ପଞ୍ଚାୟତ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

ଯାଜପୁର; ୨୭/୦୧ (ନି ପ୍ର ): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ସହ ପୁଲିଂ ପାର୍ଟି ମାନଙ୍କୁ ତାଲିମ ପ୍ରଦାନ ସଂପର୍କରେ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମିଲ୍ଲିକ ୫ଟି ପର୍ଯ୍ୟାୟରେ ଜିଲ୍ଲାର ୧୦ଟି ଯାକ ବ୍ଳ୍‌କରେ ନିର୍ବାଚନ ହେଉଥିବାରୁ ଦାୟିତ୍ୱରେ ଥିବା ପୁଲିଂ ପାର୍ଟିଙ୍କୁ ଊତ୍କୃଷ୍ଟ ଓ ଗୁଣାତ୍ମକ ମାନର ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ ମାର୍ଗଦର୍ଶିକା ଅନୁସାରେ ଚ୍ଥୋଟ ଚ୍ଥୋଟ ଗ୍ରୁପ ମାଧ୍ୟମରେ ତାଲିମ ପ୍ରଦାନ କରିବା, ଯେଉଁଠାରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ସେଠାରେ ପୁନଶ୍ଚ ନାମାଙ୍କନ ଚଳିତ ମାସ ୨୯ ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ କମିଶନ ଧାର୍ଯ୍ୟ କରିଥିବାରୁ ଉପଯୁକ୍ତ ପଦକ୍ଷେପ ନେବା, ବାଲାଟ ପେପର ଓ ଭୋଟ ପରେ ବାଲାଟ ବକ୍ସକୁ ସୁରକ୍ଷିତ ଭାବେ ରଖିବାକୁ ଷ୍ଟ୍ରଙ୍ଗ ରୁମର ବ୍ୟବସ୍ଥା କରିବା, ସିସି ଟିଭି ଲଗାଇବା, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ପୁଲିଂ ପାର୍ଟି ମାନଙ୍କୁ ନେବା ଆଣିବା ପାଇଁ ଗାଡି ନିୟୋଜନ ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତ କରିବା, ମାଷ୍ଟର ପ୍ଳାନ ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ବି.ଡି.ଓ. ତଥା ପଞ୍ଚାୟତ ନିର୍ବାଚନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ନିର୍ବାଚନକୁ ସୁରୁଖୁରୁରେ ସଂପନ୍ନ ପାଇଁ ଏନ୍‌ପୋଂର୍ସମେଣ୍ଟକୁ କଡାକଡି କରିବା, ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ବୁଥ୍ ଚିହ୍ନଟ ସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା, ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ଗାଡି ନିୟୋଜନ, ଉପଯୁକ୍ତ ରୁଟ୍ ଚାର୍ଟ ପ୍ରଦାନ, ପୁଲିଂ ପାର୍ଟି ମାନଙ୍କୁ ଆଦେଶ ପତ୍ର ବଣ୍ଟନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଆବଶ୍ୟକ ଅନୁଯାୟୀ ଗାଡି ରିକ୍ୟୁଜିସନ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ଯାଜପୁର ଓ ଚଣ୍ଡିଖୋଲଙ୍କୁ ପରାମର୍ଶ ଦିଆଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଓର୍‌ମାସର କାର୍ଯ୍ୟ ନିର୍ବାହୀ ପ୍ରଶାନ୍ତ କୁମାର ପାଢୀ, ଯାଜପୁର ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ, ଚଣ୍ଡିଖୋଲ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଏମ୍‌.ଭି.ଆଇ. ଦୀପକ କୁମାର ସେଠୀ, ସମସ୍ତ ବି.ଡି.ଓ. ଓ ଗ୍ରାମ ପଞ୍ଚାୟତ ଅଧିକାରୀ ଯୋଗଦେଇ ପଞ୍ଚାୟତ ନିର୍ବାଚନ ସଂପର୍କରେ ଆଲୋଚନା ରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close