ବିନାନୁମତିରେ ଅନୁପସ୍ଥିତ ପୁଲିଂ ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ

ଯାଜପୁର, ୧୫/୦୨: ଯାଜପୁର ଜିଲ୍ଲାରେ ୨୦୨୨ ପଂଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ୫ ପର୍ଯ୍ୟାୟ ଅବଧି ଧାର୍ଯ୍ୟ କରିଛନ୍ତି । ସେହି ଆଧାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଯାଜପୁର ଓ ଧର୍ମଶାଳା ବ୍ଲକ ପାଇଁ ଆସନ୍ତା କାଲି ବୁଧବାର ୧୬ ତାରିଖରେ ଅନୁଷ୍ଠିତ ହେବ । ମଙ୍ଗଳବାର ଉଭୟ ବ୍ଲକରୁ ପୁଲିଂ ପାର୍ଟିମାନଙ୍କୁ ସେମାନଙ୍କୁ ନିର୍ଦ୍ଧାରିତ ବୁଥ୍ ଅଭିମୁଖେ ପ୍ରେରଣ କରାଯାଇଛି । ତେବେ କିଛି ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀମାନେ ବିନା ଅନୁମତି ବା କୌଣସି କାରଣ ନ ଦର୍ଶାଇ ଅନୁପସ୍ଥିତ ରହିଛନ୍ତି ବୋଲି ସଂପୃକ୍ତ ବିଡିଓମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ କରିଛନ୍ତି । ତେଣୁ ସେହି ଅନୁପସ୍ଥିତ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ସହ ନିର୍ବାଚନ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ନିର୍ବାଚନ ଏକ ଜାତୀୟ କାର୍ଯ୍ୟକ୍ରମ ଓ ଏଥିରେ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ପୂର୍ବରୁ ନିର୍ବାଚନ କମିଶନ  ଓ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରି ଦେଇଥିଲେ । ତେଣୁ ବିନା ଅନୁମତି ଓ ବିନା କାରଣରେ ଅନୁପସ୍ଥିତ ପୁଲିଂ ଅଧିକାରୀମାନଙ୍କୁ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଅପର ପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ପ୍ରିଜାଇଡିଂ ଓ ପୁଲିଂ ଅଧିକାରୀମାନେ ସେମାନଙ୍କ ନିର୍ଦ୍ଧାରିତ ତାରିଖ, ସମୟ ଓ ସ୍ଥାନରେ ଯୋଗଦେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବା ସହ ବିନା ଅନୁମତିରେ ଅନୁପସ୍ଥିତ କ୍ଷେତ୍ରରେ ଅନୁରୂପ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close