Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡାଙ୍କ ପରଲୋକ

ଯାଜପୁର ; ୧୨/୦୨ (ନି ପ୍ର )  : ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଏକ ଦୁଃଖଦ ଖବର ପହଞ୍ଚିଛି। ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା। ଆଜି ଭୋର ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିବା ସୂଚନା। ୧୯୮୦ରୁ ୧୯୯୦ମସିହା ପର୍ଯ୍ୟନ୍ତ ସେ ଧର୍ମଶାଳାର ବିଧାୟକ ଭାବେ ନିର୍ବାଚିତ ହୋଇ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକରି ପ୍ରଶଂସନୀୟ ଥିଲେ। ୧୯୮୦ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଧର୍ମଶାଳା ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଯାହାକି ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତାର ପ୍ରମାଣ ମିଳିଥିଲା। ସେହିପରି ୧୯୮୫ମସିହାରେ ସେ କଂଗ୍ରେସ ଦଳରୁ ଟିକେଟ ପାଇଁ ଦ୍ଵିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ଅକାଳ ବିୟୋଗରେ ସମଗ୍ର ଜିଲ୍ଲା ତଥା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟକ ଙ୍କ ବିୟୋଗରେ ଧର୍ମଶାଳା  ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଷାନ ପଣ୍ଡା, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ,ଅଧ୍ୟାପକ ଡ଼ ଅକ୍ଷୟ କୁମାର ପଣ୍ଡା, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକରଞ୍ଜନ ପାଣିଗ୍ରାହୀ, ବିଦ୍ୟୁତପ୍ରଭା ରାୟ,ସୁମନ ରାୟ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ରାୟ,ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ,ଜାରକାର ଅଧ୍ୟକ୍ଷ ହିମାଂଶୁ ଶେଖର ସାହୁ,ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ,କୋରେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ,ପଟୁଣିଆର ବରିଷ୍ଠ ନେତା ଦୈତାରୀ ରାଉତ,ନଛିପୁରର ଯୁବ ସମାଜସେବୀ ଅଶୋକ କୁମାର ସାମନ୍ତରାୟ, ଅନୀଲ ସାମନ୍ତରାୟ, ପ୍ରମୁଖ ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏଥି ସହ ତାଙ୍କ ଶୋକଶନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close