ଭାରତରତ୍ନ ଲତା ମଙ୍ଗେସକର, ଶାସ୍ତ୍ରୀୟ ସଂଗୀତଜ୍ଞ ଦାମୋଦର ହୋତା ପ୍ରମୁଖଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶ୍ରଦ୍ଧାଞ୍ଜଳି

ବ୍ୟାସନଗର, ୦୮/୨(ଉ.ନ୍ୟୁଜ୍ ବ୍ୟୁରୋ): ଭାରତର କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସ୍‌କର, ଶାସ୍ତ୍ରୀୟ ସଂଗୀତଜ୍ଞ ଦାମୋଦର ହୋତା, କଳାକାର ଓ ଆଥ୍‌ଲେଟ ପ୍ରବୀଣ କୁମାର ସୋବ୍‌ତି, ସାମ୍ବାଦିକ ରୋହିତ ବିଶ୍ୱାଳ, କେନ୍ଦୁଝର ନାଗରିକ ମଂଚର ସଭାପତି ତଥା ଅବସରପ୍ରାପ୍ତ ୱିଙ୍ଗ୍ କମାଣ୍ଡର କିରଣଶଙ୍କର ସାହୁ ପ୍ରମୁଖଙ୍କ ବିୟୋଗରେ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଗତ କାଲି ମଂଗଳବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ସଭା ” ଦୁର୍ଲ୍ଲଭ କଳା ପରିଷଦ”ରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାର ଆରମ୍ଭରେ ଦିବଗଂତ ଏହି ମହାନ ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସର୍ବପ୍ରଥମେ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବରିଷ୍ଠ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଜମ୍ବୁନାଥ ସାମଲ, ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଉର୍ମିଳା ନାୟକ, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ଶ୍ରମିକ ନେତା ଅରୁଣ ଦାସ, ହରଦୟାଲ ସିଂ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ମୁମ୍ବାଇର ସାମ୍ବାଦିକା ଜଳ୍ପନା ଜେନା, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ପ୍ରଫୁଲ୍ଲ ବାରିକ, ସୁମନ ରାୟ, ସମର ମଣ୍ଡଳ, ନିରୋଦ ବେହେରା, ରମେଶ ଦାସ, ସନାତନ ମଲ୍ଲିକ, ବିକାଶ ବିଶ୍ୱାଳ, ଶତାଦ୍ଦୀ ସାମଲ, ଗୈାରୀଶଙ୍କର ପତି, ସଂଯୁକ୍ତା ସ୍ୱାଇଁ, ବିଜୟଲକ୍ଷ୍ମୀ ପଣ୍ଡିତ, କାଂଚନ ନାୟକ, ଇନ୍ଦୁମତି ସାହୁ ପ୍ରମୁଖ ଯୋଗ ଦେଇ ସେମାନଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close