ମହାରାଲି ପାଇଁ ପ୍ରସ୍ତୁତି ହେଉଛନ୍ତି ଓଡିଶା ଡ୍ରାଇଭର ମହାସଂଘ

ଯାଜପୁର ; ୧୭/୦୧ (ନି .ପ୍ର) : ଓଡିଶା ସାରା ସବୁଠି ତେଜୁଛି ଓଡିଶା ଡ୍ରାଇଭର ମହାସଂଘ ସଦସ୍ୟମାନଙ୍କର ଅସନ୍ତୋଷ l ବ୍ଲକରୁ ପଞ୍ଚାୟତ ସ୍ଥରରେ ବି ସଂଘଠିତ ହୋଇ ଏକଜୁଟ ହେଉଛନ୍ତି ଡ୍ରାଇଭର ଭାଈମାନେ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଦକ୍ଷିଣକୂଳ ଠାରେ ଓଡିଶା ଡ୍ରାଇଭର ମହାସଂଘ ବଡ଼ଚଣା ଶାଖା ପକ୍ଷରୁ ଏକ ବୈଠକ ଡକାଯାଇ ମଦ୍ୟପାନ କରି ଗାଡି ନ ଚଳାଇବା ଓ ସମସ୍ତେ ଇଉନିଫର୍ମ ରେ ରହିବାକୁ ସଂଘ ପକ୍ଷରୁ କୁହାଯାଇଥିବା ବେଳେ ସରକାରଙ୍କ ପାଖରେ ରଖାଯାଇଥିବା ସମସ୍ତ ଦାବି ପୂରଣ ଓ ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାନଗଲେ ପୁଣି ଆନ୍ଦୋଳନ ତେଜିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡିଶା ଡ୍ରାଇଭର ମହାସଂଘ ର ସଭାପତି ପ୍ରଶାନ୍ତ ମେଣ୍ଡୁଲି (ଅଜୁ ଭାଈ )ମଧ୍ୟ ସରକାରଙ୍କୁ ଚେତାବନି ଦେଇସାରିଲେଣି ବୋଲି ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close