ଣ୍ଣ ପଦକ୍ଷେପ ନେବାକୁ ଜଗନ୍ନାଥ ରୁରାଲ ଡେଭଲପମେଂଟ ଅର୍ଗାାନାଇଜେସନ ତରଫରୁ ଆକୁଳ ନିବେଦନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close