ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଫେବୃଆରୀ ଗାଇଡଲାଇନ୍ ଜାରି,ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ଭୁବନେଶ୍ୱର; ୩୧/୦୧ (ନି ପ୍ର): ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। କରୋନାର ପ୍ରଭାବ ଏବେ କମି କମି ଯାଉଥିବା ବେଳେ ଫେବ୍ରୁଆରୀ ମାସ ପାଇଁ ଗାଇଡ଼ଲାଇନ୍ରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡ଼ଲାଇନ୍ ଅନୁଯାୟୀ ନାଇଟ୍ କର୍ଫ୍ୟୁର ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ ହେବ । ରାତି ୯ ପରିବର୍ତ୍ତେ ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁହେବ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର, ମଲ୍, ରେଷ୍ଟୁରାଣ୍ଟ ଖୋଲା ରହିବ । ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ମନା କରାଯାଇଛି । ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ଜାରି କରିଛି ମନ୍ଦିର ପ୍ରଶାସନ । ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ଆଣି ଆସିବେ । ଆଧାର/ଭୋଟର କାର୍ଡ ସହିତ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ବି ଜରୁରୀ । ନଚେତ୍ ୯୬ ଘଣ୍ଟାର ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ । ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ ।
ମନ୍ଦିର ଭିତରେ ରୀତିନୀତି ଓ ପରମ୍ପରା ଅନୁସାରେ ପୂଜା ହୋଇପାରିବ । ଏହା ସହିତ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇ ପାରିବ ସରସ୍ୱତୀ ପୂଜା । ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ୱତୀ ପୂଜାକୁ ମନା କରାଯାଇଛି । ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନା ମଧ୍ୟ କରାଯାଇଛି ।ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଓ ଘରୋଇ ଅଫିସ । କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । ସର୍ବସାଧାରଣ ସ୍ଥାନରେ ବିନା ଶ୍ରଦ୍ଧାଳୁରେ ପାଳନ ହେବ ସରସ୍ୱତୀ ପୂଜା । ଶିକ୍ଷାନୁଷ୍ଠାନରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍‌ କଟକଣାରେ ସରସ୍ୱତୀ ପୂଜା ପାଳନକୁ ଅନୁମତି ଦିଆଯିବ । ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ପୂର୍ବଭଳି କଟକଣା ବଳବତ୍ତର ରହିଲା । ବିବାହରେ ସର୍ବାଧିକ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହେବେ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା କୁହାଯାଇଛି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close