ଶ୍ରମ ବିଭାଗ ଓ ଯାଜପୁର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିଲେ ୦୩ ଓଡ଼ିଆ ଶ୍ରମିକ

ବ୍ୟାସନଗର/ଭୁବନେଶ୍ୱର, ୧୦/୨(ଉ.ନ୍ୟୁଜ୍ ବ୍ୟୁରୋ): ସୁଦୂର ସାଉଦି ଆରବର ୭ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ତାଇଫ୍ ସହରର ‘ସୋରଫତ୍ ଇଣ୍ଡିଆ’ ରେଷ୍ଟୁରାଂଟ ଓ ହୋଟେଲରେ କାମ କରି ଶୋଷଣ ଓ ନିର୍ଯ୍ୟାତନାର ଶିକାର ହୋଇଆସୁଥିବା ଯାଜପୁର ଜିଲ୍ଲାର ୦୩ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ଶ୍ରମ ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ, ଭାରତର ବୈଦେଶିକ ମନ୍ତ୍ରଣାଳୟ, ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସର ମିଳିତ ଉଦ୍ୟମ ଫଳରେ ସେମାନଙ୍କ ଭିଟାମାଟି ଓଡ଼ିଶାର ଯାଜପୁର ଜିଲ୍ଲାର ଯାଜପୁର ସଦର (ବରୁଆଁ) ଥାନା ଅର୍ନ୍ତଗତ ଅଡ଼ଙ୍କ ପୁରୁଷୋତମପୁର ଓ ଜମଧର ଗାଁକୁ ଫେରାଇ ଅଣାଯାଇପାରିଛି । ସୁଚନାଯୋଗ୍ୟ, ତାଇଫ୍‌ର କିଙ୍ଗ ଖଲିଦ୍ ରୋଡରେ ଅବସ୍ଥିତ ‘ସୋରଫତ୍ ଇଣ୍ଡିଆ’ ରେଷ୍ଟୁରାଂଟ ଓ ହୋଟେଲଟି ୧୦ଟି ପ୍ରମୁଖ ଇଣ୍ଡିଆନ ରେଷ୍ଟୁରାଂଟ ଓ ହୋଟେଲ ମଧ୍ୟରେ ଅନ୍ୟତମ । ପ୍ରକାଶଥାଉକି, ଯାଜପୁର ଜିଲ୍ଲାର ଯାଜପୁର ସଦର (ବରୁଆଁ) ଥାନା ଅର୍ନ୍ତଗତ ଅଡ଼ଙ୍ଗ ପୁରୁଷୋତମପୁର ଗ୍ରାମର ଶେକ ଅବଦୁଲ ରହେମାନଙ୍କ ୦୨ ପୁଅ ଶେକ ସଲମନ, ୨୮ ବର୍ଷ ଓ ଶେକ ଇମ୍ରାନ, ଶେକ ସାଇରୁଦ୍ଦିନଙ୍କ ପୁଅ ଶେକ ଜଲ୍ଲାଉଦ୍ଦିନ, ୨୭ ବର୍ଷ, ଜମଧର ଗ୍ରାମର ଶେକ ଅବୁଜାଫରଙ୍କ ପୁଅ ଶେକ୍ ଅବଦୁଲ ଖଲିଫ୍‌, ୨୬ ବର୍ଷ ଓ ଶେକ ନାବିକ୍‌ଙ୍କ ପୁଅ ଶେକ ନାସଦ ଆଲମ, ୪୧ ବର୍ଷ ୦୫ ଜଣ ‘ସୋରଫତ୍ ଇଣ୍ଡିଆ’ ରେଷ୍ଟୁରାଂଟ ଓ ହୋଟେଲରେ ରୋଷେୟା (କୁକ୍‌) ଓ ଟହଲିଆ (ୱେଟର) ଭାବେ କାମ କରୁଥିଲେ । କରୋନା ମହାମାରୀ ବ୍ୟାପିବା ପରେ ୨୦୨୦ରେ ଏମାନେ ଘରକୁ ଫେରିବାକୁ ଚାହିଁଥିଲେ । ହେଲେ ହୋଟେଲ ମାଲିକ ଓ କର୍ତୃପକ୍ଷ ସେମାନଙ୍କୁ ଛାଡି ନ ଥିଲେ । ବରଂ ବିଭିନ୍ନ ପ୍ରକାରର ଧମକ ଚମକ ଦେବା ସହ କାଳେ ସେମାନେ ଲୁଚି କରି ପଳାଇ ଯିବେ ସେଥିପାଇଁ ହୋଟେଲ କର୍ତୃପକ୍ଷ ସେମାନଙ୍କ ପାସପୋର୍ଟ ଆଦି ଦରକାରୀ କାଗଜପତ୍ରକୁ ଛଡାଇ ନେଇଯାଇଥିଲେ । ନିରୁପାୟ ହୋଇ ଏମାନେ ରେଷ୍ଟୁରାଂଟରେ କାମ କରୁଥିଲେ ହେଁ ଏମାନଙ୍କୁ ଠିକ୍ କରି ଦରମା ମିଳୁ ନ ଥିଲା କି ଖାଇବାକୁ ଭଲ ଭାବେ ଦିଆଯାଉ ନ ଥିଲା । ଦେହ ପା’ ଖରାପ ହେଲେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ନ ଥିଲା । ହୋଟେଲ କର୍ତୃପକ୍ଷଙ୍କ ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଆସୁଥିଲେ ହେଁ ଅନ୍ୟୋପାୟ ହୋଇ ଖଟି ଚାଲିଥିଲେ । ଏ ଘଟଣାସବୁକୁ ଘର ଲୋକଙ୍କୁ ଜଣାଇବା ପରେ ଡିସେମ୍ବର-୨୦୨୧ରେ ଶେକ୍ ଜଲ୍ଲାଉଦ୍ଦିନଙ୍କ ପିତା ଶେକ ସାଇରୁଦ୍ଦିନ ଘଟଣା ସଂର୍ପକରେ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରି ତାଙ୍କର ସାହାଯ୍ୟ ଲୋଡିଥିଲେ । ଏହି ଘଟଣା ଶ୍ରମ ସଂର୍ପକିତ ହୋଇଥିବାରୁ ଜିଲ୍ଲାପାଳ ଏହି ଅଭିଯୋଗଟିକୁ ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତ, ଯାଜପୁରଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିଥିଲେ । ଯାଜପୁରର ଯୁଗ୍ମ ଶ୍ରମ ଆୟୁକ୍ତ ତଥା ଭୁବନେଶ୍ୱର ଅତିରିକ୍ତ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ଘଟଣା ସଂର୍ପକରେ ତଦନ୍ତ କରିବା ପାଇଁ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଶ୍ରୀ ମହାନ୍ତି ଘଟଣା ଉପରେ ବିଧିବଦ୍ଧ ତଦନ୍ତ କରି ଭୁବନେଶ୍ୱର ସ୍ଥିତ ରାଜ୍ୟ ଶ୍ରମ କମିଶନର ତିରୁମାଳା ନାଏକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଶ୍ରୀ ନାଏକ ଓଡ଼ିଶା ସରକାରଙ୍କ ପକ୍ଷରୁ ଭାରତର ବୈଦେଶିକ ମନ୍ତ୍ରଣାଳୟଙ୍କୁ ଘଟଣା ସଂର୍ପକରେ ଅବଗତ କରାଇ ୦୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ଶ୍ରମ କମିଶନର ଶ୍ରୀଯୁକ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରବାସୀ ଶ୍ରମିକଙ୍କୁ ଘର ବାହୁଡ଼ା ପାଇଁ ଉଦ୍ୟମ ଜାରୀ ରହିଥିଲା । ଶେଷରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଓ ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବସର ହସ୍ତକ୍ଷେପ ଫଳରେ ୦୩ ଜଣ ପ୍ରବାସୀ ଶ୍ରମିକ ଶେକ ନାସଦ ଆଲମ, ଶେକ ସଲମନ ଓ ଅବଦୁଲ ଖଲିଫ ଘରକୁ ଫେରିପାରିଥିବା ବେଳେ ଶେକ ଜଲ୍ଲାଉଦ୍ଦିନ ଓ ଶେକ ଇମ୍ରାନଙ୍କ ନାମରେ ସେଠାରେ ଫୈାଜଦାରୀ ମାମଲା ଥିବା କାରଣରୁ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ ଜାରୀ ରହିଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମହାନ୍ତି ଆଶା ବ୍ୟକ୍ତ କରିଛନ୍ତି । ୦୩ ଜଣ ଶ୍ରମିକ ୩୧/୦୧/୨୦୨୨ରେ ସାଉଦିରୁ ଆସି କଲିକତାର ସୁବାସ ଚନ୍ଦ୍ର ବୋଷ ଆର୍ନ୍ତଜାତିକ ବିମାନ ବନ୍ଦରରେ ପହଂଚି ସେଠାରୁ ବସ ଯୋଗେ ଆସି କୁଆଖିଆରେ ଓହ୍ଲାଇ ବରୁଆଁ ସ୍ଥିତ ତାଙ୍କ ଗାଁକୁ ଯାଇ ନିରାପଦରେ ଅଛନ୍ତି । ଆଜି ସେମାନେ ଯାଜପୁରରୋଡ ସ୍ଥିତ ଶ୍ରମ କାର୍ଯ୍ୟାଳୟକୁ ଆସି କାଗଜପତ୍ର ତନଖି କାର୍ଯ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ମହାନ୍ତିଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ଏହି ତନଖି କାର୍ଯ୍ୟରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜୀତ୍ କୁମାର ଦେଓ ସହଯୋଗ କରିଥିଲେ । ଏ ସଂର୍ପକରେ ଅଧିକ ତଦନ୍ତ ଚାଲୁ ରହିଥିବାର ଜଣାଯାଇଛି ।
       ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଭିନ୍ନ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ଭାରତର ବିଭିନ୍ନ ସହର ଓ ବିଦେଶକୁ କାମ ଅନ୍ୱେଷଣରେ ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଅଧିକ ସମୟ କାମ କରୁଥିଲେ ହେଁ ସେମାନଙ୍କୁ ଠିକ୍ ମଜୁରୀ ମିଳିବା ତ ଦୂରର କଥା ବରଂ ପରେ ସେମାନଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦିଆଯାଉଛି । ବହୁ ସମୟରେ ମୂଲ୍ୟବାନ ଜୀବନ ହାନି ମଧ୍ୟ ଘଟୁଛି । ଆନ୍ତଃ ରାଜ୍ୟ ଶ୍ରମ ଆଇନ ଓ ବିଦେଶକୁ ଶ୍ରମିକ ଚାଲାଣ ଉପରେ କଠୋର ପ୍ରତିବନ୍ଧକ ମଧ୍ୟ ରହିଛି । ଶ୍ରମ ବିଭାଗର ଦୃଷ୍ଟିର ଆଢ଼ୁଆଳରେ ରହି ଆବଶ୍ୟକୀୟ ଲାଇସେନ୍ସ ନ ନେଇ ରାଜ୍ୟରୁ ରୀରତିମତ ଶ୍ରମିକ ଚାଲାଣ ଜାରୀ ରହିଛି । ନିକଟରେ ମହାରାଷ୍ଟ୍ରର ‘ରାଜୋରୀ ଷ୍ଟିଲ’ରେ କେତେ ଜଣ ମୃତ୍ୟୁବରଣ କଲେ, କେତେ କ୍ଷତିପୂରଣ ମିଳିଲା…? ? ଯାଜପୁର ମଂଗଳପୁର ଥାନା ଅର୍ନ୍ତଗତ କୋତପୁର ଗ୍ରାମର ମୁଖ୍ୟ କାର୍ପଟଦାର ତଥା ଶ୍ରମିକ ଦଲାଲ ବାବୁଲି ବାଇଙ୍କୁ ଗିରଫ କରିବାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଫେଲ ମାରିଲା ବୋଲି ପୁରା ଘଟଣା ସଂର୍ପକରେ ଅଭିଯୋଗ କରିଥିବା ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ କ୍ଷୋଭର ସହ କହିଛନ୍ତି । ଶ୍ରମ କମିଶନର ତାଙ୍କ ଅଭିଯୋଗକୁ ଯାଜପୁର ଶ୍ରମ ଦପ୍ତରକୁ ପଠାଇଥିଲେ ହେଁ, ଆନ୍ତଃ ରାଜ୍ୟ ଶ୍ରମ ଆଇନର ଖୁଲମ ଖୋଲା ଉଲ୍ଲଂଘନ ହୋଇଥିବାର ତଦନ୍ତକାରୀ ଶ୍ରମ ଅଧିକାରୀ ଦେଖିବାକୁ ପାଇଥିଲେ ହେଁ ଏହା ଉପରେ କ’ଣ ପଦକ୍ଷେପ ନିଆଯାଇଛି, କାର୍ଯ୍ୟାନୁଷ୍ଠାନ ନେବାରେ ଏତେ ବିଳମ୍ବତା କାହିଁକି ପ୍ରକାଶ ପାଉଛି ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି! ହେଲେ ସାଉଦିରୁ ଶ୍ରମିକମାନଙ୍କୁ ଫେରାଇ ଆଣିବାରେ ଯାଜପୁର ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ, ଭାରତର ବୈଦେଶିକ ମନ୍ତ୍ରଣାଳୟ ଓ ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସ ପ୍ରମୁଖଙ୍କ ଉଲ୍ଲେଖନୀୟ ଭୂମିକା ପାଇଁ ସେମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close